ଭୁବନେଶ୍ୱର, ଜାନୁଆରୀ ୧୬: ଯୁବ ଗବେଷକ ମାନଙ୍କୁ ଗବେଷଣା ପ୍ରଣାଳୀ ବିଷୟରେ ଶିକ୍ଷିତ କରିବା ନିମନ୍ତେ ଶିକ୍ଷା ଓ ଅନୁସନ୍ଧାନ ବିଶ୍ୱବିଦ୍ୟାଳୟରେ ଆୟୋଜିତ ୧୦-ଦିନିଆ କର୍ମଶାଳା ବୁଧବାର ଉଦଯାପିତ ହୋଇଯାଇଛି ।
ଇଣ୍ଡିଆନ୍ କାଉନ୍ସିଲ୍ ଅଫ୍ ସୋସିଆଲ୍ ସାଇନ୍ସ ରିସର୍ଚ୍ଚ (ଆଇସିଏସ୍ଏସ୍ଆର) ଦ୍ୱାରା ପ୍ରାୟୋଜିତ ଓ ସୋଆ ପରିଚାଳିତ ସେଂଟର ଫର୍ ପ୍ରିଜରଭେସନ୍, ପ୍ରୋପାଗେସନ୍ ଆଣ୍ଡ ରେଷ୍ଟୋରେସନ୍ ଅଫ୍ ଆନ୍ସିଏଂଟ କଲ୍ଚର ଆଣ୍ଡ ହେରିଟେଜ୍ ଅଫ୍ ଇଣ୍ଡିଆ (ପ୍ରାଚୀନ୍) ଦ୍ୱାରା ଆୟୋଜିତ ଏହି କର୍ମଶାଳାରେ ଦେଶର ବିଭିନ୍ନ ପ୍ରାନ୍ତରୁ ୪୨ ଜଣ ଗବେଷକ ଯୋଗ ଦେଇଥିଲେ ।
ଏହି କର୍ମଶାଳାରେ ଗବେଷକମାନଙ୍କୁ ନିଜ ଗବେଷଣା କ୍ଷେତ୍ରରେ ଆବଶ୍ୟକ ହେଉଥିବା ଜ୍ଞାନ ଓ ଦକ୍ଷତା ବୃଦ୍ଧି ବିଷୟରେ ତାଲିମ ଦିଆଯାଇଥିଲା ।
ଏହାର ଉଦ୍ୟାପନୀ କାର୍ଯ୍ୟକ୍ରମରେ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ପୂର୍ବତନ କୁଳପତି ତଥା କୋଲକାତା ସ୍ଥିତ ଆନ୍ଥ୍ରୋପୋଲଜିକାଲ୍ ସର୍ଭେ ଅଫ୍ ଇଣ୍ଡିଆର ପ୍ରାକ୍ତନ୍ ନିର୍ଦ୍ଦେଶକ ପ୍ରଫେସର କମଳ କେ. ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଗବେଷକମାନଙ୍କୁ ବର୍ତମାନ ଉପଲବ୍ଧ ବିଭିନ୍ନ ଟେକ୍ନୋଲୋଜିକୁ ବ୍ୟବହାର କରି ଗବେଷଣାରେ ଉତ୍କର୍ଷ ଆଣିବାକୁ ଆହ୍ୱାନ ଦେଇଥିଲେ ।
ବର୍ତମାନ ଆର୍ଟିଫିସିଆଲ୍ ଇନ୍ଟେଲିଜେନ୍ସ (ଏଆଇ)ର ବହୁଳ ବ୍ୟବହାର ବିଷୟରେ ଉଲ୍ଲେଖ କରି ପ୍ରଫେସର ମିଶ୍ର କହିଥିଲେ ଯେ ଏହା ଲାଭପ୍ରଦ ହୋଇଥିଲେ ମଧ୍ୟ ଏହାକୁ ସାବଧାନତାର ସହିତ ବ୍ୟବହାର କରିବା ଆବଶ୍ୟକ । ଏହା ଦ୍ୱିଧାର ଯୁକ୍ତ ଖଡ୍ଗ ପରି । ତେଣୁ ନିଜର ବିଚାର ଶକ୍ତିକୁ ଉପଯୋଗ କରି କାର୍ଯ୍ୟ କରିବା ଆବଶ୍ୟକ ବୋଲି ସେ କହିଥିଲେ ।
ଏହି କାର୍ଯ୍ୟକ୍ରମରେ ସୋଆ ବିଶ୍ୱବିଦ୍ୟାଳୟର ଡିନ୍ (ରିସର୍ଚ୍ଚ ଆଣ୍ଡ ଡେଭଲପ୍ମେଂଟ) ପ୍ରଫେସର ଜୟନ୍ତ କୁମାର ନାଥ ପୌରହିତ୍ୟ କରିଥିବା ବେଳେ ପ୍ରାଚୀନର ମୁଖ୍ୟ ପ୍ରଫେସର ଡ ଗାୟତ୍ରୀବାଳା ପଣ୍ଡା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ।
କର୍ମଶାଳାର କୋର୍ସ ଡାଇରେକ୍ଟର ତଥା ପ୍ରାଚୀନ୍ର ଆନ୍ଥ୍ରୋପୋଲଜି ଓ ଟ୍ରାଇବାଲ୍ ଷ୍ଟଡିଜ୍ ବିଭାଗର ଆସୋସିଏଟ୍ ପ୍ରଫେସର (ଡକ୍ଟର) ନିହାର ରଞ୍ଜନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.