ସୁବର୍ଣ୍ଣପୁର, ଶାସକ ପ୍ରଶାସକ (ପ୍ରକାଶ ହାତୀ) ରାଜ୍ୟ ସାମାଜିକ ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପ୍ରଶାସନ ଦ୍ୱାରା ସ୍ଥାନୀୟ ସମ୍ମିଳନୀ କକ୍ଷ ଠାରେ ୮୦ ବର୍ଷରୁ ଉର୍ଦ୍ଧ ଏବଂ ୮୦ ପ୍ରତିଶତ ବା ତଦୁର୍ଦ୍ଧ ଭିନ୍ନକ୍ଷମ ହିତାଧିକାରୀଙ୍କୁ ବର୍ଦ୍ଧିତ ଭତ୍ତା ପ୍ରଦାନ କରିଛନ୍ତି ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ।ଆଜି ବ୍ଲକ ସମ୍ମିଳନୀ କକ୍ଷରେ ବୀରମହାରାଜପୁର ବ୍ଲକ ଦ୍ୱାରା ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ମାନ୍ୟବର ବିଧାୟକ ଇଂ ଜଗଦଲା ଯୋଗଦାନ କରି ଏହି ଯୋଜନା ଦ୍ୱାରା ହିତାଧିକାରୀଙ୍କ ସାମଗ୍ରିକ ବିକାଶ ହେବା ସହିତ ସେମାନଙ୍କ ଜୀବନ ଧାରଣ କ୍ଷେତ୍ରରେ ଉନ୍ନତି ହେବା ସହ ସେମାନଙ୍କ ଯାବତୀୟ ଖର୍ଚ୍ଚ ସହ ଆବଶ୍ୟକ ଔଷଧ ଖର୍ଚ୍ଚର ଭରଣା ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ ।ଯୋଜନାର କାର୍ଯ୍ୟକାରିତା ଦ୍ୱାରା ସମସ୍ତ ହିତାଧିକାରୀଙ୍କ ସାମାଜିକ ଓ ଅର୍ଥନୈତିକ ବ୍ୟବସ୍ଥାରେ ନିଶ୍ଚିତ ସୁଧାର ହୋଇପାରିବ ବୋଲି ମତବ୍ୟକ୍ତ କରି ଯୋଜନାର ପ୍ରଶଂସା କରିଥିଲେ। ଜିଲ୍ଲାରେ ୪୨୭୯ ଜଣ ୮୦ ବର୍ଷରୁ ଉର୍ଦ୍ଧ ବୟସ୍କର ଏବଂ ୧୭୭୧ଜଣ ୮୦ ପ୍ରତିଶତ ବା ତଦୁର୍ଧ୍ଵ ଭିନ୍ନକ୍ଷମ ହିତାଧିକାରୀ ଏହି ଯୋଜନାରେ ସାମିଲ ହୋଇ ଏଣୁ ଏଣିକି ୧୨୦୦ /- ଟଙ୍କା ପରିବର୍ତ୍ତେ ବର୍ଦ୍ଧିତଭତ୍ତା ୩୫୦୦/- ଟଙ୍କା ପାଇବେ । ଆଜି ମାନ୍ୟବର ବିଧାୟକ ଇଂ ଜଗଦଲା ବୀରମହାରାଜପୁର ବ୍ଲକର ୩ ଜଣ ହିତାଧିକାରୀଙ୍କୁ ଏହି ବର୍ଦ୍ଧିତ ଭତ୍ତାର (ନଗଦ ଓ ଚେକ୍ ) ବିତରଣ କରିଥିବା ବେଳେ, ବ୍ଲକ ଅନ୍ତର୍ଗତ ସମୁଦାୟ ୮୮୧ ଜଣ ହିତାଧିକାରୀ ବର୍ଦ୍ଧିତ ଭତ୍ତା ପାଇବେ ବୋଲି ସୂଚନା ପ୍ରଦାନ କରାଯାଇଛି । କାର୍ଯ୍ୟକ୍ରମ ଅବସରରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ସୁବର୍ଣ୍ଣପୁର ଅଶ୍ୱିନୀ ମେହେର, ମାନ୍ୟବର ଲୋକସଭା ସାଂସଦ ବଲାଙ୍ଗୀର ଙ୍କ ବ୍ଲକ ପ୍ରତିନିଧି ନଳିନୀ ପଣ୍ଡା, ବିଡ଼ିଓ ବୀରମହାରାଜପୁର ପ୍ରିୟଦର୍ଶିନୀ ମିର୍ଦ୍ଧା, ବିଡ଼ିଓ ଉଲୁଣ୍ଡା କରିସ୍ମା ବେସ୍ରା,ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଅଞ୍ଜୁଲତା ମିଶ୍ର ତଥା ବିଭିନ୍ନ ଜିଲ୍ଲା ସ୍ତରୀୟ, ବ୍ଲକ ସ୍ତରୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।
Sign in
Sign in
Recover your password.
A password will be e-mailed to you.
Prev Post