ଭବାନୀପାଟଣା : ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା, ୧୬.୦୧.୨୦୨୫ : ମାନ୍ୟବର କ୍ୟାବିନେଟ ମନ୍ତ୍ରୀ ରାଜସ୍ଵ ଓ ବିପର୍ଯୟ ପରିଚାଳନା ସୁରେଶ ପୁଝାରୀ ଙ୍କ ଅଧ୍ୟକ୍ଷତାରେ ଆଜି ଜିଲ୍ଲାପାଳ,କଳାହାଣ୍ଡି ଙ୍କ କାର୍ଯ୍ୟାଳୟ ସ୍ଥିତ ସଦଭାବନା ସଭାଗୃହଠାରେ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ମାନ୍ୟବର କଳାହାଣ୍ଡି ଲୋକ ସଭା ସଦସ୍ୟା ମାଳବିକା ଦେବୀ, ମାନ୍ୟବର ବିଧାୟକ ଧର୍ମଗଡ଼ ସୁଧୀର ରଞ୍ଜନ ପଟ୍ଟଯୋଶୀ, ଜିଲ୍ଲାପାଳ ପାୱାର ସଚିନ ପ୍ରକାଶ, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ତନ୍ମୟ କୁମାର ଦରୱାନ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ବଇତୁରା ଦୀପ, ଅତିରିକ୍ତ କମିଶନର ବନ୍ଦୋବସ୍ତ ଅଗସ୍ତି ପ୍ରଧାନ, ଉପଜିଲ୍ଲାପାଳ ଧର୍ମଗଡ଼ ଧୀମାନ ଚାକମା, ଉପଜିଲ୍ଲାପାଳ ଭବାନୀପାଟଣା ପ୍ରଭାତ କୁମାର ପରିଡା, ଡେପୁଟି ଜିଲ୍ଲାପାଳ ସତ୍ୟନାରାୟଣ ମେହେର, ଜିଲ୍ଲାର ସମସ୍ତ ତହସିଲଦାର, ଅତିରିକ୍ତ ତହସିଲଦାର, ବିଭିନ୍ନ ବିଭାଗୀୟ ଜିଲ୍ଲା ସ୍ତରୀୟ ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ । ଏହି ସମୀକ୍ଷା ବୈଠକରେ ORTPS କେସ ସମୟ ସୀମା ମଧ୍ୟରେ ଫଏସଲା କରିବା ପାଇଁ ମାନ୍ୟବର ମନ୍ତ୍ରୀ ଶ୍ରୀ ପୂଝାରୀ ସମ୍ପୃକ୍ତ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ସେହିପରି ବସୁନ୍ଧରା ସ୍କିମ ଯୋଜନାରେ ଭୂମିହିନ ମାନଙ୍କୁ ପଟ୍ଟା ପ୍ରଦାନ ଓ ଜିଲ୍ଲାର ଯେଉଁ ସ୍କୁଲ କଲେଜ ନିଜସ୍ଵ ପଟ୍ଟା ନାହି ତାଙ୍କୁ ସ୍ଥାୟୀ ପଟ୍ଟା ଦେବାର ବ୍ୟବସ୍ତା କରିବା ପାଇଁ ଏଥି ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଯତ୍ନବାନ ହେବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ତା ଛଡା ଅନ୍ୟାନ୍ୟ ରାଜସ୍ୱ ସମ୍ବନ୍ଧୀୟ ବିଷୟରେ ବିଶଦଭାବରେ ଅଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଏବଂ ରାଜସ୍ଵ ବିଭାଗର ସଂସ୍କାର ଓ ସ୍ଵଚ୍ଛତା ଆଣିବା ଦିଗରେ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ସୂଚାରୁ ରୂପେ ନିଜର ଦାୟିତ୍ବ ତୁଲାଇବା ପାଇଁ ମାନ୍ୟବର ମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ । ଯେଉଁ ସଂସ୍ଥାମାନଙ୍କୁ ସରକାରୀ ଜମି ଦିଆଯାଇଛି କିନ୍ତୁ ତାକୁ ବ୍ୟବହାର କରୁନାହାନ୍ତି ସେ ସବୁ ଜମିକୁ ଚିହ୍ନଟ କରି ସରକାରଙ୍କ ଖାତାକୁ ଆଣିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ । ଏହି ଅବସରରେ ଘର ଡିହ ହିନ ୨୫ ଜଣ ଯୋଗ୍ୟ ହିତାଧିକାରୀଙ୍କୁ ଘର ଡିହ ପଟ୍ଟା ମାନ୍ୟବର ମନ୍ତ୍ରୀଙ୍କ ଦ୍ଵାରା ବଣ୍ଟନ କରାଯାଇଥିଲା । ତନ୍ମଧ୍ୟରୁ ୫ ଜଣ ହିତାଧିକାରୀ ଇନ୍ଦ୍ରାବତୀ ପ୍ରକଳ୍ପ ବିସ୍ଥାପିତ ଅଟନ୍ତି । ଏହି ସମୀକ୍ଷା ବୈଠକରେ ଜିଲ୍ଲାପାଳ ସ୍ବାଗତ ଅଭିଭାଷଣ ଦେଇଥିବା ବେଳେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଦରୱାନ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.