ଶହୀଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ଙ୍କ ସାଂସ୍କୃତିକ କାର୍ଯ୍ୟକ୍ରମ

0 2

 ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ମକର ମେଳା ଉପଲକ୍ଷେ ମନ୍ଦାରୀ ଭଜନା ମୁନି ପ୍ରାଙ୍ଗଣ ରେ ମକର ସଂକ୍ରାନ୍ତି ଉପଲକ୍ଷେ  ମକର ମହୋତ୍ସବ ଅନୁଷ୍ଠିତ ହୋଇଛି।ବିଭିନ୍ନ କାର୍ଯ୍ୟକ୍ରମ ସହ ଶହୀଦ ସ୍ମୃତି ସଙ୍ଗୀତ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ ଆରମ୍ଭ ଅନୁଷ୍ଟିତ ହୋଇ ଯାଇଛି। ମଙ୍ଗଳ ବାର ସଂକ୍ରାନ୍ତି ଦିନ ରେ ଓଡ଼ିଶୀ ନୃତ୍ୟ, ଭକ୍ତି ସଙ୍ଗୀତ, ସମ୍ବଲପୁରୀ ନୃତ୍ୟ, ପରିବେଷଣ ହୋଇ ଯାଇଛି। ବୁଧବାର ଦିନ ମଧ୍ୟ ଛାତ୍ର ଛାତ୍ରୀ ମାନଙ୍କୁ ନେଇ ସାଂସ୍କୃତିକ କାର୍ଯ୍ୟ କର୍ମ ଅନୁଷ୍ଟିତ ହୋଇ ଯାଇଛି। ପ୍ରକାଶ ଥାଉ କି ଉକ୍ତ ଭଜନା ମୁନି ମକର ମହୋତ୍ସବ ୧୦୨ ବର୍ଷ ରେ ପଦାର୍ପଣ କରି ପାଞ୍ଚ ଦିନ ଧରି ବିଭିନ୍ନ କାର୍ଯ୍ୟ କର୍ମ ଆୟୋଜନ ହେବାର ଅଛି। ଉକ୍ତ ସାଂସ୍କୃତିକ କାର୍ଯ୍ୟ କର୍ମ ବ୍ୟତୀତ ନୟାଗଡ଼ ରୁ ଆସିଥିବା ପାଲା ଗାୟକ ଉର୍ମିଳା ସାହୁ ପାଲା ପରିବେଷଣ କରିଛନ୍ତି। ବହୁ ଜନ ସମାଗମ ରେ କାର୍ଯ୍ୟ କର୍ମ ଅନୁଷ୍ଟିତ ହେଉଛି। ସଭାପତି ନିର୍ମଳ ମଲ୍ଲିକ, ସମ୍ପାଦକ ରତି କାନ୍ତ ମଲ୍ଲିକ, ସଭ୍ୟ କୃତି ବାସ ଭୋଇ, ଜଗନ୍ନାଥ ମଲ୍ଲିକ ଓ ଅନ୍ୟ ମାନେ ଉପସ୍ଥିତ ରହି ସଫଳ କରାଉ ଛନ୍ତି।

 

 

Leave A Reply

Your email address will not be published.