ବାଣପୁର:(ସେକ କୌସର ):ପବିତ୍ର ମକର ସଂକ୍ରାନ୍ତି ଅବସରରେ ଆଜି ଚ଼ିଲିକା ବିଧାନସଭା କ୍ଷେତ୍ରର ବାଣପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ସ୍ଥିତ ଦୁଇ ନମ୍ବର ୱାର୍ଡ ଦାଶରଥିପୁର ଅନ୍ତର୍ଗତ ଲଡ଼ୁକେଶ୍ବର ବୃଦ୍ଧାଶ୍ରମ ପରିଦର୍ଶନ କରିଥିଲେ ସ୍ଥାନୀୟ ବିଧାୟକ ତଥା ଆଇନ ମନ୍ତ୍ରୀ ପୃଥ୍ଵୀରାଜ ହରିଚନ୍ଦନ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ହରିଚନ୍ଦନ ଅନ୍ତେବାସୀଙ୍କ ପାଇଁ ନିର୍ମିତ ନୂତନ ଗୃହର ଶୁଭ ଉଦଘାଟନ କରିଥିଲେ।ତତସହିତ ବୃଦ୍ଧାଶ୍ରମରେ ଥିବା ଅନ୍ତେବାସୀଙ୍କୁ କମ୍ବଳ,ଲୁଗା ଓ ଫଳ ବଣ୍ଟନ କରିବା ସହ ସେମାନଙ୍କ ସହ କିଛି ସମୟ ଅତିବାହିତ କରିଥିଲେ ମନ୍ତ୍ରୀ। ବୃଦ୍ଧାଶ୍ରମ ପରିସରରେ ମନ୍ତ୍ରୀ ଓ ବାଣପୁର ବ୍ଲକ ଅଧ୍ୟକ୍ଷ ଅମରେନ୍ଦ୍ର ରଣସିଂହ ବୃକ୍ଷ ରୋପଣ କରିବା ସହ ମନ୍ତ୍ରୀ ବୃଦ୍ଧାଶ୍ରମ ପରିଚାଳକ ନାରାୟଣ ସାହୁଙ୍କ ଠାରୁ ବିଭିନ୍ନ ଅସୁବିଧା ବିଷୟରେ ପଚାରିବୁଝିଥିଲେ ଏବଂ ସମସ୍ତ ସହାୟତା ଯୋଗାଇଦେବାକୁ ପ୍ରତିଶୃତି ଦେଇଥିଲେ।ଏହି ଅବସରରେ ବାଣପୁର ଏନଏସିର ଅଗ୍ରଣୀ ଧାର୍ମିକ ଅନୁଷ୍ଠାନ ଶ୍ରୀ ଶ୍ରୀ ଶ୍ରୀ ରଙ୍କନାଥ ଦେବ ୧୦୮ ହନୁମାନ ଚାଳିଶା ଯଜ୍ଞ କମିଟିର ସଭ୍ୟ ମାନେ ମନ୍ତ୍ରୀଙ୍କୁ ଭେଟି ସମ୍ବର୍ଦ୍ଧିତ କରିଥିଲେ। ଶ୍ରୀ ରଙ୍କନାଥ ଦେବଙ୍କ ମନ୍ଦିର ଉନ୍ନତି ପାଇଁ ମଧ୍ୟ ମନ୍ତ୍ରୀ ପ୍ରତିଶୃତି ଦେଇଥିଲେ। ଉକ୍ତ କାର୍ଯ୍ୟକ୍ରମରେ ବାଣପୁର ଏନଏସି ଓ ବ୍ଲକର ବହୁ ଆଗଧାଡିର ବିଜେପି କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେl
Sign in
Sign in
Recover your password.
A password will be e-mailed to you.
Next Post