ଭଞ୍ଜନଗର ରୁ { ଉଦୟନାଥ ପଣ୍ଡା }: ସୁଚନା ମୁତାବକ ଭଞ୍ଜନଗର ଥାନା ଆଇ ଆଇ ସି କୁମର ମୁଦୁଲି, ଏ ଏସ୍ ଆଇ ରୁଦ୍ରପ୍ରସାଦ କହ୍ନର ଏବଂ ଅନ୍ୟ ଷ୍ଟାଫ୍ଫ ମାନେ ଗତ କାଲି ମଙ୍ଗଳ ବାର ୧୩ ତାରିଖ ଦିନ ୧୨ ଘଣ୍ଟା ୩୦ ମିନିଟ୍ ସମୟରେ ମୁଜାଗଡ଼ ପାଖରେ ପେଟ୍ରୋଲିଙ୍ଗ ଏବଂ ବିଭିନ୍ନ ଗାଡି ଯାଞ୍ଚ୍ କରୁଥିବାବେଳେ ଫୁଲବାଣୀ ଆଡୁ ଦୁଇଟି ବାଇକ୍ ଯାହାର ନ OD 02 CB 6544 ଏବଂ OD 07 W 3809 ଆସୁଥିଲା।ପୋଲିସ ଚେକିଙ୍ଗ୍ କରୁଥିବା ଦୁରରୁ ଦେଖି ସେ ଗାଡି ଦୁଇଟି ହଠାତ ବୁଲାଇ ପୁଣି ଥରେ ଫୁଲବାଣୀ ଆଡେ ପଳାଇ ଯାଉଥିବାବେଳେ ସେହି ଦୁଇଟି ବାଇକ୍ ଖସି ପଡ଼ି ଯିବାରୁ ଚଳାକମାନେ ଦୌଡ଼ି ପଳାଇ ଗଲେ ୪ ଜଣଙ୍କ ମଧ୍ୟରୁ ଜଣେ ଧରାପଡ଼ିଥିଲେ। ସେହି ଗାଡିକୁ ଯାଞ୍ଚ କରିବାରୁ ଜଣାପଡିଲା ଯେ, ସେହି ଗାଡ଼ିରେ ଗଂଜେଇ ଚାଲାଣ କରାଯାଉଥିଲା । ଯାଞ୍ଚ କରିବାପରେ ସେଥିରେ ୨୯ କିଲୋ ୫୦୦ ଗ୍ରାମର ଗଂଜେଇ ବାହାରିଲା। ସେହି ଗଂଜେଇ ସହିତ ବାଇକ୍ ଗୁଡିକୁ ପୋଲିସ୍ ଜବତ କରିଥିଲେ। ସୁଚନା ମୁତାବକ ଅଜୁତ କଂହର ପିତା ବିବନ କଂହର ଗ୍ରାମ ଉଜୁମୁସ୍ପା, ଫିରିଙ୍ଗିଆ ଜିଲ୍ଲା କନ୍ଧମାଳ ଙ୍କ ଠାରୁ ଦୁଇଟି ବାଇକ୍ ଜବତ କରାଗଲା ।ସେମାନେ ସେ ଗଞ୍ଜେଇ କୁ ଫିରିଙ୍ଗିଆ ରୁ ଆଣି ବ୍ରହ୍ମପୁର ନେଉଥିଲେ। ଏ ସଂକ୍ରାନ୍ତରେ ଭଞ୍ଜନଗର ଥାନା କେଶ ନ ୪୧/୨୫ ପଞ୍ଜିକୃତ ହୋଇ ଆସାମୀ ମାନଙ୍କୁ କୋର୍ଟ ଚାଲାଣ କରାଯାଇଛି ବୋଲି ଭଞ୍ଜନଗର ଥାନା ଅଧିକାରୀ ସୁଚନା ପ୍ରଦାନ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.