ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-,କେନ୍ଦ୍ର ଶାସିତ ଅଞ୍ଚଳ ଦମନ, ବାପି ଏବଂ ଏହାର ଆଖପାଖରେ ରହୁଥିବା ପ୍ରବାସୀ ଓଡିଆ ଭାଇମାନଙ୍କ ଦ୍ଵାରା ଗଠିତ ଶ୍ରୀ ଜଗନ୍ନାଥ ସେବା ସମିତିର ସଦସ୍ୟମାନେ ଲଗାତାର ଭାବେ ବିଭିନ୍ନ ସାମାଜିକ କାର୍ଯ୍ୟକ୍ରମ ଜାରି ରଖି ବାହାର ରାଜ୍ୟରେ ଓଡ଼ିଶାର ଗୌରବ ବଢାଇଛନ୍ତି I ଏହି ସଂଗଠନର ସଦସ୍ୟମାନେ ଦୁଃଖି ଦରିଦ୍ରଙ୍କ ସେବାକୁ ମୂଳ ଲକ୍ଷ୍ୟ ଭାବେ ନେଇଥିବା ବେଳେ ପବିତ୍ର ମକର ସଂକ୍ରାନ୍ତି ଉପଲକ୍ଷେ ଦମନ ସ୍ଥିତ କଚିଗାମର ମୋହନ ଗ୍ରାମରେ ବସବାସ କରୁଥିବା ନିଃସହାୟ ଓ ଦିବ୍ୟାଙ୍ଗ ବ୍ୟକ୍ତି ମାନଙ୍କୁ ରାସନ ସାମଗ୍ରୀ, କମ୍ବଳ, ପନିପରିବା ଏବଂ ଆର୍ଥିକ ସହାୟତା ପ୍ରଦାନ କରି ସେମାନଙ୍କର ଆଶୀର୍ବାଦ ଭିକ୍ଷା କରିଛନ୍ତି l ମାନବ ସେବା ହିଁ ଇଶ୍ୱର ସେବା ବାର୍ତ୍ତାକୁ ସମାଜରେ ପ୍ରସାରିତ କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ ହୋଇଥିବା ବେଳେ ଆଗାମୀ ଦିନରେ ସମଗ୍ର ଦେଶରେ ସଂଗଠନକୁ ବୃଦ୍ଧି କରାଯାଇ ସେବା କାର୍ଯ୍ୟକ୍ରମର ପରିସରକୁ ବଢାଯିବ ବୋଲି ସଂଗଠନ ସଦସ୍ୟ ମାନେ ପ୍ରକାଶନ କରିଛନ୍ତି l ସଂଗଠନ ସଦସ୍ୟ ମାନଙ୍କ ଦ୍ୱାରା ନିରନ୍ତର ଏହିପରି ସାମାଜିକ ସେବାର ପ୍ରୟାସ ବର୍ତମାନର ଯୁବପିଢିଙ୍କ ପାଇଁ ସୁନ୍ଦର ଉଦାହରଣ ସୃଷ୍ଟି କରିଛି I ପ୍ରବାସୀ ଓଡ଼ିଆ ସଂଗଠନ ଶ୍ରୀ ଜଗନ୍ନାଥ ସେବା ସମିତି, ଦମନର ସଦସ୍ୟମାନଙ୍କ ଏହିଭଳି ଉଦ୍ୟମକୁ ସାଧାରଣରେ ଉଚ୍ଚ ପ୍ରଶଂସା କରାଯାଇଛି I ପ୍ରକାଶ ଥାଉକି ଏହି ସଂଗଠନରେ ଗଂଜାମ ଜିଲ୍ଳା ବେଲଗୁଣ୍ଠା ବ୍ଳକ୍ ସମେତ ବିଭିନ୍ନ ଅଞ୍ଚଳରୁ ବହୁ ସଦସ୍ୟ ରହିଛନ୍ତି I
Sign in
Sign in
Recover your password.
A password will be e-mailed to you.