ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )- ଆଜି ସ୍ଥାନୀୟ ବେଲଗୁଣ୍ଠା ବିଜ୍ଞାନ ସ୍ନାତକ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର କୋ ୟୁନିଟ ତରଫରୁ ଜାତୀୟ ଯୁବ ଦିବସ ପାଳିତ ହୋଇଯାଉଛି। ଇତିହାସ ବିଭାଗର ମୁଖ୍ୟ ଅଧ୍ୟାପକ ଅଶୋକ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବ୍ୟକ୍ତା ଭାବେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଯକ୍ଷ୍ମା ନିରାକରଣ ଅଧିକାରୀ ଦୁର୍ଗା ପାତ୍ର ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଅଧ୍ୟାପକ ଅଶୋକ କୁମାର ପ୍ରଧାନ, ଏନ ଏସ ଏସ କୋ ୟୁନିଟର କାର୍ଯ୍ୟକାରୀ ଅଧିକାରୀ ସପନ କୁମାର ପ୍ରଧାନ, ଅଧ୍ୟାପିକା ପିଙ୍କି ପାତ୍ର, ଅଧ୍ୟାପିକା ସୁଶ୍ରୀ ଲଷ୍ମୀ ଗୌଡ଼ ଯୁବ ସାମ୍ବାଦିକ ଶିବରାମ ଚୌଧୁରୀ ପ୍ରମୁଖ ମଞ୍ଚାସୀନ ଥିଲେ। ସମସ୍ତ ଅତିଥି ଯୁବଶକ୍ତିର ଭବିଷ୍ୟତ ଓ କାର୍ଯ୍ୟ ସ୍ୱାମୀ ବିବେକାନନ୍ଦ ଙ୍କର ଆଧ୍ୟାତ୍ମିକ ଚିନ୍ତାଧାରା ଓ ଯୁବ ସମାଜ ପ୍ରତି ଥିବା ଅବଦାନ ବିଷୟରେ ଉଚ୍ଚକୋଟିର ବକ୍ତବ୍ୟ ପ୍ରଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ଏକଶହରୁ ଉର୍ଦ୍ଧ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ସୁଶ୍ରୀ ଏମ. ପଦ୍ମିନୀ ଆଚାରୀ ସଙ୍ଗୀତ ଗାନ କରି ଏହି କାର୍ଯ୍ୟକ୍ରମକୁ ଆରମ୍ଭ କରିଥିଲା ବେଳେ ଶେଷରେ ଶ୍ରୀ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.