ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଦୁଇ ଦିନ ଧରି ଚାଲିଥିବା ୧୦ତମ ବାର୍ଷିକ କ୍ରୀଡା ପ୍ରତିଯୋଗିତା ଉତ୍ସାହ ଓ ଉଦ୍ଦୀପନାର ସହ ମହାଆଡମ୍ବରରେ ପାଳିତ ହୋଇଯାଇଛି।
ଏହି କ୍ରୀଡା ପ୍ରତିଯୋଗିତାର ଉଦ୍ ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ.ଜିତେନ୍ଦ୍ର ନାଥ ପଟ୍ଟନାୟକ ଯୋଗ ଦେଇ ଛାତ୍ରୀମାନଙ୍କୁ ଲୁକ୍କାୟିତ ପ୍ରତିଭାକୁ ବିକଶିତ ଓ ପ୍ରସ୍ଫୁଟିତ କରିବାରେ ଏହି କ୍ରୀଡାପ୍ରତିଯାଗିତା ବିଶେଷ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ।
ଏହି ଅବସରରେ ମହାବିଦ୍ୟାଳୟର ଅଧ୍ଯକ୍ଷା ଡ଼ ରୀନା ସାହୁ କ୍ରୀଡା କ୍ଷେତ୍ରରେ ବିଦ୍ୟା , ବୁଦ୍ଧି ପରି କ୍ରୀଡା କ୍ଷେତ୍ରରେ ବି ଉତ୍କର୍ଷଣ ପ୍ରତିପାଦନ କରିବାକୁ ଆହ୍ୱାନ କରିଥିଲେ । ଏଥିରେ କ୍ରୀଡା ସଂସଦର ସଂଯୋଜିକା ଅଧ୍ୟାପିକା ସୁଶ୍ରୀ ମଧୁସ୍ମିତା ପ୍ରଧାନ ଓ ଶ୍ରୀ ସୁକୁମାର ଶତପଥୀଙ୍କ (P.E.T.) ତତ୍ତ୍ୱାବଧାନରେ ଆନୁଷ୍ଠାନିକ ଭାବେ ଆରମ୍ଭ ହୋଇଯାଇଛି ।
ଦୁଇଦିନ ଧରି ଉଚ୍ଚଡିଆଁ , ଲମ୍ୱଡିଆଁ , ସଟ୍ ପୁଟ୍ , ଡିସ୍ କସ୍ ଥ୍ରୋ , କବାଡି ଦୌଡ ( ୧୦୦ ମିଟର ଓ ୨୦୦ ମିଟର) , ଜାଭେଲିନ୍ ଥ୍ରୋ ସମେତ ଅନ୍ୟାନ୍ୟ କ୍ରୀଡା ପ୍ରତିଯୋଗିତା ମାନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୮୦ ରୁ ଉର୍ଦ୍ଧ୍ଵ ଛାତ୍ରୀ ଭାଗନେଇଥିଲେ।
ପରିଶେଷରେ କୃତି ପ୍ରତିଯୋଗିମାନଙ୍କୁ ପୁରସ୍କୃତ କରି ଦିଆଯାଇଥିଲା। ଏହି ପ୍ରତିଯୋଗତାରେ ପ୍ରିୟଙ୍କା ଜେନା (ଯୁକ୍ତ ତିନି ଦ୍ଵିତୀୟ ବର୍ଷର ଛାତ୍ରୀ) ଚମ୍ପିୟାନ୍ ହୋଇଥିଲେ। ସଂଯୋଜିକା ମଧୁସ୍ମିତା ପ୍ରଧାନ ଉପସ୍ଥିତ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ ।
ମହାବିଦ୍ୟାଳୟର ବରିଷ୍ଠ ଅଧ୍ୟାପିକା ଡ.ଭାରତୀ ପାଣିଗ୍ରାହୀ ପ୍ରାରମ୍ଭିକ ସୂଚନା ଦେବା ସହ ମହାବିଦ୍ୟାଳୟର ସମସ୍ତ ଛାତ୍ରୀ , ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀ ବୃନ୍ଦଙ୍କ ସହଯୋଗରେ କାର୍ଯ୍ୟକ୍ରମଟି ସମାପ୍ତ ହୋଇଯାଇଛି।
Sign in
Sign in
Recover your password.
A password will be e-mailed to you.
Prev Post