ଖପ୍ରାଖୋଲ ୧୨/୧ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ଓଡ଼ିଆପାଲି ପଞ୍ଚାୟତ ବୁଢିବାହାଲ ଗାଁ ର ଆଗୁଆ ଚାଷି ଚତୁର୍ଭୁଜ ସାହୁ (୭୪) ଙ୍କ ଶନିବାର ବିଳମ୍ବିତ ରାତିରେ ବଲାଙ୍ଗିର ର ଏକ ଘରୋଇ ଡ଼ାକ୍ତରଖାନାରେ ପରଲୋକ ହୋଇଯାଇଛି। କିଛି ଦିନ ହେଲା ମସ୍ତିଷ୍କ ଘତ ରେ ଗୁରୁତର ହୋଇ ଚିକିତ୍ସିତ ହେଉଥିଲେ। ରବିବାର ସକାଳେ ମୃତ ଦେହ ଗାଁ ରେ ପହଞ୍ଚିଲା ପରେ ଶୋକାକୁଳ ପରିବେଶ ଦେଖାଯାଇଥିଲା। ଯାହା ଫଳରେ ଗାଁ ରେ ପୂଷପୁନି ପର୍ବ ଫିକା ପଡ଼ିଯାଇଛି। ସାହୁ ଗାଁ ର ନେତୃତ୍ୱ ନେଉଥିବା ବେଳେ ଗାଁ ର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସ୍ଥାପନ, ଗାଁ ର ଜଗନ୍ନାଥ ମନ୍ଦିର ନିର୍ମାଣ ରେ ପ୍ରମୁଖ ଭୂମିକା ନେଇଥିଲେ। ସେହି ପରି ବିଦ୍ୟାଳୟ କମିଟି, ସହିତ ବିଭିନ୍ନ କମିଟି, ସଙ୍ଗଠନ ର ସଦସ୍ୟ ରହିଥିଲେ। ରବିବାର ସକାଳେ ନିଜ ପରିବାର ର ଶ୍ମଶାନ ରେ ଅନ୍ତିମ ସଂସ୍କାର କରାଯାଇଥିଲା। ଏହି ଅବସରରେ ବଡ଼ପୁଅ ପ୍ରଦ୍ୟୁମ୍ନ ସାହୁ , ଜୟରାମ ସାହୁ ହେମସାଗର ସାହୁ ପାଣ୍ଡବ ସାହୁ ଦୁଯ୍ୟୈଧନ ସାହୁ ସମେତ ଝିଅ ଜ୍ବାଇଁ, ବହୁ, ବନ୍ଧୁ, ପରିଜନ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.