ଅଷ୍ଟାଦଶତମ ପ୍ରବାସୀ ଭାରତୀୟ ଦିବସ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ :ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିର ମହିଳା ସ୍ନାତକ ମହାବିଦ୍ୟାଳୟ ପରିସରରେ ଉଚ୍ଚଶିକ୍ଷା ବିଭାଗ ଦ୍ଵାରା ନିର୍ଦ୍ଦେଶିତ ତିନି ଦିନ ଧରି ଆୟୋଜିତ ଅଷ୍ଟାଦଶତମ ପ୍ରବାସୀ ଭାରତୀୟ ଦିବସ ଉଦ୍ ଯାପିତ ହୋଇଯାଇଛି। ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼.ରୀନା ସାହୁଙ୍କ ଅଧ୍ଯକ୍ଷତାରେ ଉଦ୍ ଯାପନ ହେବା ସ୍ଥଳେ ଅଧ୍ୟାପିକା ଡ଼.ଭାରତୀ ପାଣିଗ୍ରାହୀ ଭାରତୀୟ ସଭ୍ୟତାର ଗୌରବ ଇତିହାସ , ଏହାର ସଂସ୍କୃତି , ପରମ୍ପରା ଉପରେ ଆଲୋକପାତ କରିଥିଲେ।
ମହାବିଦ୍ୟାଳୟର ଅଧ୍ୟକ୍ଷା ଡ଼. ରୀନା ସାହୁ ତାଙ୍କ ବକ୍ତବ୍ୟରେ ପ୍ରାଚୁର୍ଯ୍ୟଭରା ପ୍ରାକୃତିକ ସଂପଦ ଓ ବର୍ତ୍ତମାନର ବିକଶିତ ଭାରତର ଉଜ୍ଜ୍ଵଳ ଭବିଷ୍ୟତ ଉପରେ ଓ ପ୍ରବାସୀ ଭାରତୀୟମାନଙ୍କ ଦେଶପ୍ରତି ଅତୁଳନୀୟ ଅବଦାନ ଭାରତୀୟ ମୁଖ୍ୟ ସ୍ରୋତରେ ସେମାନଙ୍କ ଅବଦାନ , ଭାରତକୁ ନେଇ ସେମାନଙ୍କ ଗର୍ବ , ସ୍ଵାଭିମାନ ଓ ମାତୃଭୂମି ଉପରେ ଆଲୋକପାତ କରିଥିଲେ। ଏହି ଅବସରରେ ଅନୁଷ୍ଠିତ ହୋଇଥିବା ବକ୍ତୃତା , ପ୍ରବନ୍ଧ ଓ କୁଇଜ୍‌ ପ୍ରତିଯୋଗିତାରେ ଭାଗନେଇଥିବା କୃତୀ ଛାତ୍ରୀମାନଙ୍କୁ ପୁରସ୍କୃତ କରି ଧନ୍ୟବାଦ ଅର୍ପଣ କରାଯାଇଥିଲା।
ଏହି କାର୍ଯ୍ୟକ୍ରମରେ ସମସ୍ତ ଛାତ୍ରୀ ଓ ଅଧ୍ୟାପିକା , ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।

Leave A Reply

Your email address will not be published.