ଯୁବ ଦିବସ ଅବସରରେ ୪୦ ବର୍ଷ ବନ୍ଧୁତ୍ୱର ସ୍ମୃତି ଚାରଣ

0

ଭୁବନେଶ୍ଵର, ୧୨/୦୧: ନୟାଗଡ଼ ମହାବିଦ୍ୟାଳୟରେ ୧୯୮୫ ମସିହାରେ+୨ ବିଜ୍ଞାନରେ ନାମ ଲେଖାଇଥିବା ଛାତ୍ରମାନେ ଆଜି ଜାତୀୟ ଯୁବ ଦିବସ ଅବସରରେ ଏକାଠି ହୋଇ ତାରୁଣ୍ୟର ସ୍ମୃତି ଚାରଣ କରିବା ସହିତ ନିଜ ଶିକ୍ଷାନୁଷ୍ଠାନର ବିକାଶରେ ସହଯୋଗର ହାତ ବଢ଼ାଇବାକୁ ନିଷ୍ପତ୍ତି ନେଇଛନ୍ତି।
ଭୁବନେଶ୍ଵରର ଏକ ହୋଟେଲରେ ଆୟୋଜିତ ବନ୍ଧୁମିଳନ ଆରମ୍ଭରେ ଦିବଂଗତ ଶିକ୍ଷକ ଓ ଛାତ୍ର ବନ୍ଧୁମାନଙ୍କୁ ସ୍ମରଣ କରି ନିରବ ପ୍ରାର୍ଥନା କରାଯାଇଥିଲା। ପରେ ଆଲୋଚନାରେ ଅଂଶଗ୍ରହଣ କରି ନୟାଗଡ଼ ମହାବିଦ୍ୟାଳୟର ବିକାଶ ଦିଗରେ ସକରାତ୍ମକ ଭାବେ କ’ଣ ସବୁ ସହଯୋଗ କରାଯାଇ ପାରିବ, ସେ ସମ୍ପର୍କରେ କଲେଜ କର୍ତୃପକ୍ଷଙ୍କ ସହିତ ଯୋଗାଯୋଗ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ମହାବିଦ୍ୟାଳୟରେ ଅଧ୍ୟୟନରତ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀଙ୍କୁ ସହଯୋଗ କରିବାକୁ ଆଲୋଚନା ହେବା ସହିତ ନିୟମିତ ଭାବେ ଏଭଳି ବନ୍ଧୁମିଳନ ଆୟୋଜନ କରିବାକୁ ସ୍ଥିର ହୋଇଥିଲା।

Leave A Reply

Your email address will not be published.