ଯୁବ ସାମ୍ବାଦିକଙ୍କ ସ୍ବର୍ଗତ ସୁରେଶ ପାଢ଼ୀଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା

0

 ରାୟଗଡ଼ାରୁ ସରୋଜ କୁମାର ସାହୁ

ସ୍ଥାନୀୟ ସଂସ୍କୃତି ଭବନ ପରିସରରେ ରାୟଗଡ଼ା ଜିଲ୍ଲା ସମାଜ ଖବର କାଗଜର ପ୍ରତିନିଧି ତଥା ଯୁବ ସାମ୍ବାଦିକ ସୁରେଶ ପାଢ଼ୀଙ୍କ ଅକାଳ ବିୟୋଗରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ସୁରେଶ ପାଢ଼ୀ ଜଣେ ନିର୍ଭୀକ ସାମ୍ବାଦିକ ଭାବେ ସମସ୍ତଙ୍କ ଠାରେ ପରିଚିତ ଥିଲେ । ପ୍ରଥମେ ସ୍ବର୍ଗତ ସୁରେଶ ପାଢ଼ୀଙ୍କ ତୈଳ ଚିତ୍ର ସମ୍ମୁଖରେ ପ୍ରଦୀପ ପ୍ରଜ୍ୱଳନ ଓ ପୁଷ୍ପ ମାଲ୍ୟା ଅର୍ପଣ କରଯାଇ ଅମର ଆତ୍ମାର ସଦଗତି ନିମନ୍ତେ ଦୁଇ ମିନିଟ ନିରବ ପ୍ରାର୍ଥନା କରଯାଇଥିଲା । ମୃତ୍ୟୁ ବେଳକୁ ସ୍ବର୍ଗତ ପାଢ଼ୀଙ୍କୁ ୪୧ ବର୍ଷ ହୋଇଥିଲା ଓ ସେ ବିଗତ କିଛି ଦିନ ହେଲା ଯକୃତ ଜନିତ ରୋଗରେ ପୀଡିତ ଥିଲେ ଓ କଟକ ବଡ ଡ଼ାକ୍ତରଖାନାରେ ଚିକିତ୍ସା ହେବା ସମୟରେ ତା ୩୧/୧୨/୨୦୧୮ ରିଖ ଦିନ ମୃତ୍ୟୁ ବରଣ କରିଥିଲେ । ଏହି ଅବସରରେ ରାୟଗଡ଼ା ଅତିରିକ୍ତ ଜିଲ୍ଲାପାଳ ସୁଧାକର ଶବର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବସନ୍ତ ପ୍ରଧାନ, ଉତ୍କଳ ଆଲୁମିନା କମ୍ପାନୀର ଉପ ସଭାପତି ରାକେଶ ମିଶ୍ର, ଉତ୍କଳ ଆଲୁମିନାର ଲୋକ ସମ୍ପର୍କ ଅଧିକାରୀ ସମୀର ମହାନ୍ତି, ଜେ କେ କାଗଜ କଳର ଲୋକ ସମ୍ପର୍କ ଅଧିକାରୀ ଏସ୍ କେ ନାଥ, ଓମ୍ ଶାନ୍ତି ଅନୁଷ୍ଠାନର ସଂଚାଳିକା ଭଉଣୀ, ଜିଲ୍ଲା କଂଗ୍ରେସ ସଭାପତି ଦୁର୍ଗା ପ୍ରସାଦ ପଣ୍ଡା, ଆଦିବାସୀ ସଂଘ ସଭାପତି ଆପଲୁ ସ୍ୱାମୀ କାଡ୍ରାକା, ରାୟଗଡ଼ା ମ୍ୟୁନିସପାଲଟିର ପୂର୍ବତନ ଉପାଧ୍ୟକ୍ଷ ନିରଞ୍ଜନ ବକ୍ସିପାତ୍ର, ବରିଷ୍ଠ ନାଗରିକ ମଞ୍ଚ ସଭାପତି ବିନୋଦ ପଣ୍ଡା, ବରିଷ୍ଠ ସାମ୍ବାଦିକ ବାଦଲ ତା, ଅତିରିକ୍ତ ଗୋଷ୍ଠି ଉନ୍ନୟନ ଅଧିକାରୀ ନୃସିଂ ଚରଣ ପଟନାୟକ, ରାୟଗଡ଼ା ସ୍ୱୟଂ ଚାଳିତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୂର୍ଯ୍ୟ ନାରାୟଣ ତ୍ରିପାଠୀ, ପ୍ରେସ ୟୁନିୟନ ରାୟଗଡ଼ାର ସଭାପତି ଦୟାନନ୍ଦ ଖାଡଙ୍ଗା, ରାୟଗଡ଼ା ମହିଳା ମହାବିଦ୍ୟାଳୟର ଅବସର ପ୍ରାପ୍ତ ପ୍ରାଧ୍ୟାପକ ଡ଼ଃ ଦୁସ୍ମନ୍ତ ମହାନ୍ତି, ଇମ୍ଫା କମ୍ପାନୀର ବରିଷ୍ଠ ଲୋକ ସମ୍ପର୍କ ଅଧିକାରୀ ଶକ୍ତି ପ୍ରସାଦ ପାଣିଗ୍ରାହୀ, ସତ୍ୟବାଦୀ ପତି, ଆଞ୍ଚଳିକ ଶିଳ୍ପ କେନ୍ଦ୍ରର ଶିଳ୍ପ ଅଧିକାରୀ ସବ୍ୟସାଚୀ ସାହୁ, ପ୍ରମୂଖ ସ୍ବର୍ଗତ ସୁରେଶ ପାଢ଼ୀଙ୍କ ସ୍ମୃତି ଚାରଣ କରିଥିଲେ । ଉକ୍ତ ସଭାରେ ଜିଲ୍ଲାର ସମସ୍ତ ସାମ୍ବାଦିକ, ବୁଦ୍ଧିଜୀବି, ଆଇନଜୀବି, ପ୍ରଶାସନିକ ଅଧିକାରୀ ଯୋଗ ଦେଇଥିବା ବେଳେ ପ୍ରେସ କ୍ଲବର ବରିଷ୍ଠ ସାମ୍ବାଦିକ ଏନ ଏନ ପାଢ଼ୀ ଅଧ୍ୟକ୍ଷତା କରିଥିବା ବେଳେ ପ୍ରେସ କ୍ଲବର ରାଜେଶ ପଟନାୟକ, ଗୋପ ରଞ୍ଜନ ବକ୍ସିପାତ୍ର, ସଂଗ୍ରାମ ପଟନାୟକ, ସୁବ୍ରତ ଚୌଧୁରୀ, ରଞ୍ଜନ ରଥ ଓ ପ୍ରେସ ୟୁନିୟନ ରାୟଗଡ଼ାର ସନ୍ତୋଷ କୁମାର ଦଳାଇ ଉକ୍ତ ସ୍ମୃତି ଚାରଣ ସଭାକୁ ପରିଚାଳନା କରିଥିଲେ ଏବଂ ଶେଷରେ ସାମ୍ବାଦିକ ସୁବ୍ରତ ଚୌଧୁରୀ ଧନ୍ୟବାଦ ଅର୍ପଣ କରିଥିଲେ ।

 

Leave A Reply

Your email address will not be published.