ଝାରବନ୍ଧ -ମନୋହର ଦାଶ: ବରଗଡ଼ ଜିଲ୍ଲା ଝାରବନ୍ଧ ବନଦୁର୍ଗା ମନ୍ଦିର ବ୍ରାହ୍ମଣ ସମାଜ ର ଗାୟତ୍ରୀ ଭବନ ଠାରେ ସର୍ବପ୍ରଥମେ ଗାୟତ୍ରୀ ପୂଜା କରାଯାଇଥିଲା। ପୂଜାରେ କର୍ତ୍ତା ଭାବେ ପ୍ରସନ୍ନ ମହାପାତ୍ର ଓ ତାଙ୍କ ସହ ଧର୍ମିଣୀ ଦାୟିତ୍ୱ ତୁଲାଇ ଥିବା ବେଳେ ପଣ୍ଡିତ ଦେବରାଜ ପଣ୍ଡା ପୂଜା କାର୍ଯ୍ୟ ତୁଲାଇ ଥିଲେ। ବ୍ରାହ୍ମଣ ସମାଜ ର ସଭାପତି ଝସକେତନ ନନ୍ଦ ଙ୍କ ସଭାପତିତ୍ୱ ରେ ସଭା କାର୍ଯ୍ୟ ଅନୁଷ୍ଠିତ ହୋଇଯାଇଅଛି l କାର୍ଯ୍ୟକାରୀ ସଭାପତି ଡାକ୍ତର ଲମ୍ବୋଦର ପଣ୍ଡା ସଭା ସଂଚାଳନ କରିଥିଲେ l ଅତିଥି ଭାବରେ ପାଇକମାଲ ବ୍ଲକ ସଭାପତି ଗିରିଶ ନାୟକ, ବରଗଡ଼ ରୁ ଜୟଦେବ ପଣ୍ଡା, ଛାତିଶଗଡ଼ ମହାଶମୁନ ଜିଲ୍ଲା ସଭାପତି ବଳଦେବ ମିଶ୍ର, ବସନା ରୁ ଅବସରପ୍ରାପ୍ତ ପୋଲିସ ଆଦିକାରୀ ମଥାମଣି ମିଶ୍ର, ଗାଇସିଲେଟ ରୁ ନବୀନ ଦାଶ, ନୂଆପଡା ରୁ ଶଶିଭୂଷଣ ପଣ୍ଡା, ପଦ୍ମପୁର ରୁ ଅତ୍ରାହି ପାଣିଗ୍ରାହୀ ଯୋଗ ଦେଇ ବିଭିନ୍ନ ପରାମର୍ଶ ଦେଇଥିଲେ l ସମାଜ ର ସୁଦୃଢ଼ୀକରଣ ପରସ୍ପର ମଧ୍ୟ୍ୟ ରେ ସୁସମ୍ପର୍କ ରକ୍ଷା କରି ସମାଜ ର ଉନ୍ନତି କରିବାକୁ ଆଲୋଚନା କରାଯାଇଥିଲା lବ୍ଲକ ର ବିଭିନ୍ନ ପଞ୍ଚାୟତ ରୁ ଶତାଧିକ ବ୍ରାହ୍ମଣ ଏବଂ ଗାୟତ୍ରୀ ବାହିନୀ ର ମା ଭଉଣୀ ମାନେ ଯୋଗ ଦେଇଥିଲେ। ପରିଶେଷ ରେ ଦେବରାଜ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.