( ଶାସକ ପ୍ରଶାସକ/ ଖଲ୍ଲିକୋଟ ରୁ ଶିବରାମ ଜେନା): ଖଲ୍ଲିକୋଟ: ଆଞ୍ଚଳିକ ପରିବହନ ପ୍ରାଧିକରଣ, ଗଞ୍ଜାମ, “ସଡ଼କ ସୁରକ୍ଷା ମାସ” ପାଳନ ଅବସରରେ ଖଲ୍ଲିକୋଟ ପୋଲିସ ବିଭାଗ ଆନୁକୂଲ୍ୟରେ ଆଜି ସଡ଼କ ସୁରକ୍ଷା ମାସ ପାଳନ ହୋଇ ଥିବା ଜଣାପଡ଼ିଛି। ଵେପାରୁଆ ଗାଡ଼ି ଚାଳନା ରୋକିବାକୁ ଖଲ୍ଲିକୋଟ ଥାନା ଅଧିକାରୀ ଶ୍ରୀ ରମେଶ କୁମାର ପ୍ରଧାନ ଙ୍କ ତତ୍ତ୍ଵାବଧାନତାରେ ସଡ଼କ ସୁରକ୍ଷା ରାଲି ହୋଇଯାଇଛି । ଖଲ୍ଲିକୋଟ ଵସ୍ ଷ୍ଟାଣ୍ଡ ରୁ ପଥପ୍ରାନ୍ତ ନାଟକ ଆରମ୍ଭ ହୋଇ ଥିବା ବେଳେ , ଉକ୍ତ କାର୍ଯ୍ୟକ୍ରମରେ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନେ, YRC , RRC unit, ଜାତୀୟ ସେବା ଯୋଜନା ର ଛାତ୍ର ଛାତ୍ରୀ ମାନେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ। ତାପରେ ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ରେ ସଭାକାର୍ଯ୍ୟ ଆରମ୍ଭ ହୋଇ ଥିବା ବେଳେ, ଆଜିର ଏ କାର୍ଯ୍ୟକ୍ରମ ରେ ମଞ୍ଚାସୀନ ଥିଲେ, ରାମଚନ୍ଦ୍ର ମର୍ଦ୍ଦରାଜ ବିଜ୍ଞାନ ମହାବିଦ୍ୟାଳୟ ର ପ୍ରିନ୍ସ ପାଲ ଡଃ, ସୁରେନ୍ଦ୍ର କୁମାର ସ୍ୱାଇଁ, EV ମନୋରଞ୍ଜନ ସାହୁ, ଖଲ୍ଲିକୋଟ ଥାନା ଅଧିକାରୀ ରମେଶ କୁମାର ପ୍ରଧାନ, MVI ଗଞ୍ଜାମ ର ରବିନ୍ଦ୍ରନାଥ ଜେନା ଓ NSS ସଂଯୋଜକ ଡଃ ଅଲେଖ ଚନ୍ଦ୍ର ମହନ୍ତ ।
ଆଜିର ଏ କାର୍ଯ୍ୟକ୍ରମ କୁ ସଫଳତା ର ରୂପାୟନ ଦେଇଛନ୍ତି, ଖଲ୍ଲିକୋଟ ଥାନା ଅଧିକାରୀ ଙ୍କ ସମେତ ଅନ୍ୟାନ୍ୟ କର୍ମ ଚାରୀ, ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀ ଗଣ ।
Sign in
Sign in
Recover your password.
A password will be e-mailed to you.
Prev Post