ବାସୁଦେବପୁର – ଭଦ୍ରକ ଜିଲ୍ଲା ସ୍ତରୀୟ ଧାନ ମଣ୍ଡି ଉଦ୍ ଘାଟନ ର କାର୍ଯ୍ୟ କର୍ମ ରେ ପାଞ୍ଚ ତାରିଖ ରବିବାର ରେ ବାସୁଦେବପୁର ବ୍ଳକ ର ଧାନ ମଣ୍ଡି ର ଶୁଭ ଉଦ୍ ଘାଟନ ଏଡତାଳ ସେବା ସମବାୟ ସମିତି ରେ ହୋଇ ଯାଇଛି। ମୁଖ୍ୟ ଅତିଥି ଭାବେ ବିଧାୟକ ଅଶୋକ କୁମାର ଦାସ ଓ ସମ୍ମାନିତ ଅତିଥି ଭାବେ ତହସିଲଦାର ସୌଭାଗ୍ୟ ପଣ୍ଡା ଓ ବିଡିଓ ସଞ୍ଜୀବ ସାହୁ ଯୋଗ ଦେଇ ଉଦ୍ ଘାଟନ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟ ରେସରପଂଚ ଙ୍କ ପ୍ରତିନିଧି ଅମରେନ୍ଦ୍ର ପଲାଇ,ଅନିମେଷ ସୁବୁଦ୍ଧି ରାୟ, କୃଷି ଅଧିକାରୀ ନିହାରିକା ଦଳାଇ,ସଭାପତି ଭରତ କୁମାର ନାୟକ, ସମ୍ପାଦକ ସୌମ୍ୟ ଜିତ ଦାସ, ଯୋଗାଣ ବିଭାଗ ଅଧିକାରିଣୀ ମଧୁସ୍ମିତା ସେନାପତି , ଜିଲ୍ଲା ପରିଷଦ ସଭ୍ୟ ଜୟ କୃଷ୍ଣ ନାୟକ ଯୋଗ ଦେଇଥିଲେ। ଏହି ଅବସର ରେ ବାସୁଦେବପୁର ବ୍ଳକ ର ଅନ୍ୟ ସେବା ସମବାୟ ସମିତି ର ସମ୍ପାଦକ ମାନେ ଉପସ୍ଥିତ ରହି ଥିବାର ଦେଖା ଯାଇଛି। ପଞ୍ଚାୟତ ର ଅନେକ ଚାଷୀ ମାନେ ଉପସ୍ଥିତ ରହିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post