ବାପା ଆରପାରିରେ, ମା’ ଙ୍କ ପତ୍ତା ମିଳୁନି:ବେସାହାରା ହେଲେ ୩ ନାବାଳକ

0 2

କୁଚିଣ୍ଡା (ଲିପନ ନାଏକ ) ମଣିଷର ଯେତେବେଳେ ଖରାପ ସମୟ ଆସେ ସେତେବେଳେ ସବୁ ଦୁଃଖ ଯେପରି ତାରି ଉପରେ ଅଜାଡି ହଇଯାଏ l ବଞ୍ଚିବା ତା ପାଇଁ କଷ୍ଟସାଧ୍ୟ ହୋଇପଡ଼େ l ତାର ଏକ ଜ୍ୱଳନ୍ତ ଉଦାହରଣ ହେଲେ ୧୭ ବୟସ୍କ ନାବାଳିକା କୁନି ଦେହୁରୀ, ତାଙ୍କ ଦୁଇ ଭାଇ ଲୋଚନ ଦେହୁରୀ (୧୦) ଓ ନୀଳମଣି ଦେହୁରୀ (୮) l ତାଙ୍କ ଦୁଃଖ କହିଲେ ନସରେ l କୁନି ଙ୍କ ବାପା ୨୦୨୧ ଆରପାରିକୁ ଚାଲିଯାଇଥିବା ବେଳେ ମା ‘ ୩ ବର୍ଷ ହେବ ଦାଦନ ଖଟିବାକୁ ଯାଇ ଫେରିନାହାନ୍ତି l ଏହିଭଳି ଅବସ୍ଥାରେ କାହା ଭରସାରେ ବଞ୍ଚିବେ ଚିନ୍ତାରେ ପଡିଛନ୍ତି ୩ ଭାଇଭଉଣୀ l

ସୂଚନା ଯୋଗ୍ୟ ଯେ ବଡ଼ରମା ପଞ୍ଚାୟତ କାର୍ଯ୍ୟାଳୟ ରୁ ୭ କିମି ଘଞ୍ଚ ଜଙ୍ଗଲ ଟନସରା ଗ୍ରାମରେ ସ୍ବର୍ଗତ ଅହମ୍ବଦ ଦେହୁରୀ ଙ୍କ ଘର l ତାଙ୍କ ପରିବାର କହିଲେ ସ୍ତ୍ରୀ ଓ ଝିଅ ଏବଂ ଦୁଇ ପୁଅ l ଆଜିକୁ ୪ ବର୍ଷ ହେବ ବାପା ଅହମ୍ବଦ ଏକ ସଡ଼କ ଦୁର୍ଘଟଣା ରେ ଆରପାରିକୁ ଚାଲିଯିବା ପରେ ମା ୩ ବର୍ଷ ହେବ ଦାଦନ ଖଟିବାକୁ ଯାଇ ଫେରି ନାହାନ୍ତି l କୁନି କହନ୍ତି ଏବେ ବାପା ମା ଚାଲିଯିବା ପରେ ଆମେ ଭାଇଭଉଣୀ ବେ ସାହାରା ହୋଇ ଯାଇଛୁ l ଏବେ ବାପା ନଥିବା ବେଳେ ମାଙ୍କ ମଧ୍ୟ ପତ୍ତା ମିଳୁନି l ବାପା ମା ଥିବା ସମୟରେ ଆମେ ସମସ୍ତେ ଖୁସି ରେ ଚଳିଯାଉଥିଲୁ କିନ୍ତୁ ଏବେ ଆମ ରହିବା ପାଇଁ ଘର ଖଣ୍ଡିଏ ବି ନାହିଁ କି ପାଖରେ କିଛି ଅର୍ଥ ବି ନାହିଁ l ଦୁଇ ଭାଇ ଙ୍କୁ କିପରି ଭାବରେ ମଣିଷ ଟିଏ କରିବି ସେଥିପାଇଁ ନିଜେ ମୋର ପାଠ ଛାଡି କୁଳିମଜୁରୀ କାମ କରିବାକୁ ପଡୁଛି l ସରକାର ଙ୍କ ପକ୍ଷରୁ ଯଦି ଘର ଖଣ୍ଡିଏ ଓ ଭାଇମାନଙ୍କ ପାଠ ପଢା ପାଇଁ କିଛି ସହାୟତା ହୁଅନ୍ତା ତା ହେଲେ ଭାଇ ଦିଟା ଭଲ ମଣିଷ ହୋଇପାରନ୍ତେ l ଗ୍ରାମର ନରେନ ନାଏକ, ସନ୍ତୋଷିନୀ ଦେହୁରୀ କହନ୍ତି ଆମେ ଏହି ଭାଇ ଭଉଣୀ ଙ୍କ ଦୁଃଖ ନିଜେ ଦେଖୁଚୁ ଅଭାବ ସମୟରେ ସାହାଯ୍ୟ ମଧ୍ୟ କରୁ ହେଲେ ଏହି ଶିଶୁ ମାନଙ୍କ ପାଇଁ ଘର ଖଣ୍ଡିଏ, ପାଠପଢା ଓ ୩୫ କେଜି ଚାଉଳ ର ବ୍ୟବସ୍ଥା ହୋଇଗଲେ ଠିକ ହୁଅନ୍ତା l

ଏହାକୁ ନେଇ ବଡ଼ରମା ସରପଞ୍ଚ ବିଜୟ କୁମାର ନାୟକ ଙ୍କୁ ଯୋଗାଯୋଗ କରାଯିବାରୁ ସେ କହିଥିଲେ ହଁ ପ୍ରକୃତ ରେ ସେହି ପରିବାର ଦୁଃଖର ସାମ୍ନା କରୁଛନ୍ତି ଏହି ବିଷୟକୁ ନେଇ ମୁ ବ୍ଲକ କାର୍ଯ୍ୟାଳୟ ରେ ଅନେକ ଥର ଅଭିଯୋଗ ମଧ୍ୟ କରିସାରିଲିଣି ମୋ ପକ୍ଷରୁ ଯଥା ସମ୍ଭବ ମୁ ତାଙ୍କୁ ସାହାଯ୍ୟ କରିବି l ସେହିପରି ଜମନକିରା ବ୍ଲକ ଉନ୍ନୟନ ଅଧିକାରୀ ରବୀନ୍ଦ୍ର ସେଠି ଙ୍କୁ ସାକ୍ଷାତ କରି ଏହି ବିଷୟରେ ଜଣାଇବାରୁ ଏହି ବିଷୟରେ ଉଚ୍ଚପଦସ୍ଥ ଅଧିକାରୀଙ୍କୁ ଜଣାଇ ଶିଶୁ ମାନଙ୍କ ପାଇଁ ଯଥା ସମ୍ଭବ ସରକାରୀ ସହାୟତା ପ୍ରଦାନ କରିବୁ ବୋଲି କହିଥିଲେ l ତୁରନ୍ତ ୩ ଭାଇଭଉଣୀ ଙ୍କୁ ଜିଲ୍ଲାପାଳ ଦୃଷ୍ଟି ଆକର୍ଷଣ କରି ଥାଇଥାନ ପାଇଁ ଗ୍ରାମବାସୀଙ୍କ ଦାବୀ ହେଉଛି l

Leave A Reply

Your email address will not be published.