ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ଆଜି ବେଲଗୁଣ୍ଠା ବ୍ଲକ୍ ର ଦୁଇଟି ସ୍ଥାନରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀଙ୍କ ଦ୍ୱାରା ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି I ପ୍ରଥମେ ବେଲଗୁଣ୍ଠା ସେବା ସମବାୟ ସମିତି ଆନୁକୂଲ୍ୟରେ ଧାନ ମଣ୍ଡିକୁ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିବାବେଳେ ଏହି ଉଦ୍ଘାଟନୀ କାର୍ଯ୍ୟକ୍ରମରେ ବେଲଗୁଣ୍ଠା ନଗରପାଳ ଫିରୋଜ କୁମାର ସେଠୀ, କାର୍ଯ୍ୟ ନିର୍ବାହି ଅଧିକାରୀ ସାମନ୍ତ ବିଶ୍ଵମ୍ବର ମହାପାତ୍ର, ତହସିଲଦାର କଳାକୃଷ୍ଣ ପ୍ରଧାନ,ସେବା ସମବାୟ ସମିତି ସଭାପତି ସନ୍ତୋଷ କୁମାର ସୁବୁଦ୍ଧି, ସମ୍ପାଦକ କ୍ରିଷ୍ଣା କୁମାର ଡାକୁଆ, ଉପସଭାପତି ନମିତା ଜେନା,ବେଲଗୁଣ୍ଠା ଶାଖା ପରିଚାଳକ କମଳେଶ ଗୌଡ଼ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ I କାର୍ଯ୍ୟକ୍ରମରେ ଚଉଦଟି ସେବା ସମବାୟ ସମିତିର ସମ୍ପାଦକ, 45 ଜଣ କୃଷି କମିଟି,ମିଲର୍ ପ୍ରଶାନ୍ତ ପାତ୍ର, ରବୀନ୍ଦ୍ର ପାତ୍ର, ସିଲୁ ସ୍ୱାଇଁଙ୍କ ସମେତ ସମସ୍ତ ନିର୍ଦ୍ଦେଶକ ଉପସ୍ଥିତ ଥିଲେ I ସେହିପରି କ୍ଷତ୍ରିୟବରପୁର ସେବା ସମବାୟ ସମିତିର ବିଞ୍ଚଣା ସ୍ଥିତ ଆର୍.ଏମ୍.ସି ଗୋଦାମ ଗୃହ ଠାରେ ମଧ୍ୟ ବିଧାୟକ ଶ୍ରୀ ବିଷୋୟୀଙ୍କ ଦ୍ୱାରା ଧାନ ମଣ୍ଡି ଉଦ୍ଘାଟିତ ହୋଇଯାଇଛି I ଏହି କାର୍ଯ୍ୟକ୍ରମରେ ବିଧାୟକ ଶ୍ରୀ ବିଷୋୟୀଙ୍କ ସମେତ ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ,ସମିତିସଭ୍ୟ କୁଞ୍ଜବିହାରୀ ନାୟକ, ବିଧାୟକ ପ୍ରତିନିଧି ଜିତେନ୍ଦ୍ର କୁମାର ନାୟକ, କ୍ଷତ୍ରିୟବରପୁର ନୋଡ଼ାଲ୍ ଅଫିସର୍ ଗୌରୀ ଶଙ୍କର ସ୍ଵାଇଁ,ସେବା ସମବାୟ ସମିତିର ସଭାପତି ଲକ୍ଷ୍ମଣ କୁମାର ପଣ୍ଡା, ସମ୍ପାଦକ ହରପ୍ରସାଦ ବେହେରା ଏବଂ ସମସ୍ତ ନିର୍ଦ୍ଦେଶକ ଉପସ୍ଥିତ ଥିବା ବେଳେ ପ୍ରାୟ ଶହେରୁ ଊର୍ଦ୍ଧ୍ଵ ଚାଷୀ ଉପସ୍ଥିତ ଥିଲେ I ଆଜି ଦୁଇଟି ମଣ୍ଡି ଉଦ୍ଘାଟିତ ହୋଇଥିବା ବେଳେ ବ୍ଳକ୍ ର ଅନ୍ୟ ସ୍ଥାନରେ ମଧ୍ୟ ଖୁବ୍ ଶୀଘ୍ର ମଣ୍ଡି ଖୋଲାଯିବ ବୋଲି ତହସିଲଦାର କଳାକୃଷ୍ଣ ପ୍ରଧାନ ପ୍ରକାଶ କରିଛନ୍ତି I
Sign in
Sign in
Recover your password.
A password will be e-mailed to you.
Prev Post