ଘେଁସ :-ସହର କଥା ଛାଡ଼, ଗାଁ ଗହଳିରେ ବି ଚାଲିଛି ବେଧଡ଼କ ନିଶା କାରବାର। ଦେଶୀ ବିଦେଶୀ ମଦ ଠୁ ଆରମ୍ଭ କରି କଫସିରପ୍ ଖୁଲମଖୁଲା ବିକ୍ରି ହେଉଥିଲେ ହେଁ ପ୍ରଶାସନ ପକ୍ଷରୁ କୌଣସି ଲଗାମ ନାହିଁ । ବରଗଡ଼ ଜିଲ୍ଲା ମେଲଛାମୁଣ୍ଡା ଥାନା ଅନ୍ତର୍ଗତ ଘେଁସ ଅଞ୍ଚଳରେ ହେଉଥିବା ବେଆଇନ ନିଶା କାରବାର ଏହାକୁ ପ୍ରମାଣିତ କରୁଛି। ବିଶେଷ କରି ଏବେ ଗ୍ରାମାଞ୍ଚଳରେ କଫସିରପ୍ ସେବନ କାରବାର ବଢ଼ିବା ଚିନ୍ତା ଜନକ ପରିସ୍ଥିତି ସୃଷ୍ଟି କରୁଛି। କମ ବୟସର ଯୁବକମାନେ ଏହି ନିଶା ଜାଲରେ ପଡ଼ି ପଥଚ୍ୟୁତ୍ ହେଉଛନ୍ତି। କଫସିରପ୍ ପିଇ ରାସ୍ତାଘାଟରେ ଖାଲି ବୋତଲ ଫୋପାଡ଼ୁଛନ୍ତି।
ଘେଁସ ଠାରୁ ସନିମାଳ ମଧ୍ୟ ରେ ବେନିୟମ ଭାବରେ ଏହା ବିକ୍ରି ହେଉଥିବା ସନ୍ଦେହ କରାଯାଉଛି। ତେଣୁ ଏଥିପ୍ରତି ପ୍ରଶାସନ ଧ୍ୟାନ ଦେବା ଦରକାର ବୋଲି ବୁଦ୍ଧିଜୀବୀ ମହଲରେ ଦାବି ହେଉଛି ।
Sign in
Sign in
Recover your password.
A password will be e-mailed to you.