ସଂସଦ ଆଦର୍ଶ ଗ୍ରାମ ଯୋଜନା ବୈଠକ ଅନୁଷ୍ଠିତ l

0 2

ଖୋର୍ଦ୍ଧା -: ସାଂସଦ ଆଦର୍ଶ ଗ୍ରାମ ଯୋଜନା ସମ୍ପର୍କିତ ଏକ ବୈଠକ ଜ଼ିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ସାହୁ ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ହୋଇଯାଇଛି l ଏହା ଏକ ଗ୍ରାମୀଣ ଉନ୍ନୟନ ଯୋଜନା ଯେଉଁଥିରେ ସଂସଦୀୟ ଆଦର୍ଶ ଗ୍ରାମମାନଙ୍କର ସାମାଜିକ, ଆର୍ଥିକ ଓ ପରିବେଶ ଉନ୍ନତି କରଣ କରିବା ଏହାର ଲକ୍ଷ୍ୟ l ଏହିକାର୍ଯ୍ୟକ୍ରମ ରେ କୌଣସି ପାଣ୍ଠି ର ବ୍ୟବସ୍ଥା ନାହିଁ l ସରକାର ଙ୍କ ବିଭିନ୍ନ ବିଭାଗ,ଲାଇନ ରିପୋର୍ଟ ଯନ୍ତ୍ରୀ ମାନଙ୍କ ସହଯୋଗ ରେ କାର୍ଯ୍ୟ କରାଯାଇପାରିବ l ଖୋର୍ଦ୍ଧା ଜ଼ିଲ୍ଲା ର ମୋଟ 190 ଟି ଗ୍ରାମ ପଞ୍ଚାୟତ ରୁ 11 ଟି ଗ୍ରାମପଞ୍ଚାୟତ କୁ ଅନ୍ତର୍ଭୁକ୍ତ କରାଯାଇଛି l ଏହି 11 ଟି ଗ୍ରାମପଞ୍ଚାୟତ ରୁ 6 ଟି ଯଥା, ଧଉଳି, ପାରିଓରଡ଼ା, ପାଟପୁର ଶାସନ, କାନପୁର, ବଡ଼ପାରି, ଅନ୍ଧାରୁଆ ଆଦିକୁ ଅନୁମୋଦନ କରାଯାଇଛି l ଅବଶିଷ୍ଟ 5 ଟି ସଂସଦୀୟ ଆଦର୍ଶ ଗ୍ରାମ ଯୋଜନା ର ବଇଞ୍ଚୁଆ, ତମାଣ୍ଡୋ, କଲ୍ୟାଣପୁର, ଜଙ୍କିଆ, ବାଘମାରୀ ଗ୍ରାମ ପଂଚାୟତ ମାନଙ୍କର ବିଭିନ୍ନ ସମସ୍ୟା ବିଷୟରେ ଆଲୋଚନା କରାଯାଇଥିଲା l ସରପଞ୍ଚ, ଯନ୍ତ୍ରୀ ଏବଂ ବିଭାଗୀୟ ଅଧିକାରୀ ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ l ସମସ୍ୟା ଗୁଡିକ ସମ୍ପର୍କ ରେ ବୈଠକ ରେ ଅବଗତ କରାଯାଇଥିଲା l ଏହି ବୈଠକ ରେ ଅତିରିକ୍ତ ମୁଖ୍ୟ ଉନ୍ନୟନ ତଥା କାର୍ଯ୍ୟନିର୍ବାହୀ ଅଧିକାରୀ କସ୍ତୁରୀ ବାଳl ଜେନା, ଉପ-ନିର୍ଦେଶକ ଶଙ୍କର ବେହେରା, ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ ରବି ନାରାୟଣ ସେନାପତି, ଜ଼ିଲ୍ଲା କଲ୍ୟାଣ ଅଧିକାରୀ, ଡ଼ଃ ଗୀତାନଶୁ ମୋହନ ଦାଶ, ଅତିରିକ୍ତ ନିର୍ଦେଶକ ଉଦ୍ୟାନ ବିଭାଗ, ସ୍ମିତା ମହାନ୍ତି, ମଣ୍ଡଳ ଉନ୍ନୟନ ଅଧିକାରୀ କ୍ଷୀରାବ୍ଧି  ତନୟା ସାହୁ, ସମସ୍ତ ସରପଞ୍ଚ, ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.