ସର୍ବ ଭାରତୀୟ ଭଲିବଲ୍ ଖେଳ ର ଓଡ଼ିଶା ଟିମ୍ ର ମୁଖ୍ୟ ପରିଚାଳକ ହେଲେ ଉଦୟ ନାରାୟଣ ମଲ୍ଲିକ।

0 2

 ବାସୁଦେବପୁର – ରାଜସ୍ଥାନ ଜୟପୁର ରେ ଜାନୁଆରୀ ୭ ରୁ ୧୩ ତାରିଖ ଯାଏଁ ଆୟୋଜନ ହେବାକୁ ଯାଉଛି ସର୍ବ ଭାରତୀୟ ଭଲିବଲ୍ ଖେଳ। ଏହି ମ୍ୟାଚ୍ ରେ ଭାରତ ରୁ ବିଭିନ୍ନ ରାଜ୍ୟ ରୁ ଟିମ୍ ଅଂଶ ଗ୍ରହଣ କରିବାକୁ ଥିବା ବେଳେ ଓଡ଼ିଶା ଟିମ୍ ମଧ୍ୟ ଅଂଶ ଗ୍ରହଣ କରିବାକୁ ଯାଉଛି। ଏଥି ନିମନ୍ତେ ମୁଖ୍ୟ ପରିଚାଳକ ଭାବ ରେ ବିଜେପି ଜିଲ୍ଲା ଉପ ସଭାପତି ଉଦୟ ନାରାୟଣ ମଲ୍ଲିକ ଙ୍କ ନାମ ଘୋଷଣା କରାଯାଇଛି। ଉଦୟ ଙ୍କ ନାମ ଘୋଷଣା ପରେ ବିଭିନ୍ନ ମହଲ ରୁ ଶୁଭେଚ୍ଛା ସୁଅ ଛୁଟିଥିଲା ବେଳେ, ଜୀବନର ତରୁଣ କାଳରୁ କ୍ରୀଡ଼ା ପ୍ରତି ମୋର ଅହେତୁକ ଦୁର୍ବଳତା ରହିଛି,ବିଭିନ୍ନ ଖେଳ ମଧ୍ୟରୁ ଭଲିବଲ ରେ ମୋର ଅଭିଜ୍ଞତା ଅଧିକ ଓ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗିତାରେ ଅଂଶଗ୍ରହଣ ସହ ସଫଳତା ମଧ୍ୟ ପାଇଛି।
ରାଜସ୍ଥାନ ଜୟପୁରରେ ଜାନୁଆରୀ ୭ ରୁ ୧୩ ପର୍ୟ୍ୟନ୍ତ ସର୍ବଭାରତୀୟ ଭଲିବଲ୍ ଚାମ୍ପିଅନଶିପ ଅନୁଷ୍ଠିତ ହେବାକୁ ଯାଉଛି। ଟିମର ମୂଖ୍ୟ ପରିଚାଳକ ଭାବେ ମୋତେ ଦାୟିତ୍ୱ ବି ମିଳିଥିବାରୁ ମୁଁ ବିଭାଗୀୟ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ୍ ତଥା ଆମ ରାଜ୍ୟର ଭଲିବଲ୍ ବୋର୍ଡ ସଦସ୍ୟ ମାନଙ୍କୁ ଧନ୍ୟବାଦ୍ ଅର୍ପଣ କରୁଛି ବୋଲି ଉଦୟ ନାରାୟଣ ମଲ୍ଲିକ ଗଣ ମାଧ୍ୟମ କୁ କହିଛନ୍ତି। ଏହି ଅବସର ରେ କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା “ଫଟୋ ସେସନ୍” ରେ ଖେଳାଳୀ ଗଣ ତଥା ସହଯୋଗୀ କର୍ମୀ ମାନଙ୍କ ସହ ଯୋଗ ଦେଇଥିଲେ ଉଦୟ ନାରାୟଣ ମଲ୍ଲିକ।

Leave A Reply

Your email address will not be published.