ବାସୁଦେବପୁର _ ଭଦ୍ରକର ସାଂସଦ ଶ୍ରୀଯୁକ୍ତ ଅଭିମନ୍ୟୁ ସେଠୀଙ୍କ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ଇରମ ଗ୍ରସ୍ତ ସମୟ ରେ ଚୁଡ଼ାମଣି ଠାରେ ସେବାସମବାୟ ସମିତିର ସମସ୍ୟା , ମହିଳା ଗ୍ରୁପ୍ ସି ଆର ପି ମାନଙ୍କୁ ଭେଟି ସମସ୍ୟା ବିଷୟରେ ସାଂସଦ ଅଭିମନ୍ୟୁ ସେଠୀ ଆଲୋଚନା କରିଥିଲେ । ସେବା ସମବାୟ ସମିତି ଆଲୋଚନା ସମୟ ରେ ସରପଂଚ ଅଗଣି ପ୍ରସାଦ ଜେନା, ସେବା ସମବାୟ ସମିତି ର ସଭାପତି ସୁଶାନ୍ତ କୁମାର ରାୟ, ସମ୍ପାଦକ, ପୂର୍ବତନ ସରପଂଚ ରମାକାନ୍ତ ସେଠୀ, ପ୍ରବୋଧ ମହାପାତ୍ର, ପୂର୍ବତନ ସମିତି ସଭ୍ୟ ଶରତ କୁମାର ମହାପାତ୍ର ଙ୍କ ସହ ଅନ୍ୟ ମାନେ ଉପସ୍ଥିତ ରହି ଥିଲେ। ଚାଷୀ ମାନଙ୍କର କୃଷି ଋଣ ସହ ବୀମା ସମ୍ପର୍କ ରେ ଆଲୋଚନା କରାଯାଇଛି ବୋଲି ସରପଂଚ ଅଗଣୀ ପ୍ରସାଦ ଜେନା ସୂଚନା ଦେଇଛନ୍ତି।ସୂଚନା ଥାଉ କି ସଂଗ୍ରାମୀ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଙ୍କ ୨୭ ତମ ଶ୍ରାଦ୍ଧ ବାର୍ଷିକୀ ରେ ଆୟୋଜିତ କାର୍ଯ୍ୟ କର୍ମ ରେ ଯୋଗ ଦେବାକୁ ସାଂସଦ ଅଭିମନ୍ୟୁ ସେଠୀ ଇରମ ଅଭିମୁଖେ ଆସିଥିଲେ।
Sign in
Sign in
Recover your password.
A password will be e-mailed to you.