କଂଗ୍ରେସ ବାସୁଦେବପୁର ନାମ ରେ ସୋସିଆଲ ମିଡିଆରେ ଫେକ ଆକାଉଣ୍ଟ।

0 2

 ବିଧାୟକ ଙ୍କ ନିର୍ଦ୍ଦେଶ ପରେ ଯୁବ କଂଗ୍ରେସ କର୍ମୀମାନେ ଦେଲେ ଏତଲା। 

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ କଂଗ୍ରେସ ବାସୁଦେବପୁର ନାମ ରେ ଏକ ଫେକ ଆକାଉଣ୍ଟ ଫେସ୍ ବୁକ୍ ରେ ଖୋଲା ଯାଇଛି ବୋଲି ଯୁବ କଂଗ୍ରେସ କର୍ମୀମାନେ ବାସୁଦେବପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ସୂଚନା ଅନୁଯାୟୀ ବାସୁଦେବପୁର ଗଣ ମାଧ୍ୟମ ପ୍ରତିନିଧି ମାନଙ୍କ ନାମ ରେ ଏଣୁ ତେଣୁ ପୋଷ୍ଟ କରିବା ପରେ ବାସୁଦେବପୁର ଗଣ ମାଧ୍ୟମ ପ୍ରତିନିଧି ମାନେ ବିଧାୟକ ଅଶୋକ କୁମାର ଦାସ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ବିଧାୟକ ତୁରନ୍ତ ଏହାକୁ ଗୁରୁତ୍ୱର ସହ ନେଇ ତୁରନ୍ତ ଏହି ଫେସବୁକ ଆକାଉଣ୍ଟ ବିରୋଧ ରେ ବାସୁଦେବପୁର ଥାନା ରେ ଲିଖିତ ଅଭିଯୋଗ ପାଇଁ ଯୁବ କଂଗ୍ରେସ କର୍ମୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ପରେ ଯୁବ କଂଗ୍ରେସ କର୍ମୀ ବାଦଲ ନାୟକ, ଟୁଟୁ ଖାନ୍, ଦୀପକ ନାୟକ, ବାପି ମହାନ୍ତି ପ୍ରମୁଖ ବାସୁଦେବପୁର ଥାନା ରେ ଲିଖିତ ଅଭିଯୋଗ କରିଛନ୍ତି। ବାସୁଦେବପୁର ଗଣ ମାଧ୍ୟମ ପ୍ରତିନିଧି ମାନଙ୍କୁ ଯଥାମାନ୍ୟ ସମ୍ମାନ ବାସୁଦେବପୁର କଂଗ୍ରେସ ପ୍ରଦାନ କରେ, ଏଭଳି ପୋଷ୍ଟ ଆମକୁ ଦୁଃଖ ଦେଇଛି ଓ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେବାକୁ ଥାନା ଅଧିକାରୀଣୀ ଙ୍କୁ ଅନୁରୋଧ କରିଛନ୍ତି ବୋଲି କହିଁଛନ୍ତି ଯୁବ କଂଗ୍ରେସ କର୍ମୀ।

Leave A Reply

Your email address will not be published.