-ଖଲିକୋଟ ଶ୍ରୀ ମର୍ଦ୍ଦରାଜ ହାଇସ୍କୁଲ, ଛାତ୍ର ମାନେ ପ୍ରଚାର କଲେ ସଡ଼କ ସୁରକ୍ଷା ସଚେତନ ଅଭିଯାନ ।

0 1

(ଶାସକ ପ୍ରଶାସକ/ଖଲ୍ଲିକୋଟ ରୁ ଶିବରାମ ଜେନା):ଆପେ ବଞ୍ଚିଲେ ବାପ ର ନାଁ ବୋଲି କଥା ପ୍ରସଙ୍ଗରେ କହିଥାନ୍ତି। ହେଲେ ଏବକୁ ଯୋ ହାରରେ ଦିନକୁ ଦିନ ଯାନବାହାନ ଚଳାଚଳ କରୁଛି। ନିଜକୁ ତ ବଞ୍ଚାଇବାକୁ କଷ୍ଟ ବ୍ୟାପାର ‌ହୋଇପଡିବ, ଅନ୍ୟ ପକ୍ଷରେ ବେପା ରୁଆ ଗାଡି ଚଲେଇବା ଯୋଗୁଁ ଅନ୍ୟ ର ଜୀଵନ ନେବାକୁ ପଶ୍ଚାତପଦ ହୋଇ ନଥାଏ ।
ସରକାର ତଥା ସ୍ବେଛାସେବୀ ସଂସ୍ଥାମାନଙ୍କ ବାରମ୍ବାର ତାଗିଦ ସତ୍ତ୍ୱେ ଗାଡି ଚାଳନା ର ତ୍ରୁଟି ପରିଲକ୍ଷିତ ହୋଇଥାଏ। ଏଅଵସରରେ ଆଜି ଖଲ୍ଲିକୋଟ ସ୍ଥାନୀୟ ଶ୍ରୀ ମର୍ଦ୍ଦରାଜ ହାଇସ୍କୁଲ ର ଛାତ୍ର ମାନେ ହାତରେ ପ୍ଲାକାର୍ଡ ଧରି ସଡ଼କ ସୁରକ୍ଷା କାର୍ଯ୍ୟ କ୍ରମ ଉପରେ, ଜନସଚେତନତା ପାଇଁ ରାଲି କରି ଥିଲେ।
ଶିକ୍ଷକ ଓ ଶିକ୍ଷୟିତ୍ରୀମାନ ଙ୍କ ତତ୍ତ୍ଵାବଧାନ ତାରେ ଛାତ୍ର ମାନେ ନଗର ପରିକ୍ରମା କରିଥିଲେ। ସେମାନଙ୍କୁ ସଡ଼କ ସୁରକ୍ଷା ଉପରେ ଵୁଝାଇ ଥିବା ଜଣାପଡ଼ିଛି। ସଡ଼କ ସୁରକ୍ଷା ଜୀବନ ରକ୍ଷା। ଦୃତଗତି-ମହାଵିପତ୍ତି । ହେଲମେଟ ପିନ୍ଧନ୍ତୁ-ମୂଲ୍ୟଵାନ-ଜୀଵନ ପ୍ରତି ସଚେତନ ହୁଅନ୍ତୁ । ଦୁଇ ଚକିଆ ଗାଡ଼ି ରେ ଦୁଇଜଣ ରୁ ଅଧିକ ଵସନ୍ତୁ ନାହିଁ । ଚାରି ଚକିଆ ଚଳାଇବା ବେଳେ ସିଟ୍ ଵେଲଟ୍ ବ୍ୟବହାର କରନ୍ତୁ । ଏଥି ସହ ଅନ୍ୟାନ୍ୟ ବିଷୟ ପ୍ରତି ସଚେତନ ଅଭିଯାନ ଚଳାଇଥିବା ପରିଲକ୍ଷିତ ହୋଇଥିଲା

Leave A Reply

Your email address will not be published.