ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ରେ ସ୍ବର୍ଗତ ସଂଗ୍ରାମୀ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଙ୍କ ସତେଇଶି ତମ ଶ୍ରାଦ୍ଧ ବାର୍ଷିକ ରେ ଭାବ ବିହ୍ଵଳ ହୋଇ ଯାଇ ଥିଲା ରକ୍ତ ତୀର୍ଥ ଇରମ ର ମେଳନ ପଡିଆ। ରକ୍ତ ଭିଜା ମାଟି ତାର ବୀର ସନ୍ତାନ ର ଗାଥା ବଖାଣୁ ଥିଲା। ଗୌରାଙ୍ଗ ଚନ୍ଦ୍ର ସ୍ମୁତି କମିଟି, ବରିଷ୍ଠ ନାଗରିକ ସଂଘ, ଅବସର ପ୍ରାପ୍ତ କର୍ମଚାରୀ ସଂଘ ର ମିଳିତ ଆନୁକୂଲ୍ୟ ରେ ଶନିବାର ପୁଣ୍ୟ ମାଟି ଇରମ ଠାରେ ସଂଗ୍ରାମୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା ରେ ମାନ୍ୟବର ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ ଓ ବିଧାୟକ ଅଶୋକ କୁମାର ଦାସ ଯୋଗ ଦେଇ ସଂଗ୍ରାମୀ ଙ୍କ ସ୍ମୃତି ଚାରଣ କରିଥିଲେ ।ଉତ୍କଳମଣି ଗୋପବନ୍ଧୁ ଦାସ ଙ୍କ ସହ ଗୌରାଙ୍ଗ ଚନ୍ଦ୍ର ମହାନ୍ତି ଙ୍କ ଆତ୍ମୀୟତା ଓ ସଂଗ୍ରାମୀ ଙ୍କ ଘରେ ଗୋପବନ୍ଧୁ ଦାସ ଙ୍କ ରାତ୍ରୀ ଯାପନ ପରି ଅନେକ ଘଟଣା ସମ୍ପର୍କ ରେ ବିସ୍ତୃତ ତଥ୍ୟ ରଖିଥିଲେ ଐତିହାସିକ ତଥା ଗବେଷକ ଡ଼ଃ ଅଜୟ କୁମାର ପଣ୍ଡା। ଯେଉଁ ସଂଗ୍ରାମୀ ମାନଙ୍କ ତ୍ୟାଗ, ତିତିକ୍ଷା ଓ ବଳିଦାନ କୁ ପାଥେୟ କରି ଦେଶ ସ୍ୱାଧୀନ ହେଲା ସେମାନଙ୍କୁ କିପରି ପର ମୁହୂର୍ତ୍ତ ରେ ରାଜନୀତି ର ଅଳିଆ ଗଦା କୁ ଫିଙ୍ଗି ଦିଆଗଲା ତାର ଶିକାର ହୋଇ ଥିଲେ ବାସୁଦେବପୁର ଗାନ୍ଧୀ, ଏକଥା କହିବା ବେଳେ ଶିକ୍ଷାବିତ୍ ଭାଗିରଥି ମହାନ୍ତି ସଂଗ୍ରାମୀ ଙ୍କ ସହ କରାଯାଇଥିବା ଅନ୍ୟାୟ କୁ ଆଗାମୀ ପିଢ଼ି ତାଙ୍କ ଆବର୍ତ୍ତମାନ ରେ ଭରଣା କରିବାର ସମୟ ଆସିଛି ବୋଲି କହିଥିଲେ।ଉକ୍ତ ଶ୍ରାଦ୍ଧ ବାର୍ଷିକୀ ସଭା ରେ ନିଜର ଯାଦୁକରୀ ଶବ୍ଦ ସଂଯୋଜନା ରେ ବରିଷ୍ଠ ଶିକ୍ଷାବିତ ଦୁଃଶାସନ ରାଉତ ସଭା ପରିଚାଳନା କରିଥିବା ବେଳେ ସଂଗ୍ରାମୀ ଙ୍କ ସୁ ପୁତ୍ର ମାନସ ମହାନ୍ତି, ସ୍ମୃତି କମିଟି ସଭାପତି ପୁର୍ଣ୍ଣ ଚନ୍ଦ୍ର ପରିଡା, କଟ ଚନ୍ଦ୍ର ବେହେରା,ଅଧ୍ୟାପକ ବସନ୍ତ ଦାସ, ରତ୍ନାକର ବାରିକ, ସମାଜସେବୀ ବୈଲୋଚନ ଯେନା , କବି ପ୍ରହଲ୍ଲାଦ ବାରିକ ପ୍ରମୁଖ ଉପସ୍ଥିତ ରହି ଗୌରାଙ୍ଗ ଚନ୍ଦ୍ର ଙ୍କ ସମ୍ପର୍କ ରେ ଅଭିମତ ରଖି ଥିଲେ। ବାସ୍ତବ ରେ ସେ ଥିଲେ ବାସୁଦେବପୁର ର ଗାନ୍ଧୀ। ଖାଲି କଥା ରେ ନୁହେଁ ତାଙ୍କ ସ୍ମୃତି କୁ ଉଦଜୀବିତ କରିବାକୁ ପଡ଼ିବ ବୋଲି ଉପସ୍ଥିତ ସମସ୍ତେ କହିଥିଲେ।
Sign in
Sign in
Recover your password.
A password will be e-mailed to you.