ଭୁବନେଶ୍ୱର (ଶାସକ ପ୍ରଶାସକ ) : ଟିପିସିଓଡିଏଲକୁ କୋଲକାତାରେ ଆୟୋଜିତ ସିଆଇଆଇ ଏନର୍ଜି କନକ୍ଲେଭ ୨୦୨୪ ରେ (ENCON 2024) ସମ୍ମାନଜନକ ୪-ତାରକା ମାନ୍ୟତା ପ୍ରଦାନ କରାଯାଇଛି। ଏହା ପୂର୍ବ ଭାରତର ସଂସ୍ଥାନ ଗୁଡିକୁ ସ୍ୱୀକୃତି ପ୍ରଦାନ କରେ ଯାହା ଶକ୍ତି ସଂରକ୍ଷଣ ପାଇଁ ଅତୁଳନୀୟ ପ୍ରତିବଦ୍ଧତା ପ୍ରଦର୍ଶନ କରନ୍ତି|
ଏନକନ୍ ଫୋରମ୍ ଗୁଡିକ ଶିଳ୍ପଗୁଡିକରେ ଶକ୍ତି ଦକ୍ଷତା ପଦକ୍ଷେପ ଏବଂ ପ୍ରକୃତି ପ୍ରତି ସକରାତ୍ମକ ଅଭ୍ୟାସ ଆପଣାଉଥିବ ସଂସ୍ଥାକୁ ସମ୍ମାନିତ କରେ। ଉତ୍ପାଦନ ଓ ସେବା କ୍ଷେତ୍ରରେ ଥିବା ୬୨ ସଂସ୍ଥା ଏଥିରେ ଅଂଶ ଗ୍ରହଣ କରିଥିଲେ।
ଆଇଟିସି ଲିମିଟେଡ୍, ଆଦିତ୍ୟ ବିର୍ଲା ଗ୍ରୁପ, ଆଇଏଫଏଫସିଓ, ଏକ୍ସାଇଡ୍ ଇଣ୍ଡଷ୍ଟ୍ରିଜ୍, ଜିନ୍ଦଲ ଷ୍ଟିଲ୍ସ, ନାଲକୋ, ରାମ୍କୋ ସିମେଣ୍ଟ, ଟାଟା ଷ୍ଟିଲ୍ ଭଳି ପ୍ରସିଦ୍ଧ କମ୍ପାନୀ ସହିତ ଟିପିସିଓଡିଏଲ ପ୍ରତିଦ୍ୱନ୍ଦ୍ୱିତା କରି ଏହି ସମ୍ମାନ ଲାଭ କରିଛି |
Sign in
Sign in
Recover your password.
A password will be e-mailed to you.