ପ୍ରଶାସନ-ଗଣମାଧ୍ୟମ ପ୍ରତିନିଧିଙ୍କ ନବବର୍ଷ ବନ୍ଧୁମିଳନ

0

ବାଲେଶ୍ୱର/ଉଜ୍ଜ୍ୱଳ କର : ଜିଲ୍ଲାପ୍ରଶାସନ ପକ୍ଷରୁ ସଦର ମହକୁମାର ସମସ୍ତ ଗଣମାଧ୍ୟମ ପ୍ରତିନିଧିଙ୍କୁ ନେଇ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଜିଲ୍ଲା ପରିଷଦ ସଭାଗୃହରେ ଅନୁଷ୍ଠିତ  ହୋଇଯାଇଛି  । ଜିଲ୍ଲାପାଳ ରମେଶ ଚନ୍ଦ୍ର ରାଉତ ଏଥିରେ ଯୋଗଦେଇ ସମସ୍ତଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଥିଲେ ।  ସାମ୍ପ୍ରତିକ ସ୍ଥିତିରେ ବାଲେଶ୍ୱରର ପ୍ରତ୍ୟେକ ବିଭାଗରେ ଅନୁଭୁତି ସମ୍ପନ୍ନ ତଥା ଦକ୍ଷ ଅଧିକାରୀମାନେ ଅଧିତିଷ୍ଟ ହୋଇଥିବା ବେଳେ ଜିଲ୍ଲାର ବିକାଶ ଆଗକୁ ନେବାରେ ଏହା ବହୁ ସହାୟକ ହୋଇପାରିଛି ବୋଲି ଜିଲ୍ଲାପାଳ ଶ୍ରୀ ରାଉତ ମତ ପ୍ରକାଶ କରିଥିଲେ । ତେବେ ଏହି ବିକାଶର ଧାରାକୁ ଅଧିକ ସକ୍ରିୟ କରିବା ପାଇଁ ଗଣମାଧମ ପ୍ରତିନିଧିମାନେ ମଧ୍ୟ ସହଯୋଗ କରିବାର ଆବଶ୍ୟକତା ରହିଛି ବୋଲି ସେ କହିଥିଲେ । ଏହି ଅବସରରେ ଜିଲ୍ଲାର ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟକାରୀ ଯୋଜନାରେ ପ୍ରାପ୍ତ ସଫଳତାର ଚିଠା ଜିଲ୍ଲାପାଳ ପଢ଼ି ଶୁଣାଇଥିଲେ । ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ପ୍ରକଳ୍ପ ନିର୍ଦ୍ଦେଶକ ତ୍ରିଲୋଚନ ପ୍ରଧାନ, ଅତିରିକ୍ତ ଜିଲ୍ଲାପାଳ ମାନସ ରଂଜନ ପାଢୀ, ବାଲେଶ୍ୱର ଉପଜିଲ୍ଲାପାଳ ନୀଲୁ ମହାପାତ୍ର, ସହକାରୀ ଜିଲ୍ଲାପାଳ ମନୋଜ ସେନାପତି ପ୍ରମୁଖ ଏଥିରେ ଯୋଗଦେଇ ଜିଲ୍ଲାରେ କାର୍ଯ୍ୟକାରୀ  ଉନ୍ନତିମୂଳକ କାର୍ଯ୍ୟ ସହିତ ସରକାରୀ ଯୋଜନାର ସଫଳ ରୂପାୟନ ପାଇଁ ସମସ୍ତ ଗଣମାଧ୍ୟମ ପ୍ରତିନିଧିମାନଙ୍କ ସହଯୋଗ କାମନା କରିଥିଲେ । ଜିଲ୍ଲା କ୍ରୀଡ଼ା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ସଂସ୍କୃତି ଅଧିକାରୀ ମନସ୍ୱିନୀ ରାଉତଙ୍କ ସମେତ ବିଭିନ୍ନ ବିଭାଗର ଧିକାରୀମାନେ ଏଥିରେ ମଞ୍ଚାସୀନ ଥିଲେ । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁବାସ ନିଆଲ ଏହି କାର୍ଯ୍ୟକ୍ରମରେ ପ୍ରାରମ୍ଭିକ ସୂଚନା ଦେବା ସହ ଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ । ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଦୀପକ କୁମାର ସାହୁ, ବରିଷ୍ଠ  କର୍ମଚାରୀ ପୁରୁଷୋତ୍ତମ ସେଠୀଙ୍କ ସମେତ ସୂଚନା ଲୋକ ସମ୍ପର୍କ ବିଭାଗର ବହୁ କର୍ମଚାରୀ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । 

Leave A Reply

Your email address will not be published.