ଖୋର୍ଦ୍ଧା- ଜ଼ିଲ୍ଲା ସଂସ୍କୃତି ଭବନ ପରିସରରେ ଜ଼ିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ପକ୍ଷ ପାଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଜ଼ିଲ୍ଲାପାଳ ଚଞ୍ଚଳ ରାଣା ଙ୍କ ଅଧକ୍ଷତା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ସମ୍ମାନିତ ଅତିଥି ଭାବରେ ଖୋର୍ଦ୍ଧା ଜ଼ିଲ୍ଲା ପରିଷଦ ଉପାଧ୍ୟାକ୍ଷ, ଗୋପୀନାଥ ମହାରଣା,ଅତିରିକ୍ତ ମୁଖ୍ୟଯନ୍ତ୍ରୀ ତଥା ଜ଼ିଲ୍ଲା ନୋଡାଲ ଅଧିକାରୀ, କେନ୍ଦ୍ରୀୟ ଜଳ ସେଚନ ମଣ୍ଡଳ ଭୁବନେଶ୍ୱର ଇଂ ରାଜେଶ ଚନ୍ଦ୍ର ମହାନ୍ତି, ଖୋର୍ଦ୍ଧା ଜ଼ିଲ୍ଲା ମୁଖ୍ୟ କୃଷି ଅଧିକାରୀ,ଜ଼ିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ, ଖୋର୍ଦ୍ଧା ଜ଼ଳ ସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରିୟବ୍ରତ ବେହେରା, ଜ଼ିଲ୍ଲା ସ୍ତରୀୟ ସମସ୍ତ ଅଧିକାରୀ, କୃଷି ବିଶେଷଜ୍ଞ, କୃଷକ ଏବଂ ପାଣି ପଞ୍ଚାୟତ କାର୍ଯ୍ୟକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ l ଏହି ଉପଲକ୍ଷେ ଅନୁଷ୍ଠିତ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ରେ କୃତି ଛାତ୍ର, ଛାତ୍ରୀ ମାନଙ୍କୁ ଜ଼ିଲ୍ଲାପାଳ ଶ୍ରୀଯୁକ୍ତ ରାଣା ପୁରସ୍କୃତ କରିଥିଲେ l ଏହି ଉପଲକ୍ଷେ ବିଭିନ୍ନ ବିଭାଗ ପକ୍ଷରୁ ଷ୍ଟଲ ପ୍ରଦର୍ଶିତ କରାଯାଇଥିଲା l ଅତିରିକ୍ତ ମୁଖ୍ୟ ଯନ୍ତ୍ରୀ ଙ୍କ ପ୍ରତେକ୍ଷତତ୍ୱାବଧାନ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଟିକୁ ଖୋର୍ଦ୍ଧା ଜଳ ସେଚନ ବିଭାଜନ ଅଧିକ୍ଷଣ ଯନ୍ତ୍ରୀ ଇଂ ପ୍ରିୟ ବ୍ରତ ବେହେରା ପରିଚାଳନା କରିଥିଲେ l
Sign in
Sign in
Recover your password.
A password will be e-mailed to you.
Next Post