ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ରାଜ୍ୟ ସ୍ତରୀୟ ପାଣି ପଞ୍ଚାୟତ ପକ୍ଷପାଳନ ଅବସରରେ ଆଜି ସ୍ଥାନୀୟ ୟୁନିୟନ ଗ୍ରାମୀଣ ଆତ୍ମ ନିଯୁକ୍ତି ପ୍ରଶିକ୍ଷଣ ଅନୁଷ୍ଠାନ (RSETI) ଭବନ ପାରଳାଖେମୁଣ୍ଡି ଠାରେ ଜିଲ୍ଲାର ବିଭିନ୍ନ ପାଣି ପଞ୍ଚାୟତର ଚାଷୀ ଓ କର୍ମକର୍ତ୍ତା ମାନଙ୍କ ଉପସ୍ଥିତିରେ ଜିଲ୍ଲା ସ୍ତରୀୟ ପାଣି ପଞ୍ଚାୟତ ଉତ୍ସବ ପାଳିତ ହୋଇଯାଇଛି।
ଗଜପତି ଜିଲ୍ଲାରେ କ୍ଷୁଦ୍ର ଜଳସେଚନ ପ୍ରଭାଗ ଅଧୀନରେ ୧୪୪ଟି ଏବଂ ଉଠା ଜଳସେଚନ ପ୍ରଭାଗ ଅଧୀନରେ ଥିବା ୪୧୪ ଗୋଟି ପାଣି ପଞ୍ଚାୟତର କାର୍ଯ୍ୟକାରୀ ହେଉଅଛି।
ଆଜିର ଏହି ଉତ୍ସବରେ ଶ୍ରୀଯୁକ୍ତ ଜି.ତିରୁପତି ରାଓ , ସଭାପତି , ଜିଲ୍ଲାପରିଷଦ ଗଜପତି , ଶ୍ରୀଯୁକ୍ତ ବିଜୟ କୁମାର ଦାଶ , ଜିଲ୍ଲାପାଳ ଗଜପତି , ଶ୍ରୀଯୁକ୍ତ ସୁରେଶ କୁମାର ପଟ୍ଟନାୟକ , ପ୍ରକଳ୍ପ ନିର୍ଦ୍ଦେଶକ ଜଳଛାୟା ଏବଂ ମୃତ୍ତିକା ସଂରକ୍ଷଣ , ଶ୍ରୀଯୁକ୍ତ ସୁଶାନ୍ତ ରଞ୍ଜନ ଦାଶ , ଉପ-ନିର୍ଦ୍ଦେଶକ ଉଦ୍ୟାନ , ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଶ୍ରୀଯୁକ୍ତ ତୁଷାର ରଞ୍ଜନ ସାହୁ ଓ ସମସ୍ତ ପଞ୍ଚାୟତ ସମିତି ଅଧ୍ୟକ୍ଷ/ଅଧ୍ୟକ୍ଷା ମଞ୍ଚାସିନ ଥିଲେ। ଜିଲ୍ଲାର ସମସ୍ତ ବ୍ଲକ୍ ର ଚାଷୀ ପ୍ରମୁଖ ପାଣି ପଞ୍ଚାୟତର ଭୂମିକା ଓ ଏହାର ସୁପରିଚାଳନା ନିମନ୍ତେ ବିଭିନ୍ନ ପରାମର୍ଶ ଦେବା ସହିତ ଉପସ୍ଥିତ ଥିବା ବିଭିନ୍ନ ପାଣି ପଞ୍ଚାୟତର କୃଷକ ମାନଙ୍କୁ ସଚେତନତା କରାଇଥିଲେ ।
ଏହି ଅବସରରେ ଓଡିଆ ପ୍ରବନ୍ଧ , ଚିତ୍ରାଙ୍କନ , ସାଧାରଣ ଜ୍ଞାନ , ଓଡିଆ ବକୃତା ଏବଂ ମଡେଲ ପ୍ରତିଯୋଗିତାରେ ଜିଲ୍ଲାସ୍ତରରେ କୃତିତ୍ଵ ହାସଲ କରିଥିବା ଛାତ୍ରଛାତ୍ରୀ ମାନଙ୍କୁ ଅତିଥି ମାନଙ୍କ ଦ୍ଵାରା ପୁରଷ୍କୃତ କରାଯାଇଥିଲା।
ଏହି ପରିପ୍ରେକ୍ଷୀରେ ଜିଲ୍ଲାର ବିଭିନ୍ନ ବିଭାଗ ଯଥା ପ୍ରାଣୀ ଚିକିତ୍ସା , କୃଷି , ଉଦ୍ୟାନ , ଜଳଛାୟା ବିଭାଗ ଦ୍ଵାରା ପ୍ରଦର୍ଶିତ କରାଯାଇଥିବା ବିଭିନ୍ନ କାର୍ଯ୍ୟନ୍ଵୟନର ମାର୍ଜିତ ରୂପରେଖ ଜନସାଧାରଣଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା।
ଉକ୍ତ କାର୍ଯ୍ୟକ୍ରମଟି ଜଳସମ୍ପଦ ବିଭାଗର ଜିଲ୍ଲା ପାଣି ପଞ୍ଚାୟତ ନୋଡାଲ ଅଧିକାରୀ ତଥା ଅତିରିକ୍ତ ମୁଖ୍ୟଯନ୍ତ୍ରୀ ଶ୍ରୀଯୁକ୍ତ ନଗେନ୍ଦ୍ରନାଥ ମହାରଣା ଙ୍କ ପ୍ରତ୍ୟକ୍ଷ ତତ୍ଵାବଧାନରେ ପରିଚାଳିତ ହୋଇଥିଲା। ଏଥିରେ ମଞ୍ଚ ପରିଚାଳନା କରିଥିଲେ ଇ.ମୋହିତ ଆଚାର୍ଯ୍ୟ , ସହକାରୀ ନିର୍ବାହୀ ଯନ୍ତ୍ରୀ , ଜଳସେଚନ ଉପ-ବିଭାଗର ସମସ୍ତ ଅଧିକାରୀ , କର୍ମଚାରୀ ଓ ବିଭିନ୍ନ ପଞ୍ଚାୟତର ଚାଷୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.