ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଜାନୁୟାରୀ ୦୧ ତାରିଖ ଠାରୁ ୭ ତାରିଖ ପର୍ଯ୍ୟନ୍ତ ସଡ଼କ ସୁରକ୍ଷା ସଚେତନତା ସପ୍ତାହ ପାଳିତ ହେଉଛି। ଆଜି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସଡ଼କ ସୁରକ୍ଷା ସଚେତନତା ରଥ କୁ ଜିଲ୍ଲାପାଳ ଶ୍ରୀଯୁକ୍ତ ବିଜୟ କୁମାର ଦାଶ ସବୁଜ ପତାକା ଦେଖାଇ ସଚେତନତା ରଥକୁ ଶୁଭାରମ୍ଭ କରିଛନ୍ତି। ଏହି ରଥ ଜିଲ୍ଲାର ପ୍ରତ୍ୟେକ ସ୍ଥାନରେ ଏହି ସଚେତନତା ରଥ ଜନସାଧରଙ୍କ ନିକଟକୁ ପହଞ୍ଚିବା ସହିତ ସମସ୍ତଙ୍କୁ ସଚେତନତା କରାଯିବ , ଏହା ସହିତ ଜାତୀୟ ସଡକ ସୁରକ୍ଷା ଛାୟା ଚ୍ଚିତ୍ର ମାଧ୍ଯମରେ ଜିଲ୍ଲାର ସମସ୍ତ ଜନସାଧାରଣଙ୍କୁ , ସମସ୍ତ ବ୍ଲକ ଓ ଗ୍ରାମରେ ପ୍ରଦର୍ଶିତ ହେବ। ମୁଖ୍ୟତଃ ହେଲମେଟ ବ୍ୟବହାର କରିବା , ଦ୍ରୁତ ବେଗରେ ଗାଡ଼ି ଚଳାଇବା ନାହିଁ , ଟ୍ରାଫିକ ନିୟମ ପଳାନ କରିବା , ସିଟ ବେଲ୍ଟ ବ୍ୟବହାର କରିବା , ମଦ୍ୟପାନ କରି ଗାଡ଼ି ଚଳାଇବା ନାହିଁ , ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା ନାହିଁ ଏହି ପରି ଅନେକ ସଚେତନତା ବାର୍ତ୍ତା ପ୍ରଦାନ କରାଯିବ।
ଉକ୍ତ କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ରାଜେନ୍ଦ୍ର ମିଞ୍ଜ , ଜିଲ୍ଲା ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀଯୁକ୍ତ ପ୍ରସନ୍ନ କୁମାର ଦାସ , ଜିଲ୍ଲା ପରିବହନ ନିରୀକ୍ଷକ ଶ୍ରୀ ତୁଷାର ହେମ୍ବ୍ରମ ସମେତ ବିଭାଗୀୟ କର୍ମଚାରୀ ଗଣ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.