ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ଅନ୍ତର୍ଗତ ରେଡିଏନ୍ସ କଲେଜର ସଭାଗୃହ ଠାରେ ଆଦିବାସୀ ଲୋକନୃତ୍ୟ ଓ ସଂସ୍କୃତି ଉପରେ ଗବେଷଣାରତ ନୃତ୍ୟ କଳାଗୁରୁ ଶ୍ରୀମାନ ସମାରୁ ମେହେରଙ୍କ ପରିଚାଳନା ଏକ ଆଲୋଚନା ଚକ୍ର
ଅନୁଷ୍ଠିତ ହୋଇଯାଇଛି।ଏହି ଆଲୋଚନା ଚକ୍ରରେ ବରଗଡ଼, ବରପାଲି ଏବଂ ସୋନପୁର ଜିଲ୍ଲା ମାନଙ୍କରୁ ଅନେକ ନୃତ୍ୟଗୁରୁ, ନାଟ୍ୟକାର, ଲେଖକ ଓ ଗବେଷକ ଯୋଗଦାନ କରି ଆଲୋଚନା କାର୍ଯ୍ୟକ୍ରମ ଅଂଶ ଗ୍ରହଣ କରିଥିଲେ। ଏହି ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ଭାବେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଗୁରୁ ଶ୍ରୀଯୁକ୍ତ ଗାନ୍ଧୀ ବାରିକ ଯୋଗଦାନ କରି ସମସ୍ତ ଶ୍ରୋତା ମଣ୍ଡଳୀଙ୍କୁ ତାଙ୍କ ଅଭିଭାଷଣ ମାଧ୍ୟମରେ ଡାଲଖାଇ ନୃତ୍ୟର ଆରମ୍ଭ, ବର୍ତ୍ତମାନ ଡାଲଖାଇ ନୃତ୍ୟର ସ୍ଥିତି,ପୁରୁଣା ଅଳଙ୍କାର ଓ ବେଶ ପୋଷାକ ଉପରେ ଆଲୋକପାତ କରିଥିଲେ। ସମ୍ମାନୀତ ଅତିଥି ଭାବେ ବରଗଡ଼ ଜିଲ୍ଲାର ପ୍ରସିଦ୍ଧ ଲୋକନୃତ୍ୟ ଓ ଶାସ୍ତ୍ରୀୟ ନୃତ୍ୟ ଗୁରୁ ଶ୍ରୀଯୁକ୍ତ ଅନନ୍ତ ମେହେର ଯୋଗଦାନ ପୂର୍ବକ ଆଦିବାସୀ ସଂସ୍କୃତିର ବିଭିନ୍ନ ଲୋକଗୀତ, ଖେଳ, ନୃତ୍ୟ ଓ ତା’ର ଉପଯୋଗୀତା ବିଷୟରେ ସାରଗର୍ଭକ ମତବ୍ୟକ୍ତ କରିଥିଲେ। ସେହି ଲୋକଗୀତ, ଖେଳ ଓ ନୃତ୍ୟ ବର୍ତ୍ତମାନ ହଜି ଯାଇଥିବାରୁ ଏବେ ସମାଜରେ ଓ ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ତାର କ’ଣ ପ୍ରଭାବ ପଡୁଛି ସେ ବିଷୟରେ ଜ୍ଞାନ ପ୍ରଦାନ କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ବାସୁଦେବ ନାଏକ ଯିଏକି ସୁବର୍ଣ୍ଣପୁର ଜିଲ୍ଲାର ଜଣେ ପ୍ରସିଦ୍ଧ ନୃତ୍ୟଗୁରୁ , ଅଭିନେତା ଓ ଲେଖକ ସେ ତାଙ୍କ ଅଭିଭାଷଣ ମାଧ୍ୟମରେ ପୁରୁଣା ଆଦିବାସୀ ସଂସ୍କୃତି ଓ ପରମ୍ପରାରେ କି ପ୍ରକାରର ପରିବର୍ତ୍ତନ ଘଟିଛି ତାହାରି ଉପରେ ସମାଲୋଚନା କରିଥିଲେ। ସମ୍ମାନୀତ ଅତିଥି ଶ୍ରୀଯୁକ୍ତ ଭୁବନ ଭୋଇ ପ୍ରସିଦ୍ଧ ଭଗବାନ ନାଟ୍ୟ ପାର୍ଟିର ଜଣେ ପ୍ରସିଦ୍ଧ ଅଭିନେତା ତାଙ୍କ ଅଭିଭାଷଣରେ ସମସ୍ତ ମନରେ ଆବେଗ ଉତ୍ପନ କରିଥିଲେ। ପୁରୁଣା ଯୁଗର ଯୁଗ୍ମ ପରିବାର ଓ ବର୍ତ୍ତମାନ ଯୁଗର ଐକିକ ପରିବାରର ସ୍ଥିତି ବିଷୟରେ ସମାଲୋଚନା କରିଥିଲେ।ପୁରୁଣା ସଂସ୍କୃତି ପରମ୍ପରା, ନୃତ୍ୟ, ଗୀତ, ଅଭିନୟକୁ ଆମେ କିପରି ଭାବେ ବଞ୍ଚାଇ ରଖିବା ତାହାରି ଉପରେ ଦିଗଦର୍ଶନ ପ୍ରଦାନ କରିଥିଲେ।
ଉକ୍ତ ସେମିନାର ର ଆୟୋଜକ ଶ୍ରୀଯୁକ୍ତ ସମାରୁ ମେହେର ପୁରୁଣା ଆଦିବାସୀ ସଂସ୍କୃତି କଳା ଲୁଚି ଯାଇଥିବା ନୃତ୍ୟ ଓ ସଂସ୍କୃତିର ପୁନଃରୁଦ୍ଧାର କରିବା ପାଇଁ ପ୍ରୟାସ ଜାରି ରଖିବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଥିଲେ। ମୁଖ୍ୟ ଅତିଥି, ସମ୍ମାନିତ ଅତିଥି ଓ ଆୟୋଜକ ଶ୍ରୀଯୁକ୍ତ ସମାରୁ ମେହେରଙ୍କ ସୁକୋମଳ ହସ୍ତରେ ଏକ ପୁସ୍ତିକା ଯାହାକି ଆଦିବାସୀ ନୃତ୍ୟ ଓ ସଂସ୍କୃତି ଉପରେ ଆଧାରିତ ତାକୁ ଉନ୍ମୋଚନ କରିଥିଲେ। ବରଗଡ ଜିଲ୍ଲାର ଜଣେ ସୁମଧୁର ଗାୟକ ଶ୍ରୀଯୁକ୍ତ ରାମଚନ୍ଦ୍ର ବିଶ୍ୱାଲ ମଞ୍ଚ ପରିଚାଳନା କରିଥିଲେ। ଏହି ଆଲୋଚନା ଚକ୍ର ସମସ୍ତ ଶ୍ରୋତା ମଣ୍ଡଳୀଙ୍କୁ ଏକ ନୂତନ ଦିଗଦର୍ଶନ ଦେଇଥିଲା।
Sign in
Sign in
Recover your password.
A password will be e-mailed to you.