ଆଲୋଚନା  ପରେ ପଦ୍ମପୁରରେ ସରକାରୀ ବସ୍ ଚଳାଚଳ ସ୍ବଭାବିକ ।

0

ପଦ୍ମପୁର/ନୀଳ ଦୀପ: ଶୁକ୍ରବାର ଠାରୁ ପଦ୍ମପୁର ସରକାରୀ ବସ ଚଳାଚଳ ସ୍ବଭାବିକ ହେବ।ଏନେଇ ବସ ବିଚାରକ ଓ କର୍ମଚାରୀ ସଂଘର ସଭାପତି ପ୍ରଶାନ୍ତ ମାଝୀ ସୂଚନା ଦେଇଛନ୍ତି।ସୂଚନା ଯୋଗ୍ୟ ଯେ, ଏଠିକାର ବସ୍ ଚାଳକ ଓ କର୍ମଚାରୀ ବିଭିନ୍ନ ଦାବିରେ ଧର୍ମଘଟ କରିଥିଲେ।ଏପରିକି ସରକାରୀ ବସ୍ ଗୁଡିକୁ ସ୍ଥାନାନ୍ତରଣ ପାଇଁ ରାଜ୍ୟ ପରିବହନ ସଂସ୍ଥା ପଦ୍ମପୁର ଜୋନକୁ ଚିଠିମଧ୍ୟ କରିଥିଲେ।ଏଥିରେ ପଦ୍ମପୁର ତଥା ଅଞ୍ଚଳବାସୀଙ୍କ ମଧ୍ୟରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା।ପଦ୍ମପୁର ଛୋଟକୁ ଉଚ୍ଛେଦ ଆଶଙ୍କାରେ ସମସ୍ତ ରାଜନୈତିକ ଦଳର ନେତା,ବିଭିନ୍ନ ଅନୁଷ୍ଠାନ,ବୁଦ୍ଧିଜୀବୀ,ସମାଜସେବୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ମିଳିତ କ୍ରିୟାନୁଷ୍ଠାନ କମିଟିର ପ୍ରତାପ ମିଶ୍ର, ତୁଲାରାମ ବେହେରା,ଯୁବନେତା ରାଜୁ ଘିଗେଲା,ଗୌନ୍ତିଆ ସାହୁ, ପ୍ରଶାନ୍ତ ମାଝୀ,ଟି.ପଣ୍ଡାଙ୍କୁ ନେଇ ଏକ ପ୍ରତିନିଧି ଦଳ ବିଧାୟକ ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ଓଡିଶା ରାଜ୍ୟ ପରିବହନ ବିଭାଗୀୟ ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦ୍ଦେଶକଙ୍କ ଭୁବନେଶ୍ବରରେ ଭେଟିଥିଲେ। ଭୁବନେଶ୍ବରରୁ ଫେରି କମିଟି ସର୍ବସାଧାରଣ ସଭା ଡାକିବା ପରେ ଶୁକ୍ରବାର ଦିନରୁ ସରକାରୀ ବସ୍ ଚଳାଚଳ ସ୍ବଭାବିକ କରିବାକୁ ନିଷ୍ପତି ନେଇଛନ୍ତି ।

 

 

Leave A Reply

Your email address will not be published.