ଶୀତକାଳୀନ ଶିବିର ଉଦଯାପିତ।

2

ପଦ୍ମପୁର :- ସରକାରୀ ବାଳିକା ଉଚ୍ଚବିଦ୍ୟାଳୟ, ପଦ୍ମପୁର ଠାରେ ଚାଲିଥିବା ପଞ୍ଚଦିବସୀୟ ଶୀତକାଳୀନ ଶିବିର ଉଦଯାପିତ ହୋଇଯାଇଛି. ଏହି ଶିବିର ରେ ଲାଲ ବାହାଦୁର ଶାସ୍ତ୍ରୀ ଉ ପ୍ରା ବିଦ୍ୟାଳୟ, ରଜା ପଡ଼ା ପ୍ରାଥମିକ ବିଦ୍ୟାଳୟ ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ଯୋଗ ଦେଇ ପ୍ରଶିକ୍ଷଣ ନେଇଥିଲେ।ପଞ୍ଚମ ତଥା ଅନ୍ତିମ ଦିବସରେ ବିଦ୍ୟାଳୟରୁ ପ୍ରତିଭାଗୀଙ୍କ ଏକ ରାଲୀ ବାହାରି ଭେଉଁରିଆ ଛକ ଠାରେ ବରଗଡ଼କୁ କ୍ୟାନସର ମୁକ୍ତ କରିବା ପାଇଁ ଏକ ପଥପ୍ରାନ୍ତ ନାଟକ ପ୍ରଦର୍ଶନ କରିଥିଲେ. ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଗୋପାଳଜୀ ପ୍ରସାଦ ପାଣିଗ୍ରାହୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଯାପନୀ ସଭାରେ ମୁଖ୍ୟ ଅତିଥି ରୂପେ ରାଜବୋରାସମ୍ବର ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀଯୁକ୍ତ ଲୋକନାଥ ଭୋଇ, ସମ୍ମାନିତ ଅତିଥି ରୂପେ ଏବିଇଓ ଶ୍ରୀଯୁକ୍ତ ରାମସିଂ ଭୋଇ, ସିଏମସିଏ ପ୍ରଶିକ୍ଷକ ତବରେଜ ଅବଦୁଲ୍ଲା ଯୋଗ ଦେଇଥିଲେ. ଶିକ୍ଷକ ମାନସ ରଞ୍ଜନ ଶତପଥୀ ସଭା ସଂଯୋଜନା କରିଥିବା ବେଳେ ପ୍ରଭାତୀ ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ସମସ୍ତ କାର୍ଯ୍ୟରେ ଦୁଷ୍ମନ୍ତ ଛତର ସହଯୋଗ କରିଥିଲେ।

Leave A Reply

Your email address will not be published.