ପୁରାତନ ଛାତ୍ର ଛାତ୍ରୀ ହିଁ ସ୍କୁଲର ସମ୍ପତ୍ତି

2

 ଜାରିଂ ହାଇସ୍କୁଲ ୧୯୯୫ ମ୍ୟାଟ୍ରିକ ବ୍ୟାଚ୍ ଛାତ୍ର ଛାତ୍ରୀଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ.

ବିଜେପୁର /ସୁଶାନ୍ତ ସାହୁ ବରଗଡ ଜିଲ୍ଲା ବିଜେପୁର ବ୍ଲକ ଅନ୍ତର୍ଗତ ଜାରିଂ ଠାରେ ରବିବାର ଜାରିଂ ହାଇସ୍କୁଲ ର ୧୯୯୫ ମ୍ୟାଟ୍ରିକ ବ୍ୟାଚ ଛାତ୍ର ଛାତ୍ରୀ ଙ୍କ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇ ଯାଇଛି ।ପୂର୍ବତନ ଛାତ୍ର ଚିତ୍ରସେନ ସାହୁଙ୍କ ସଂଯୋଜନାରେ ଅନୁଷ୍ଟିତ ଏହି କାର୍ଯ୍ୟକ୍ରମରେ ପୂର୍ବତନ ପ୍ରଧାନ ଶିକ୍ଷକ ଶିବ ନାରାୟଣ ରଣା , ଜାରିଂ ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଗଡତୀଆ,ଦିବ୍ୟକିଶୋର ପଣ୍ଡା,ପୂର୍ବତନ ସଂସ୍କୃତ ଶିକ୍ଷକ ପଣ୍ଡିତ ଗୋପବନ୍ଧୁ ପୁରୋହିତ,ହିନ୍ଦୀ ଶିକ୍ଷକ କାଶୀରାମ ପ୍ରଧାନ,କ୍ରୀଡା ଶିକ୍ଷକ ସୁରେନ୍ଦ୍ର ମୋହନ ପ୍ରଧାନ , ଗୁରୁ ପ୍ରମୋଦ ଦାଶ ,ପ୍ରଦୀପ ସାହୁ ,ମିଶ୍ର ପାଣ୍ଡେ,ମହାଦେବ ପ୍ରଧାନ ବିନୋଦ ପାଣ୍ଡେ ପ୍ରମୁଖ ଉପସ୍ଥିତ ରହି ପୁରାତନ ଛାତ୍ର ଛାତ୍ରୀ ଓ ତାଙ୍କ ପରିବାର ବର୍ଗଙ୍କୁ ଆଶୀର୍ବାଦ ପ୍ରଦାନ କରି ଗୋଟିଏ ଶିକ୍ଷାନୁଷ୍ଠାନ ପାଇଁ ସେହି ସ୍କୁଲର ପୁରାତନ ଛାତ୍ର ଛାତ୍ରୀ ହିଁ ପ୍ରକୃତ ସମ୍ପତ୍ତି ବୋଲି ମତ ବ୍ୟକ୍ତ କରିଥିଲେ ।ସଭା ପ୍ରାରମ୍ଭରେ ପୂର୍ବତନ ଶିକ୍ଷକ ସ୍ବର୍ଗତ ଘନଶ୍ୟାମ ପାତ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯିବା ପରେ  ମଞ୍ଚାସୀନ ସମସ୍ତ ଗୁରୁ ମାନଙ୍କୁ ପୁରାତନ ଛାତ୍ର ଛାତ୍ରୀ ବୃନ୍ଦ  ପଦ ଧଉତ କରି ସମ୍ବର୍ଦ୍ଧିତ କରିଥିଲେ ।ଏହି ଅବସରରେ ଝରଣା ଗଡତିଆ,ପଦ୍ମାସିନୀ ଖମାରୀ,ପ୍ରକାସିନୀ ସାହୁ,କାଦମ୍ବିନୀ ପଟେଲ,ହେମାଙ୍ଗିନୀ ଗଡତୀଆ,ମଧୁସ୍ମିତା ନାୟକ, ସନ୍ତୋଷ ସାହୁ,ରୋହିତ ଗଡତିଆ ସ୍କ୍ୟାଲପ ସାହୁ,ରୋହିତ ବିଶ୍ଵାଳ,ସତ୍ୟ ଗଡତିଆ,ସୁରେନ୍ଦ୍ର ପ୍ରଧାନ ରମେଶ ବେହେରା ନବୀନ ସାହୁ ,ପ୍ରେମରାଜ ସାହୁ ପ୍ରମୁଖ ପୁରାତନ ଛାତ୍ର ଛାତ୍ରୀ ଉପସ୍ଥିତ ରହି  ସ୍କୁଲ ଜୀବନର ଅନୁଭୂତି ଓ ପୁରୁଣା ସ୍ମୃତି  ଚାରଣ କରି ନିଜ ପରିବାର ବର୍ଗଙ୍କ ସହ ଉପସ୍ଥିତ ରହି ଗୁରୁ ମାନଙ୍କ ଠାରୁ ଆଶୀର୍ବାଦ ଗ୍ରହଣ କରିଥିଲେ । କାର୍ଯ୍ୟକ୍ରମ ପରିଚାଳନାରେ ଏହି ବ୍ୟାଚ ର ସମସ୍ତ ଛାତ୍ର ଛାତ୍ରୀ ସକ୍ରିୟ ସହଯୋଗ କରିଥିଲେ

Leave A Reply

Your email address will not be published.