କଳାହାଣ୍ଡି ଚେସ ଏକାଡେମୀ ଉଦଘାଟିତ

2

ଭବାନୀପାଟଣା:ରୋହିତ କୁମାର ନାଏକ (ଶାସକ ପ୍ରଶାସକ )ତା : ୨୯/୧୨/୨୦୨୪ ରିଖ ସ୍ଥାନୀୟ ସ୍ୱାମୀ ବିବେକାନନ୍ଦ ପବ୍ଲିକ ସ୍କୁଲ ପରିସରରେ କଳାହାଣ୍ଡି ଚେସ ଏକାଡେମୀ ଉଦଘାଟିତ ହୋଇଯାଇଛି | କଳାହାଣ୍ଡି ଚେସ ଏକାଡେମୀ ର ଅଧ୍ୟକ୍ଷ ତଥା ପ୍ରତିଷ୍ଠାତା ଡ଼. ଶିବରାମ ନାୟକଙ୍କ ତତ୍ତ୍ୱବଧାନ ରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତୀଥି ଚେସ ଆରବିଟର ଦେବେନ୍ଦ୍ର ସାହୁ, ସମ୍ନାନୀତ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଦେବେନ୍ଦ୍ର ବିଶି, ମୁକୁନ୍ଦ ରେଡ୍ଡୀ, କ୍ରୀଡ଼ାବିତ ଦେବେନ୍ଦ୍ର ରାଉତ, ଚେସ ପ୍ରଶିକ୍ଷକ ବିଜୟ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଥିଲେ | ଚେସ ହେଉଛି ମସ୍ତିକ ର ବ୍ୟୟାମ ସାଳା ପ୍ରତେକ ଛାତ୍ର ଛାତ୍ରୀ ଚେସ ଖେଳିଲେ ମସ୍ତିକ ସୁସ୍ଥ ରହିବା ସହ ଏକାଗ୍ରତା ବୃଦ୍ଧି ପାଏ ବୋଲି ବୋଲି ଉପସ୍ଥିତ ସମସ୍ତ ଅତିଥିଗଣ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେଇଥିଲେ | ଉଦ୍ଘାଟନ ଉପଲକ୍ଷେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ଚେସ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଓ ବିଭିନ୍ନ ସ୍କୁଲ ରୁ ଶତାଧିକ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜ ଖେଳ କୌଶଳ ପ୍ରଦର୍ଶନ କରିଥିଲେ | ପ୍ରତିଯୋଗିତା ରେ ଉତୀର୍ଣ୍ଣ ହୋଇଥିବା କୃତୀ ଛାତ୍ର ଛାତ୍ରୀ ଙ୍କୁ ଆସନ୍ତା ଜାନୁୟାରୀ ୧୨ ଜାତୀୟ ଯୁବ ଦିବସ ରେ ପୁରସ୍କୃତ କରାଯିବା ଏବଂ ପ୍ରତେକ ଶନିବାର ଓ ରବିବାର ଦିନ ଅପରାହ୍ନ ରେ ଚେସ ପ୍ରଶିକ୍ଷଣ ଦେବା ପାଇଁ ସ୍ଥିର କରାଯାଇଛି ବୋଲି ଏକାଡେମୀ ର ମୁଖ୍ୟ ଡ଼. ନାୟକ ସୂଚନା ଦେଇଥିଲେ |

Leave A Reply

Your email address will not be published.