ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ଅନ୍ତର୍ଗତ ସ୍ଥାନୀୟ କରଞ୍ଜାଆଡିଆ ଉଚ୍ଚ ବିଦ୍ୟାଳୟ ମଲ୍ଲିଗାଦେଇ ପୁର ରେ ୧୯୯୨ ବ୍ୟାଚ ର ଛାତ୍ର ଛାତ୍ରୀ ମାନଙ୍କୁ ନେଇ ବନ୍ଧୁ ମିଳନ ଓ ଗୁରୁ ପୂଜନ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଏହି ଅବସର ରେ ଅନୁଷ୍ଟିତ କାର୍ଯ୍ୟ କର୍ମ ରେ ବର୍ତ୍ତମାନ ର କାର୍ଯ୍ୟରତ ପ୍ରଧାନ ଶିକ୍ଷକ ପାର୍ଥ ସାରଥି ବିଶ୍ଵାଳ ଓ ଅବସର ପ୍ରାପ୍ତ ଶିକ୍ଷକ ସୁରେଶ ଦାସ, ରଘୁନାଥ ମହାନ୍ତି, ଗଦାଧର ଦାସ, ଭୀମ ଚରଣ ବାରିକ୍, ବାଞ୍ଛାନିଧି ପଲାଇ, ମହେଶ୍ୱର ନାୟକ, ଦୟାନିଧି ସାହୁ, ଅକ୍ଷୟ କୁମାର ହୋତା ଯୋଗ ଦେଇଥିଲେ। ଏହି ଅବସର ରେ ଅବସର ପ୍ରାପ୍ତ ଶିକ୍ଷକ ଓ ପ୍ରଧାନ ଶିକ୍ଷକ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ଗୁରୁ ଶିଷ୍ୟର ସମ୍ପର୍କ ଯୁଗେ ଯୁଗେ ଅମର ଓ ଅବର୍ଣ୍ଣନୀୟ ବୋଲି ମଞ୍ଚାସିନ ଅତିଥି ମାନେ କହିଥିଲେ। ଆମ୍ଭେ ଆମ ସ୍କୁଲ ସମୟ କୁ ଭୁଲି ନାହୁ ଆମର ଗୁରୁଜୀ ମାନଙ୍କୁ ଆଜି ନିକଟ ରେ ପାଇ ଆମେ ମାନେ ବହୁତ୍ ଖୁସି ଓ ଆନନ୍ଦିତ ବୋଲି ୧୯୯୨ ବ୍ୟାଚ୍ ର ପିଲା ମାନେ କହିଛନ୍ତି। ଅନୁଷ୍ଟିତ ଏହି କାର୍ଯ୍ୟ କର୍ମ କୁ ଅସୀମା ବନ୍ଧ ପରିଚାଳନା କରିଥିଲା ବେଳେ ରମେଶ ଚନ୍ଦ୍ର ବେହେରା, ପ୍ରତାପ ପରିଡ଼ା, ସଞ୍ଜୀବ ମହାପାତ୍ର, ଲକ୍ଷ୍ମଣ ବଳ, ଉମେଶ ମହାନ୍ତି, ସୁରେଶ ଜେନା, ରଘୁନାଥ ମହାନ୍ତି, ମନୋଜ ପଲାଇ, ପଦ୍ମନାଭ ମଲ୍ଲିକ, ପ୍ରଭାତୀ ଜେନା, ସୁଷମା ଦାସ, ବେବି ବାରିକ୍, ରତିକାନ୍ତ ସାମଲ ପ୍ରମୁଖ ଉପସ୍ଥିତ ଥିଲେ। ନବଘନ ବେହେରା ଧନ୍ୟବାଦ୍ ଅର୍ପଣ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Next Post