ପୂର୍ବତନ ପ୍ରଧାନ ମନ୍ତ୍ରୀ ଙ୍କ ବିୟୋଗ ରେ କଂଗ୍ରେସର ଶୋକସଭା।

3

ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ପୌର ପରିଷଦ ରେ ବିଧାୟକ ଅଶୋକ କୁମାର ଦାସ ଙ୍କ ବାସ ଭବନ ରେ କଂଗ୍ରେସ ପକ୍ଷ ରୁ ଭାରତ ର ପୂର୍ବତନ ପ୍ରଧାନ ମନ୍ତ୍ରୀ ସ୍ବର୍ଗତ ମନମୋହନ ସିଂ ଙ୍କ ବିୟୋଗ ରେ  ନୀରବ ପ୍ରାର୍ଥନା ସହ ଶୋକ ସଭା ର ଆୟୋଜନ ହୋଇ ଯାଇଛି। ବିଧାୟକ ଅଶୋକ କୁମାର ଦାସ ଉକ୍ତ ଶୋକ ସଭା ରେ ଉପସ୍ଥିତ ରହି ଫଟୋ ଚିତ୍ର ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିବା ସହ ସ୍ବର୍ଗତ ପୂର୍ବତନ ପ୍ରଧାନ ମନ୍ତ୍ରୀ ଙ୍କ ବିଷୟ ରେ ଅନେକ ବିଷୟ ଉପସ୍ଥିତ କଂଗ୍ରେସ କର୍ମୀ ଙ୍କୁ କହିଥିଲେ। ସେହିପରି ବ୍ଲକ୍ କଂଗ୍ରେସ ସଭାପତି ରମେଶ ବଳ, ନଗର କଂଗ୍ରେସ ସଭାପତି ଭକ୍ତ ରଞ୍ଜନ ପଟ୍ଟନାୟକ, ବ୍ଲକ୍ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଭାତ ବାରିକ୍, ମହିଳା କଂଗ୍ରେସ ନେତ୍ରୀ ମଞ୍ଜୁଲତା ପଣ୍ଡା, ବିଜୟ ମହାନ୍ତି,ଯୁବ କଂଗ୍ରେସ ନେତା ସୁବ୍ରତ ବେହୁରା,ସିଦ୍ଧାନ୍ତ ଦାସ, ସୁଶାନ୍ତ ମହାକୁଡ, ସରପଂଚ ସୁବାସ ସନ୍ଧି ବିଗ୍ରହ, କାଉନସିଲର  କାର୍ତ୍ତିକ ଖିଲାର, ଆରତୀ ବିଶ୍ଵାଳ,ପୂର୍ବତନ କାଉନସିଲର ପ୍ରବୋଧ ଦାସ, ଶିକ୍ଷାବିତ୍ ବିଷ୍ଣୁ ପ୍ରସାଦ ଦାସ,ଚନ୍ଦ୍ରକାନ୍ତ ଦାସ, ଯୁବ କଂଗ୍ରେସ କର୍ମୀ ଚନ୍ଦନ ନାୟକ,ଅକ୍ଷୟ ବାରିକ୍, ରମେଶ ଚାନ୍ଦ,ଙ୍କ ସହ ଅନେକ କଂଗ୍ରେସ କର୍ମୀ ଉପସ୍ଥିତ ରହି ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ଅନେକ ବିଷୟ ନିଜ ନିଜର ବକ୍ତବ୍ୟ ରେ ରଖିଥିଲେ।

Leave A Reply

Your email address will not be published.