ବାସୁଦେବପୁର – ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଳକ ପୌର ପରିଷଦ ସ୍ଥାନୀୟ ନୀଳମଣି ଟାଉନ ହଲ ପରିସର ରେ ବିଜୁ ଜନତା ଦଳର ୨୮ ତମ ପ୍ରତିଷ୍ଠା ଦିବସ ପାଳନ ହୋଇ ଯାଇଛି। ଅନୁଷ୍ଟିତ ସଭା କାର୍ଯ୍ୟ କର୍ମ ରେ ବିଜେଡ଼ି ନେତା ଦେବ ଦର୍ଶନ ଦାସ ଙ୍କ ସଂଯୋଜନା କରିଥିବା ବେଳେ ପୂର୍ବତନ ବିଧାୟକ ବିଷ୍ଣୁ ବ୍ରତ ରାଉତ ରାୟ, ବ୍ଲକ୍ ବିଜେଡ଼ି ସଭାପତି ଦିନ ବନ୍ଧୁ ଦାସ, ପଞ୍ଚାୟତ ସମିତି ଅଧ୍ୟକ୍ଷ ନଗେନ୍ଦ୍ର ବିଶ୍ଵାଳ, ପୌର ଅଧ୍ୟକ୍ଷା ନିବେଦିତା ବେହେରା, ଉପାଧ୍ୟକ୍ଷ ଉତ୍ତମ ବାରିକ୍, ବିଜେଡ଼ି ନେତା ସୁରେନ୍ଦ୍ର ନାୟକ ବିଜେଡ଼ି ନେତା ଚିନ୍ମୟ ବାରିକ୍, ମାନସ ସାହୁ, ବିଶ୍ୱଜିତ୍ ବେହେରା, କମଳା କାନ୍ତ ଲେଙ୍କା, କୀର୍ତ୍ତନ ରାଉତ, ଜିଲ୍ଲା ପରିଷଦ ସଭ୍ୟ ଯଦୁ ନାଥ ନାୟକ, ଜିଲ୍ଲା ପରିଷଦ ସଭ୍ୟା ଜୟନ୍ତୀ ବାରିକ୍,ଉମାକାନ୍ତ ସେଠୀ, ନିତ୍ୟାନନ୍ଦ ବେହେରା, ପ୍ରଫୁଲ୍ଲ ପଳିତା, ଗୌତମ ସେଠୀ , ଝରଣା ମଲ୍ଲିକ , ଶ୍ୟାମ ସୁନ୍ଦର ମହାନ୍ତି ଙ୍କ ସହ ବହୁ ବିଜେଡ଼ି ନେତା, ନେତ୍ରୀ, ସରପଂଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ, ଉପସ୍ଥିତ ରହି ବିଜୁ ଜନତା ଦଳ ର ସଫଳତା ରେ ପୂର୍ବତନ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ଭୂମିକା , ବାସୁଦେବପୁର ରେ ଦୀର୍ଘ ଦିନ ଧରି କ୍ଷମତା ରେ ଥିବା ରାଉତ ରାୟ ପରିବାର ର ବାସୁଦେବପୁର ରେ ଉନ୍ନତି ମୂଳକ କାର୍ଯ୍ୟ ଉପରେ ଅନେକ ବିଷୟ ଆଲୋଚନା କରିଥିଲେ। ବିଜେଡ଼ି ଗଠନ ରୁ ଆଜି ଯାଏ ବିଜେଡ଼ି ଲୋକ ଙ୍କ ସହ ରହିଛି, ଆଗକୁ ରହି ଥିବ ବୋଲି ବିଜେଡି ନେତା ମାନେ ପ୍ରକାଶ କରିଥିଲେ। ସ୍ବର୍ଗତ ବିଜୟଶ୍ରୀ ରାଉତରାୟ ଓ ବିଷ୍ଣୁ ବ୍ରତ ରାଉତ ରାୟ ବାସୁଦେବପୁର ନିର୍ବାଚନ ମଣ୍ଡଳୀ ପାଇଁ ବହୁ ଉନ୍ନତି ମୂଳକ କାର୍ଯ୍ୟ କରିଛନ୍ତି, ନିର୍ବାଚନ ରେ ହାର ଜିତ ଅଛି, ଲୋକ ଙ୍କ ସହ ସବୁବେଳେ ବିଷ୍ଣୁ ବ୍ରତ ରାଉତ ରାୟ ଥିଲେ ଅଛନ୍ତି ଓ ରହିବେ ବୋଲି ନେତା ମାନେ ପ୍ରକାଶ କରିଥିଲେ। ସେହିପରି ଭାବ ରେ ଏବେକାର ବିଜେପି ସରକାର ମିଥ୍ୟା ପ୍ରତିଶ୍ରୁତି ଦେଇ କ୍ଷମତା ଆସିଛି ଓ ସବୁ କଥାରେ ଅସଫଳ ହୋଇଛି ବୋଲି ବିଜେଡ଼ି ନେତା ମାନେ ପ୍ରକାଶ କରିଥିଲେ। ଅନୁଷ୍ଟିତ ଏହି କାର୍ଯ୍ୟ କର୍ମ ରେ ବାସୁଦେବପୁର ବ୍ଳକ ରୁ ବହୁ ବିଜେଡ଼ି କର୍ମୀ ଓ ତିହିଡି ବ୍ଲକ ରୁ ବିଜେଡ଼ି ନେତା ମାନେ ଉପସ୍ଥିତ ରହି ଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post