ଗାଇସିଲେଟ :-ବରଗଡ଼ ଜିଲ୍ଲା ଗାଈସିଲାଟ ଥାନା ଅନ୍ତର୍ଗତ ବଡ଼ସାହାଜବାହାଲ ଗ୍ରାମର ଜଣେ ମହିଳା ଅନୁ ସାହୁ (୨୫)ଙ୍କ ସନ୍ଦେହଜନକ ଭାବରେ ଆଜି ମୃତ୍ୟୁ ଘଟିଛି। ଅନୁଙ୍କ ବାପଘର ଲୋକେ ଝିଅକୁ ବିବାହ ପରେ ନିର୍ଯାତନ ଦିଆଯାଉଥିବା ଅଭିଯୋଗ ଆଣିବା ସହ ଏହା ଏକ ହତ୍ୟା ଘଟଣା ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ପୁଲିସ୍ ଅନୁଙ୍କ ସ୍ବାମୀ କିଶୋର ସାହୁ ଓ ଶ୍ଵଶୁର କୁଳ ସାହୁଙ୍କୁ ଥାନାରେ ଅଟକ ରଖି ପଚରାଉଚରା ଚଳାଇଛି।
ଘଟଣାରୁ ପ୍ରକାଶ ଯେ, ମଙ୍ଗଳବାର ସମୟରେ ରେ ମୃତ ଅନୁଙ୍କୁ ଗାଈସିଲାଟ୍ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଖବର ପାଇ ଅନୁଙ୍କ ବାପା ଠିବି ସାହୁ ପହଞ୍ଚିବା ସହ ତାଙ୍କ ଝିଅକୁ ତଣ୍ଟିଚିପି ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି। କନ୍ଦୁମୁଣ୍ଡା ଗ୍ରାମର ଠିବି କହିଛନ୍ତି ଅନୁଙ୍କ ସ୍ବାମୀ କିଶୋର
ସାହୁ, ଦିଅର ପବନ ସାହୁ, ଦେଢ଼ଶୂର ପିଣ୍ଡୁ ସାହୁ, ଶାଶୂ ତୁଳସୀ ସାହୁ, ଶ୍ୱଶୁର କୁଳ ସାହୁ ତାଙ୍କ ଝିଅକୁ ମିଳିମିଶି ହତ୍ୟା କରିଛନ୍ତି। ଝିଅକୁ ୨୦୧୯ ମସିହାରେ ବୈଦିକ ରୀତିରେ ବିବାହ କରାଇଥିଲେ । ବିବାହ ପରେ ଶାଶୂଘର ଲୋକେ ଗଣ୍ଡଗୋଳ କରିବା ସହ ଅନୁକୁ ମାଡ଼ ମାରୁଥିଲେ। ଏପରିକି ଝିଅର ଅର ଶାଶୂଘର ଲୋକେ ଅନୁ ଗୁରୁତର ଥିବା । କହି ଡକାଇଥିଲେ । ସେ ପହଞ୍ଚିବା ପରେ ଅନୁର ମୃତ୍ୟୁ ହୋଇ ସାରିଥିଲା । ତେବେ ତାଙ୍କ ଝିଅଙ୍କ ସନ୍ଦେହଜନକ ଘଟଣା ତଦନ୍ତ କରାଯାଉ ବୋଲି ସେ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଗାଈସିଲାଟ୍ ଲାଟ୍ ପୁଲିସ୍ କେସ୍ ନଂ-୨୪୫ ୪୫/୨୪ରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି। ଆସନ୍ତାକାଲି ସକାଳେ ପଦ୍ମପୁର ସବ୍ ଡିଭିଜନ ହସ୍ପିଟାଲରେ ରେ ଶବ ବ୍ୟବଚ୍ଛେଦ ହେବ ବୋଲି ପୁଲିସ ସୂଚନା ଦେଇଛି।
Sign in
Sign in
Recover your password.
A password will be e-mailed to you.
Prev Post