ଚନ୍ଦାହାଣ୍ଡି ତ୍ରିଲୋଚନ ବେଶ୍ରା – ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ ବିଡିଓ ରାମକୃଷ୍ଣ ନାୟକଙ୍କ ତତ୍ତ୍ୱାବଧାନରେ ଚନ୍ଦାହାଣ୍ଡି ବ୍ଲକ ପରିସରରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଶିବିରକୁ ଚନ୍ଦାହାଣ୍ଡି ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସୁମିତ୍ରା ପୂଜାରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଶୁଭ ଉଦଘାଟନ କରିଛନ୍ତି । ସମ୍ମାନୀତ ଅତିଥିଭାବେ ବ୍ଲକ ଉପାଧ୍ୟକ୍ଷ ବାସୁଦେବ ଗୌଡ଼, ଚନ୍ଦାହାଣ୍ଡି ସରପଞ୍ଚ ଗଙ୍ଗେଶ୍ୱରୀ ପୂଜାରୀ, ସମିତି ସଭ୍ୟ ପୌରୁଷ ମାଝି ପ୍ରମୁଖ ମଞ୍ଚାସିନ ରହି ଥିଲେ ।
ଏହା ପରେ ବିଡିଓ ରାମକୃଷ୍ଣ ନାୟକଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଭିନ୍ନକ୍ଷମ ମାନଙ୍କୁ ଦିଆଯାଇ ଥିବା ସମସ୍ତ ସୁବିଧା ସୁଯୋଗ ବାବଦରେ ଆଲୋଚନା ହୋଇଥିଲା। ଶିବିରରେ ୩୯୮ ଜଣ ଭିନ୍ନକ୍ଷମ କାଉଣ୍ଟରରେ ପଞ୍ଜିକୃତ କରି ଥିବା ନେଇ ଜିଲ୍ଲା ସାମାଜିକ ଅଧିକାରୀ ସୁଧାଂଶୁ ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଥିରେ ଅସ୍ଥି ଶଲ୍ୟ ଭିନ୍ନକ୍ଷମ ୧୮୭ ଜଣ, ଶ୍ରବଣ ଭିନ୍ନକ୍ଷମ ୮୭, ଦୃଷ୍ଟିହୀନ ୮୦ , ମାନସିକ ଅଗ୍ରସର ୪୪ ଜଣ ଯୋଗ ଦେଇ ଭିନ୍ନକ୍ଷମ ପ୍ରମାଣ ପତ୍ର ଏବଂ ପରିଚୟ ପତ୍ର ପାଇଁ ପଞ୍ଜିକରଣ କରିଥିଲେ ।
ଜିଲ୍ଲାରୁ ଅସ୍ଥି ଶଲ୍ୟ ବିଶେଷଜ୍ଞ ଅଭିଷେକ ଦାଶ, ନଶା କର୍ଣ୍ଣ ଏବଂ ଗଳା ବିଶେଷଜ୍ଞ ତୃପ୍ତିରଞ୍ଜନ ଷଡ଼ଙ୍ଗୀ, ସାଇକୋଲୋଜିଷ୍ଟ ବିଭୁଦତ୍ତ ସେଠି, ଅଡିଓ ଲୋଜିଷ୍ଟ ଶିବ ପ୍ରସାଦ ସାହୁ ଏବଂ ଫିଜିଓଥେରାପିଷ୍ଟ ଘନଶ୍ୟାମ ବେହେରା ପ୍ରମୁଖ ଯୋଗଦାନ କରି ଭିନ୍ନକ୍ଷମଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହ ଚିକିତ୍ସା କରିଥିଲେ। ଶିବିରରେ ୨୯୭ ଜଣଙ୍କ ଭିନ୍ନକ୍ଷମ ପ୍ରମାଣ ପତ୍ର ଏବଂ ପରିଚୟ ପତ୍ର ଇସ୍ୟୁ ହୋଇଥିବା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଏଲିଜା ବେଥ ଗରଡ଼ା ପ୍ରକାଶ କରିଛନ୍ତି!
ଭିନ୍ନକ୍ଷମଙ୍କ ପଞ୍ଜିକରଣରେ ବ୍ଲକ କର୍ମଚାରୀ, ଅଙ୍ଗନୱାଡି, ମିଶନ ଶକ୍ତି ମହାସଙ୍ଘ ସଭାନେତ୍ରୀ ଗୌରୀ ବେହେରା ସହଯୋଗ କରି ଥିବା ବେଳେ , ପାନାବେଡା ମହାବିଦ୍ୟାଳୟ ଛାତ୍ରଛାତ୍ରୀ ଭିନ୍ନକ୍ଷମଙ୍କୁ ଚିକିତ୍ସା ପାଇଁ ଶିବିରକୁ ନେବାରେ ପ୍ରଶଂସନୀୟ ସେବା ପ୍ରଦାନ କରିଥିଲେ। ସେମାନଙ୍କ ପାଇଁ ଭୋଜନ ବ୍ୟବସ୍ଥା କରିବାରେ ବ୍ଲକ ଯୋଗାଣ ସହାୟକ ଏବଂ ପିଇଓ ମାନେ ବିଶେଷ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.