ଅସ୍ତରଙ୍ଗ :ଆଜି ଅସ୍ତରଙ୍ଗ ବ୍ଲକ ନଈଗୁଆ ପଞ୍ଚାୟତ ଓସ୍ତପୁର କୁମ୍ଭାରସାହି ରେ କୁମ୍ଭକାର କୈଳାଶ ଚନ୍ଦ୍ର ମୁଦୁଲୀ ଙ୍କର ଏକ ଶାଳ ଗୃହ ଅଗ୍ନିକାଣ୍ଡ ରେ ସମ୍ପୂର୍ଣ୍ଣ ଭଶ୍ମିଭୁତ ହୋଇଯିବା ସହ ଦଶ ହଜାର ରୁ ଉର୍ଦ୍ଧ ଟଙ୍କାର ଅର୍ଦ୍ଧ ନିର୍ମିତ ସମସ୍ତ ମାଟି ର ଆସବାବପତ୍ର ନଷ୍ଟ ହୋଇଯାଇଛି,ଏହି ଅଗ୍ନିକାଣ୍ଡ ର କାରଣ ସମ୍ପୂର୍ଣ୍ଣ ଅସ୍ପଷ୍ଟ ରହିଛି,ସୂଚନା ମୁତାବକ ଉକ୍ତ ଘରେ ଶାଳ ଚୁଲ୍ଲା ରହିଛି, ଯେଉଁଠି ସଦାସର୍ବଦା ଅଗ୍ନିସଂଯୋଗ ହୋଇ ରହିଥାଏ ଆଉ ମାଟିରେ ନିର୍ମିତ ସମସ୍ତ ସାମଗ୍ରୀ ଏହି ଶାଳ ରେ ପୋଡା ହୋଇ ପରିଶେଷରେ ମାଟି ଗଢ଼ା ଦ୍ରବ୍ୟ ଉତ୍ପାଦନ କରାଯାଏ, ଆଜି ଉକ୍ତ ଗ୍ରାମ ରେ ଏକ ଦଶାହ କାର୍ଯ୍ୟ ଥିବାରୁ ଗ୍ରାମ ର ସମସ୍ତ ଲୋକ ଏହି କାର୍ଯ୍ୟକ୍ରମ ରେ ଗାଁ ମୁଣ୍ଡ ପୋଖରୀ ନିକଟରେ ଥିଲେ, ହଟାତ ଉକ୍ତ ଶାଳ ଗୃହ ଏତେ ଜୋରେ ଜାଳିଥିଲା ଯାହାର ଦୃଶ୍ୟ କୁ ଦୂରରୁ ପରଖି ଗ୍ରାମବାସି ମାନେ ଆସି ନିଆଁ କୁ ଆୟତ୍ତ କରିବାକୁ ପ୍ରୟାସ କରିଥିଲେ, ପରିଶେଷରେ ନିକଟସ୍ଥ ଅଗ୍ନିଶମ ବାହିନୀ କୁ ଯୋଗାଯୋଗ କରିବାରୁ ଅଗ୍ନିଶମ ବାହିନୀ ପହଂଚି ନିଆଁ କୁ ଆୟତ୍ତ କରିଛି, ବର୍ତ୍ତମାନ କୈଳାଶ ଜଣେ ନିଃସହାୟ କୁମ୍ଭକାର l ରୋଜଗାର କହିଲେ କେବଳ ମାଟି ଦ୍ରବ୍ୟ କୁ ପ୍ରସ୍ତୁତ କରି ବିକ୍ରି କଲେ ସେ ନିଜ ପରିବାର ଗୁଜୁରାଣ ମେଣ୍ଟାନ୍ତି, ବର୍ତ୍ତମାନ ତାଙ୍କ ର ରୋଜଗାର କହିଲେ ଉକ୍ତ ଶାଳ ଗୃହ, ଏହି ଶାଳ ଗୃହ ଅଗ୍ନି ରେ ଜଳି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବାରୁ କୈଳାଶ ଚନ୍ଦ୍ର ମୁଦୁଲୀ ଙ୍କୁ ଆର୍ଥିକ ସହାୟତା ଯୋଗାଇଦେବା ପାଇଁ ଗ୍ରାମବାସି ଓ କୁମ୍ଭକାର ପରିବାର ଙ୍କ ତରଫରୁ ଦାବୀ କରାଯାଇଛି l
Sign in
Sign in
Recover your password.
A password will be e-mailed to you.