ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଉତ୍କର୍ଷ-2024 ଅନୁଷ୍ଠିତ

3

ବେଲଗୁଣ୍ଠା,-(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଳକ୍ ଅନ୍ତର୍ଗତ ପ୍ରତାପ ଲକ୍ଷ୍ମଣପୁର ସ୍ଥିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଅଷ୍ଟମ ବାର୍ଷିକ ଉତ୍ସବ ଉତ୍କର୍ଷ-2024 ଅନୁଷ୍ଠିତ ହୋଇଯାଇଛି I ଅନୁଷ୍ଠାନ ଅଧ୍ୟକ୍ଷ ମାନସ ରଞ୍ଜନ ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ସୋରଡ଼ା ବିଧାୟକ ନୀଳମଣି ବିଷୋୟୀ ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିବା ବେଳେ ବେଲଗୁଣ୍ଠା ଗୋଷ୍ଠୀ ଶିକ୍ଷା ଅଧିକାରୀ କୁମର ବେହେରା ମୁଖ୍ୟ ବକ୍ତା ରୁପେ ଯୋଗ ଦେଇଥିଲେ I ସେହିପରି ସମ୍ମାନୀତ ଅତିଥି ରୂପେ କ୍ଷତ୍ରିୟବରପୁର ସରକାରୀ ନୋଡ଼ାଲ୍ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ,ବେଲଗୁଣ୍ଠା ପଂଚାୟତ ସମିତି ଅଧ୍ୟକ୍ଷା ପ୍ରମିଳା ପ୍ରଧାନ, ସ୍ଥାନୀୟ ସରପଞ୍ଚ କମଳ କୁମାରୀ ପ୍ରଧାନ,ମହନ୍ତ ମହାରାଜ ରାମକୃଷ୍ଣ ଦାସ,ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକ,ଡିଗ୍ରୀ କଲେଜ୍ ଅଧ୍ୟକ୍ଷ ସୁବାଷ ଚନ୍ଦ୍ର ସାମଲ,ବିଧାୟକ ପ୍ରତିନିଧି ଜିତେନ୍ଦ୍ର ନାୟକ,ପରିଚାଳନା କମିଟି ସଦସ୍ୟା ନୀରଜା ତ୍ରିପାଠି,ସିଆରସିସି ଛାୟାକାନ୍ତ ମହାପାତ୍ର ଏବଂ ଅବସରପ୍ରାପ୍ତ ଶିକ୍ଷକ ସୀତାକାନ୍ତ ତ୍ରୀପାଠୀ ପ୍ରମୁଖ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସହିତ ସେମାନଙ୍କ ପାଇଁ ବାର୍ଷିକଉତ୍ସବର ଉପାଦେୟତା ସମ୍ପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ I ଏହି ଅବସରରେ ବିଭିନ୍ନ ବିଭାଗରେ କୃତୀତ୍ୱ ହାସଲ କରିଥିବା ଛାତ୍ରଛାତ୍ରୀଙ୍କୁ ଉପସ୍ଥିତ ଅତିଥିମାନେ ପ୍ରଶଂସା ପତ୍ର ଏବଂ ଟ୍ରଫି ଦେଇ ପୁରସ୍କୃତ କରିଥିଲେ I ପ୍ରତିକୂଳ ପାଗ ସତ୍ତ୍ୱେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପରିବେଷିତ ସାଂସ୍କୃତିକ କାର୍ଯ୍ୟକ୍ରମ ଦର୍ଶକଙ୍କୁ ବିଳମ୍ୱିତ ରାତ୍ରି ପର୍ଯ୍ୟନ୍ତ ବାନ୍ଧି ରଖିଥିଲା I ଶିକ୍ଷୟିତ୍ରୀ ସ୍ବର୍ଣ୍ଣଲତା ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଶିକ୍ଷକ ସନ୍ତୋଷ ଗୌଡ଼ ଧନ୍ୟବାଦ ଦେଇଥିଲେ I ଶିକ୍ଷକ ପ୍ରଣିତ, ପ୍ରଶାନ୍ତ,ସୌରଭ, ସନ୍ତୋଷ, ରଜତ, ଶିକ୍ଷୟିତ୍ରୀ ରୋଜାଲିନ୍,ଲିପିକା, ହରିପ୍ରିୟା, ବର୍ଷା, ଶୀତାଂଶୁ, ରଶ୍ମିତା, ପ୍ରାଚୀପ୍ରଭା,କର୍ମଚାରୀ ରାମ,ଲକ୍ଷ୍ମଣ,ସୁନୀତା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ I

Leave A Reply

Your email address will not be published.