ବିଜେପୁର /ସୁଶାନ୍ତ ସାହୁ : ଆଜି କୃଷ୍ଣପକ୍ଷ ସପ୍ତମୀ ତିଥି ତା ୨୨.୧୨.୨୦୨୪ ରବିବାର ଦିନ ବରଗଡ ଜିଲ୍ଲା ବିଜେପୁର ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର, ବିଜେପୁରର ନବବିଂଶ ବାର୍ଷିକୋତ୍ସବ-୨୦୨୪ ମହା ସମାରୋହରେ ପାଳିତ ହୋଇଯାଇଛି। ଏଅବସରରେ ସ୍କୁଲର ସଭାପତି ଶ୍ରୀଯୁକ୍ତ ଗଙ୍ଗାଧର ପ୍ରଧାନଙ୍କ ସଭାପତିତ୍ବରେ ଅନୁଷ୍ଠିତ ଭବ୍ୟ କାର୍ଯ୍ୟକ୍ରମରେ ସ୍ଥାନୀୟ ବିଧାୟକ ଶ୍ରୀମାନ ସନତ କୁମାର ଗଡତୀୟା ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିବାବେଳେ, ମୁଖ୍ୟ ବକ୍ତା ଭାବେ ଭାରତ ବିକାଶ ପରିଷଦର ପ୍ରାନ୍ତୀୟ ଅଧ୍ୟକ୍ଷ ତଥା ବନବାସୀ କଲ୍ୟାଣ ଆଶ୍ରମର ପ୍ରାନ୍ତୀୟ ସଭାପତି ଡ଼.ପୁରୁଷୋତ୍ତମ ଅଗ୍ରୱାଲ ଯୋଗଦାନ କରି ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିଥିଲେ।ମୁଖ୍ୟ ଅତିଥି ଶ୍ରୀମାନ ଗଡତୀୟା ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଷ୍ଟ୍ରୀୟ ଶିକ୍ଷା ପ୍ରଣାଳୀର ବିକାଶ କରିବାକୁ ହେଲେ ଏପରି ଯୁବ ସମାଜ ନିର୍ମିତ ହୋଇ ପାରିବ ଯିଏ ହିନ୍ଦୁତ୍ବନିଷ୍ଠା ଏବଂ ରାଷ୍ଟ୍ରଭକ୍ତିରେ ଓତଃପ୍ରୋତଭାବେ ଜଡ଼ିତ ହୋଇଥିବ, ଶାରୀରିକ,ପ୍ରାଣିକ, ମାନସିକ,ବୈାଦ୍ଧିକ ଏବଂ ଆଧ୍ୟାତ୍ମିକ ଦୃଷ୍ଟିରୁ ପୂର୍ଣ୍ଣ ବିକଶିତ ହୋଇ ପାରିବ। ଜୀବନର ବର୍ତ୍ତମାନର ଆହ୍ଵାନ ଗୁଡିକୁ ସଫଳତା ପୂର୍ବକ ମୁକାବିଲା କରିପାରିବ ଏବଂ ଅଭାବ ଗ୍ରସ୍ତ ଆପଣାର ବନ୍ଧୁ ମାନଙ୍କୁ ସାମାଜିକ କୁସଂସ୍କାର,ଶୋଷଣ ଓ ଅନ୍ୟାୟରୁ ମୁକ୍ତ କରିବା ସହ ରାଷ୍ଟ୍ର ଜୀବନକୁ ସମରସ,ସୁସମ୍ପନ୍ନ ଏବଂ ସୁସଂସୃତ କରିବା ପାଇଁ ସମର୍ପିତ ହୋଇଥିବ ବୋଲି ମତବ୍ୟକ୍ତ କରିଥିଲେ।ସହ ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ସଦାନନ୍ଦ ପ୍ରଧାନଙ୍କ ସଂଯୋଜନା ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବାବେଳେ, ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ମନ୍ଦିରର ଆଚାର୍ଯ୍ୟ ଆଚାର୍ଯ୍ୟା ଗୋକୁଳ ଚନ୍ଦ୍ର ଷଡ଼ଙ୍ଗୀ,ହାଡୁ ମାଝୀ, ମନ୍ଦାକିନୀ ସାହୁ, ସଦାନନ୍ଦ ପଧାନ, ସୁଜାତା ଦାସ,ଗିତାଞ୍ଜଳୀ ସାହୁ, ଜୟନ୍ତ ପାଣ୍ଡେ, ଘନଶ୍ୟାମ ମେହେର,ସୂର୍ଯ୍ୟକାନ୍ତୀ ତ୍ରିପାଠୀ, ମନୋଜ କୁମାର ସାହୁ, ଉମାକାନ୍ତ ଜାଲ, ଗଙ୍ଗାଧର ମିଶ୍ର,ସ୍ନେହଲତା ବଗାର, ଆନନ୍ଦ ପଧାନ, ପ୍ରମୋଦ କୁମାର ସାହୁ,ପୁଷ୍ପା ଛତର,କୈସ୍ତୁଭ ପଧାନ,ହେମଚନ୍ଦ୍ର ଦାସ , ଭୈରବ ଭୁଏ,ହରିହର ଷଣ୍ଢ, ଚନ୍ଦ୍ରକାନ୍ତି ପଟେଲ,ସୈାଦାମିନୀ ମେହେର, ଉପେନ୍ଦ୍ର ଗଡତିଆ,ଇଲାକାନ୍ତ ମିଶ୍ର,ସୁନିତା ସାହୁ, ସସ୍ମିତା ଭୋଇ, ବାନ୍ଧବୀ ସାହୁ, ନିରୁପମା ସାହୁ, ସୈାମ୍ୟରଞ୍ଜନ ପଟେଲ,ଖୁସବୁ ଗୁପ୍ତା, ମନୋଜ କୁମାର ପାଣ୍ଡେ, ତୁଷାରକାନ୍ତୀ ମେହେର,ପ୍ରତିଭା ମେହେର,ନାମିସ୍ୟ ସାହୁ, ରାଜେନ୍ଦ୍ର ସାହୁ, ବର୍ଷା ରାଣୀ ମିଶ୍ର, ପ୍ରିୟଙ୍କା ନାଏକ, ଗୋବିନ୍ଦ ଖମାରୀ, ଟିକେଶ୍ୱର ମେହେର, ପଦ୍ମାସିନୀ ଭୋଏ,ଆରତୀ ସାହୁ,ନମିତା ସ୍ୱାଇଁ,ହରିହର ଷାଣ୍ଢ, ଯଶୋବନ୍ତୀ ବେହେରା ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସୁରୁଖୁରୁରେ ପାଳନ ହୋଇଥିଲା l ଶେଷରେ କମିଟିର କୋଷାଧ୍ୟକ୍ଷ ଶ୍ରୀଯୁକ୍ତ ବିଜୟ କୁମାର ମେହେର ଧନ୍ୟବାଦ ଅର୍ପଣ କରିଥିଲେ।ପରେ ମଞ୍ଚରେ ବିଦ୍ୟାର୍ଥୀ ଗଣ ରଙ୍ଗାରଙ୍ଗ ନୃତ୍ୟ ପରିବେଷଣ କରିଥିଲେ l
Sign in
Sign in
Recover your password.
A password will be e-mailed to you.