ଜବାବ ଭୁଲି ଯାଇଛନ୍ତି ମୋଦି ସରକାର ,ଚାଷୀ ନୁହନ୍ତି ମୋଦିଙ୍କ ପ୍ରାଥମିକତା Recent News By SPNEWS On Nov 24, 2017 0 Share ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ ଅନୁରୋଧକୁ କରୁଛନ୍ତି ବିରୋଧ ୨୭ରେ ବିଜେଡି କୃଷକ ସାମ୍ମୁଖ୍ୟର ରାଜଭବନ ସମ୍ମୁଖରେ ଗଣଧାରଣା ଓ ବିକ୍ଷୋଭ ଭୁବନେଶ୍ୱର/ CHAKRADHAR MAJHI : ଓଡ଼ିଶାର ଧାନ ଚାଷୀମାନଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ ପ୍ରଦାନ ନିମନ୍ତେ ରାଜ୍ୟ ସରକାର କ୍ରମାଗତ ଉଦ୍ୟମ କରିଆସୁଛନ୍ତି । ଆମ ବ୍ୟବସ୍ଥାରେ କୃଷିଜାତ ସାମଗ୍ରୀର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରନ୍ତି କେନ୍ଦ୍ର ସରକାର । ରାଜ୍ୟର ଚାଷୀମାନଙ୍କ ଦାବିକୁ କ୍ରମାଗତ ଅଣଦେଖା କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ଉପଯୁକ୍ତ ବୃଦ୍ଧି ନକରିବା, ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବା ଲାଗି ସର୍ବସମ୍ମତରେ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ଗଠିତ କମିଟିକୁ ମାନ୍ୟବର ପ୍ରଧାନମନ୍ତ୍ରୀ ସମୟ ନଦେବା ଆଦି ମନରେ କ୍ଷୋଭ ଥିବାବେଳେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ଧାନର ସର୍ବନିମ୍ନ ସହାୟକ ମୂଲ୍ୟକୁ ନେଇ ଯେଉଁ ଚିଠି ଦେଇଛି ତାହା ନିଶ୍ଚିତ ଭାବେ ଦୁର୍ଭାଗ୍ୟଜନକ । ମନ୍ତ୍ରାଳୟ ଚିଠିରେ ଉଲ୍ଲେଖ କରିଛି ଯେ ପ୍ରତି କ୍ୱିଣ୍ଟାଲ ଧାନରେ ସମୁଦାୟ ୧୩୨୭ ଟଙ୍କା ଚାଷୀ ଖର୍ଚ୍ଚ କରୁଛି । ତେଣୁ ଧାର୍ଯ୍ୟ କରାଯାଇଥିବା ଧାନର ସର୍ବନିମ୍ନ ମୂଲ୍ୟ ୧୫୫୦ ଟଙ୍କା ଯଥାର୍ଥ । ଏଥିରୁ କେନ୍ଦ୍ର ସରକାରଙ୍କ ଚାଷୀ ବିରୋଧୀ ଆଭିମୁଖ୍ୟ ପ୍ରକଟିତ ହୋଇଛି । ଆହୁରି ମଧ୍ୟ କୁହାଯାଇଛି ଯେ ଯଦି ଚାଷୀଙ୍କୁ ଏହି ମୂଲ୍ୟ ପୋଷାଉନାହିଁ, ତେବେ ସେମାନେ ଖୋଲା ବଜାରରେ ବିକ୍ରି କରନ୍ତୁ । ଏହା ନିଶ୍ଚିତରୂପେ କଟା ଘା’ରେ ଚୂନ ଦେବା ସଦୃଶ ହୋଇଛି । ଓଡ଼ିଶା ସରକାର ପ୍ରତି କ୍ୱିଣ୍ଟାଲ ଧାନରେ ଚାଷୀର ସମୁଦାୟ ୨୩୪୪ ଟଙ୍କା ଖର୍ଚ୍ଚ ହେଉଛି ବୋଲି ଆକଳନ କରି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା କରିବାକୁ ବାରମ୍ବାର ଦାବି କରିଆସୁଛି । ବିଜେଡି ସର୍ବଦା କୃଷକଙ୍କ ହିତରେ ରହିଛି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବା ଲକ୍ଷ୍ୟରେ ବିଜୁ ଜନତା ଦଳ କୃଷକ ସାମ୍ମୁଖ୍ୟ ପକ୍ଷରୁ ଦିଆଯାଇଥିବା ସ୍ମାରକପତ୍ରର ଉତ୍ତରରେ କେନ୍ଦ୍ର ସରକାର ଯାହା ଦର୍ଶାଇଛି ତାହା ଚାଷ ଓ ଚାଷୀକୁଳକୁ କୁଠାରଘାତ କରିବ । ସ୍ୱାମୀନାଥନ କମିଟି ସୁପାରିସ୍ ଆଧାରରେ ଧାନ ଚାଷରେ ହେଉଥିବା ଖର୍ଚ୍ଚର ଦେଢ଼ଗୁଣା ମୂଲ୍ୟ ବୃଦ୍ଧି କରିବା ପାଇଁ ନିର୍ବାଚନ ସମୟରେ ବିଜେପି ପ୍ରତିଶ୍ରୁତି ଦେଇଥିଲେ । ମାତ୍ର କ୍ଷମତା ହାସଲ କରିବାର ସାଢେ଼ ୩ବର୍ଷ ପରେ ମଧ୍ୟ ଏ କ୍ଷେତ୍ରରେ କୌଣସି ପଦକ୍ଷେପ ନନେବା ଚାଷୀକୁଳ ପ୍ରତି ଉପହାସ । ବିଜେପି ସରକାର ନିଜର ପ୍ରତିଶ୍ରୁତିକୁ ଭୁଲି ଓ ଅଯଥାର୍ଥ ଭାବେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ନିର୍ଦ୍ଧାରଣ କରିବା ବିରୋଧରେ ଚଳିତ ମାସ ୨୭ ତାରିଖରେ ବିଜୁ ଜନତା ଦଳ କୃଷକ ସାମ୍ମୁଖ୍ୟ ପକ୍ଷରୁ ରାଜଭବନ ସମ୍ମୁଖରେ ଏକ ବିଶାଳ ଗଣଧାରଣା ଓ ବିକ୍ଷୋଭ କରାଯିବ ବୋଲି ଦଳର ଉପ-ସଭାପତି ତଥା ମୁଖପାତ୍ର ଦେବୀ ପ୍ରସାଦ ମିଶ୍ର ଆଜି ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଘୋଷଣା କରିଛନ୍ତି ।୨୦୦୨-୦୩ ମସିହାରେ ଧାନ ସଂଗ୍ରହର ବିକେନ୍ଦ୍ରୀକରଣ ଆରମ୍ଭ ହେବା ପରେ ଆଜି ଓଡ଼ିଶା ଏକ ଧାନ ବଳକା ରାଜ୍ୟ ଭାବେ ପରିଚିତ ହୋଇଛି । ଆମ ରାଜ୍ୟରେ ଧାନ ଉପôାଦନ ବଢ଼ି ବଢ଼ି ଚାଲିଛି । ଚଳିତ ଖରିଫ୍ ବର୍ଷ ୩୬ଲକ୍ଷ ମେଟ୍ରିକ ଟନ୍ ଚାଉଳ ସଂଗ୍ରହ ହୋଇଥିବା ବେଳେ ସେଥିରୁ ହାରାହାରି ୨୦ଲକ୍ଷ ମେଟ୍ରିକ ଟନ୍ ଚାଉଳ ପିଡିଏସ୍ ଓ ମଧ୍ୟାହ୍ନ ଭୋଜନରେ ବ୍ୟବହାର ହୁଏ । ବଳକା ୧୬ଲକ୍ଷ ମେଟ୍ରିକ ଟନ୍ ଚାଉଳ ଆମେ ପଡେ଼ାଶୀ ରାଜ୍ୟମାନଙ୍କୁ ଏଫ୍ସିଆଇ ମାଧ୍ୟମରେ ପଠାଉ । ଚାଉଳ ଉପôାଦନ କ୍ଷେତ୍ରରେ ଆମ ରାଜ୍ୟ ଦେଶରେ ତୃତୀୟ ସ୍ଥାନରେ ରହିଛି । କିନ୍ତୁ ଦୁର୍ଭାଗ୍ୟର କଥା ଯେ କେନ୍ଦ୍ର ସରକାର ଏହା ମଧ୍ୟରେ ଜଣାଇଛି, ଯଦି ଧାନ ସଂଗ୍ରହ କ୍ଷେତ୍ରରେ ରାଜ୍ୟ ଚାଷୀଙ୍କୁ ଟଙ୍କାଟିଏ ବୋନସ୍ ଦିଏ, ତେବେ ବିକେନ୍ଦ୍ରୀକରଣ ଧାନ ସଂଗ୍ରହରେ ସାମିଲ ହୋଇପାରିବ ନାହିଁ । ରାଜ୍ୟର ଚାଷୀମାନେ ଧାନ ଚାଷ ଉପରେ ନିର୍ଭର କରି ନିଜର ପରିବାର ପ୍ରତିପୋଷଣ କରୁଥିବା ବେଳେ କେନ୍ଦ୍ର ସରକାରଙ୍କ ଏଭଳି ଚାଷୀ ବିରୋଧୀ ଆଭିମୁଖ୍ୟ ବିରୁଦ୍ଧରେ ଚଳିତ ମାସ ୨୭ ତାରିଖରେ ବିକ୍ଷୋଭ କରାଯିବ । ଯଦି କେନ୍ଦ୍ର ସରକାର ତାଙ୍କ ଆଭିମୁଖ୍ୟରେ ପରିବର୍ତ୍ତନ ନକରନ୍ତି, ତେବେ ରାଜ୍ୟର ୩୦ଟି ଜିଲ୍ଲାରେ ଏହି ଆନେ୍ଦାଳନକୁ ଆହୁରି ବ୍ୟାପକ କରାଯିବ ବୋଲି ଦଳର ସାଧାରଣ ସଂପାଦକ ସଂଜୟ କୁମାର ଦାସବର୍ମା କହିଛନ୍ତି ।ପଶ୍ଚିମ ଓଡ଼ିଶାର ୯୫ ପ୍ରତିଶତ ଲୋକ ଚାଷ ଉପରେ ନିର୍ଭର କରନ୍ତି । କେନ୍ଦ୍ର ସରକାର ଅଧୀନ ମନ୍ତ୍ରାଳୟର ଚିଠି ପଶ୍ଚିମ ଓଡ଼ିଶାର ଚାଷୀକୁଳଙ୍କ ପ୍ରତି ଉପହାସ ସଦୃଶ ହୋଇଛି । କେନ୍ଦ୍ର ସରକାର ଯେଉଁ ପତ୍ର ଦେଇଛନ୍ତି ତାକୁ ତୁରନ୍ତ ପ୍ରତ୍ୟାହାର କରନ୍ତୁ ଏବଂ ଓଡ଼ିଶାର ଚାଷୀକୁଳକୁ କ୍ଷମା ମାଗନ୍ତୁ ବୋଲି ପଶ୍ଚିମ ଓଡ଼ିଶା ଚାଷୀ ନେତା ତଥା ଆଠମଲ୍ଲିିକ ବିଧାୟକ ସଂଜୀବ ସାହୁ କହିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସଂପାଦକ ବିଜୟ ନାୟକ ଉପସ୍ଥିତ ଥିଲେ । 0 Share FacebookTwitterGoogle+ReddItWhatsAppPinterestEmail