ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ନେଟଙ୍ଗା ପଞ୍ଚାୟତ ଅତର୍ଗତ ବାଲିବାଘ ର ଜଣାଶୁଣା ଦଣ୍ଡ ଅଧିକାରୀ ତଥା ବରିଷ୍ଠ ବିଜେଡି ନେତା ତ୍ରିନାଥ ଗୌଡ଼ 88 ବୟସ ରେ ଆଜି ପରଲୋକ ଘଟିଛି l ସେ ବାଲିବାଘ ଦଣ୍ଡ କମିଟି ମୁଖ୍ୟ ପରିଚାଳନା ଅଧିକାରୀ , ଗ୍ରାମ ସଭାପତି, ବିଦ୍ୟାଳୟ ସଭାପତି, ଗୌଡ଼ ସମାଜ ର ପରିଚାଳନା ସଭ୍ୟ ପରି ଅଂଚଳ ର ବହୁ ଗୁରୁ ଦାୟିତ୍ୱ ନେଇଥିଲେ l ଆଜି ସକାଳ 12 ଘଣ୍ଟ ସମୟରେ ନିଜ ବାସଗୃହ ଠାରେ ମୃତୁ ଘଟିଥିବା ବେଳେ ମୁତ୍ୟୁ ସମୟ ରେ ପୁଅ ସୂର୍ଯ୍ୟନାରାୟଣ , ଚନ୍ଦ୍ରମଣି, ପ୍ରମୋଦ, କେଦାର ଝିଅ, ଜୌଇ, ନାତିନାତୁଣୀ ଉପସ୍ଥିତ ଥିଲେ l ବଡପୁଅ ସୂର୍ଯ୍ୟ ନାରାୟଣ ମୁଖାଗ୍ନି ଦେଇଥିଲେ l ସ୍ବର୍ଗତ ଗୌଡ଼ ନେଟଙ୍ଗା ପଂଚାୟତ ର 3 ଥର ଅପ୍ରତିଦ୍ବନ୍ଦି ୱାର୍ଡ ସଭ୍ୟ ସହ ବିଜେଡି ଆଗଧାଡିର ସଭ୍ୟ ଥିଲେ l ତାଙ୍କ ର ମୃତ୍ୟୁ ଖବର ପାଇବା ପରେ ସରପଞ୍ଚ ସୁପ୍ରଭା ଗୌଡ଼, ସମିତିସଭ୍ୟ ରାଜୀବଲୋଚନ ନାୟକ, ପୂର୍ବତନ ସରପଞ୍ଚ ପ୍ରହଲ୍ଲାଦ ଲେଙ୍କା, ପୂର୍ବତନ ସମିତି ସଭ୍ୟ ଦେବେନ୍ଦ୍ର ଗୌଡ଼, ପୂର୍ବତନ ଜିଲ୍ଲାପରିଷଦ ପ୍ରତିନିଧି ନିକୁଞ୍ଜ ଖଣ୍ଡୁଆଳ,ପଂଚାୟତ ବିଜେଡି ସଭାପତି ସୁକାନ୍ତ ଲେଙ୍କା, ସମେତ ଅଂଚଳ ବହୁ ରାଜନେତା ଯୋଗଦେଇ ଶେଷ ଦର୍ଶନ କରିଥିଲେ l ମୃତ ଶରୀର କୁ ବିରାଟ ପଟୁଆର ରେ ଗାଁ ପରିକ୍ରମା କରି ଗ୍ରାମ ଶ୍ୱସାନରେ ଅନ୍ତିମ ସଂସାର କରାଯାଇଥିଲା l ଶ୍ରୀ ଗୌଡ଼ ଜଣେ ମେଳାପୀ, ମିଷ୍ଟଭାସି, ସମାଜସେବୀ, ଦୃଢ ସଂଗଠକ ଥିବାରୁ ତାଙ୍କର ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଥିବା ଦେଖିବାକୁ ମିଳିଛି l
Sign in
Sign in
Recover your password.
A password will be e-mailed to you.