ଜାତୀୟ ଫାର୍ମାସୀ ସପ୍ତାହ ପାଳିତ

3

ଗୁଣପୁର ରୁ ସନ୍ତୋଷ କୁମାର ସୁବୁଦ୍ଧି: ସ୍ଥାନୀୟ ଗୁଣପୁର ଗାୟତ୍ରୀ ଫାର୍ମାସୀ ବୈଷୟିକ ମହବିଦ୍ୟାଳୟରେ ଜାତୀୟ ଫାର୍ମାସୀ ସପ୍ତାହ ପାଳିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ପ୍ରିନ୍ସିପାଲ ଡ଼ଃ.କାହୁଁ ଚରଣ ପାଣିଗ୍ରାହୀ, ପ୍ରଶାସନିକ ଅଧିକାରୀ ଶ୍ରୀ ପି. ଭି. କୋଟେଶ୍ୱର ରାଓ ଓ ମୁଖ୍ୟ ଅତିଥି ଉପଖଣ୍ଡ ଚିକିତ୍ସାଳୟର ଡ଼ାକ୍ତର ସୁଜାତା ଦେବୀ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପିକା ପ୍ରିୟଙ୍କା ପାଢ଼ୀ ସଂଯୋଜନା କରିଥିଲେ । ଏହି ଅବସରରେ ସମସ୍ତ ଅତିଥିମାନେ ଫାର୍ମାସିଷ୍ଟଙ୍କ ଅତୁଲନୀୟ ଅବଦାନ ସଂପର୍କରେ ଆଲୋକପାତ କରିଥିଲେ । ପରିଶେଷରେ ପ୍ରଶାସନିକ ଅଧିକାରୀ ପି. ଭି. କୋଟେଶ୍ୱର ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି କାର୍ଯ୍ୟକ୍ରମକୁ ଅର୍ଚ୍ଚନା ପ୍ରିୟଦର୍ଶିନୀ ଚାନ୍ଦ,ମହାଲକ୍ଷ୍ମୀ ଦାସ,ଶାଶ୍ଵତୀ ବେହେରା, ଲୋହା ବାଉରୀ, ତୃପ୍ତିମୟୀ ବେହେରା, ପ୍ରବିଣ ମିଶାଲ,ରାଜେଶ ଗଙ୍ଗା, କୃଷ୍ଣ ଚୈତନ୍ୟ ଗୌଡ଼, କିଶୋର ଶବର, ମନ୍ଦ୍ରଦ ଚନ୍ଦ୍ରଶେଖର, ଗ୍ରିଷ୍ମା ଚୌଧୁରୀ, ରାଜୀବ ପଣ୍ଡା, ପ୍ରଫୁଲ୍ଲ ମହାନ୍ତି,ପ୍ରଫୁଲ୍ଲ ପଟ୍ଟନାୟକ,ବାବୁଲା ଦାସ,ବିଷ୍ଣୁ ରଥ,ଦେବେନ୍ଦ୍ର ମିଶାଲ, ରିପୁନ ମହାନ୍ତି, ମମତା ପଣ୍ଡା, ସୁବାସ ଗୌଡ଼, ପ୍ରମୁଖ କର୍ମଚାରୀ ସହଯୋଗ କରିଥିଲେ ।
ଜାତୀୟ ଫାର୍ମାସୀ ସପ୍ତାହ ପାଳନ ଅବସରରେ ଅନୁଷ୍ଠାନର ଚେୟାରମେନ ଶ୍ରୀଯୁକ୍ତ ଅକ୍ଷୟ ଦାସ ଓ ନିର୍ଦ୍ଦେଶକ ଶ୍ରୀଯୁକ୍ତ ସଞ୍ଜୟ ସାହୁ ନିଜ ବାର୍ତ୍ତା ମାଧ୍ୟମରେ ଧନ୍ୟବାଦ୍ ଜଣାଇ ଥିଲେ ।

 

Leave A Reply

Your email address will not be published.