ବେଲଗୁଣ୍ଠା – (ଶିବରାମ ଚୌଧୁରୀ )- ବେଲଗୁଣ୍ଠା ସହରର ଅଗ୍ରଣୀ ଶିକ୍ଷାନୁଷ୍ଠାନ ସ୍ଵାମୀ ବିବେକାନନ୍ଦ ଶିଶୁ ମନ୍ଦିର ରେ ୨୫ ତମ ବାର୍ଷିକ କ୍ରୀଡ଼ା ଉଦଯାପନ ହୋଇଯାଇଅଛି । ଅନୁଷ୍ଠାନର ସମ୍ପାଦକ ସୁଶାନ୍ତ କୁମାର ବେହେରା କ୍ରୀଡ଼ା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ । ଶିଶୁ ମାନେ ଖେଳରେ ଭାଗ ନେଇ ଖେଳୁଆଡ ମନୋଭାବ ନେଇ ଖେଳିବା ପାଇଁ ଶପଥ ପାଠ କରାଇଥିଲେ ।ତିନିଦିନ ବ୍ୟାପି ଏହି କାର୍ଯ୍ୟକ୍ରମ ଚାଲିବା ମଧ୍ୟରେ ବିଭିନ୍ନ ପ୍ରକାର ଖେଳ ଯଥା ଦୌଡ, ବେଙ୍ଗଡିଆଁ, ଗୋଳା ଫିଙ୍ଗା,ସଙ୍ଗୀତ ଚୌକି, ବର୍ଚ୍ଛା ଫିଙ୍ଗା, ଗୋଟି ଚାଳନା , ଲକ୍ଷ୍ୟ ଭେଦ ଭଳି ବିଭିନ୍ନ ପ୍ରକାରର ଖେଳରେ ଶିଶୁ ମାନେ ଭାଗ ନେଇଥିଲେ । ପ୍ରଥମେ ଗ୍ରାମର ଆରାଧ୍ୟ ଠାକୁର ଶ୍ରୀ ଲକ୍ଷ୍ମନୃସିଂହ ପୀଠରୁ ମଶାଲ ଯାତ୍ରା ବାହାରି ଗ୍ରାମ ପରିକ୍ରମା କରି ବିଦ୍ୟାଳୟ ଠାରେ ପହଞ୍ଚିଥିଲାଆ ।ପରେ ପ୍ରଧାନ ଆଚାର୍ଯ୍ୟ କାଶୀନାଥ ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥଲେ ।ଶିଶୁ ମାନଙ୍କୁ ୪ ଶ୍ରେଣୀରେ ବିଭକ୍ତ କରି ଖେଳ ଗୁଡିକ ପରିଚାଳନା କରଯାଇଥିଲା । ଜ୍ୟେଷ୍ଠ ବିଭାଗ କୁ ଶିବରାମ ଗୁରୁଜୀ,ମଧ୍ୟମ ବିଭାଗକୁ ସତ୍ୟ ଗୁରୁଜୀ ,କନିଷ୍ଠ ବିଭାଗକୁ ସୁଜାତା ଗରୁମା ଏବଂ ସର୍ବ କନିଷ୍ଠ ବିଭାଗ କୁ ମହାଲକ୍ଷ୍ମୀ ଗରୁମା ପରିଚାଳନା କରିଥିଲେ। ସ୍ଵତନ୍ତ୍ର ଭାବେ ସୂର୍ଯ୍ୟ ନମସ୍କାର ପ୍ରତିଯୋଗୀତା କରଯାଇଥିଲା ଏଥିରେ ଭାବଗ୍ରାହୀ ନାୟକ ୨୭୭ ଥର ରାକେଶ ବେହେରା ୨୫୫ ଥର ଜି. ତୁହାନ ୨୪୦ ଥର ସୂର୍ଯ୍ୟନମସ୍କାର କରି ପ୍ରଥମ, ଦ୍ୱିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିଲେ ଏହି କାର୍ଯ୍ୟକ୍ରମ କୁ ରୁନି ଓ ସନ୍ଧ୍ୟା ଗୁରୁମା ପରିଚାଳନା କରିଥିଲେ । ସମସ୍ତ କାର୍ଯ୍ୟକ୍ରମ କୁ ଅନୁଷ୍ଠାନର ବସନ୍ତ, ଗୁଣ୍ଡିଚା, କୀର୍ତ୍ତି ,ସନ୍ତୋଷ ଗୁରୁଜୀ ଓ ପିଙ୍କି, ମାଧୁରୀ, ସିମରନ୍ , ଶୁଭମ୍ ,ପୂଜା, ବିଶ୍ମିତା ଓ ମାହେଶ୍ୱରୀ ଗୁରୁମା ପରିଚାଳନା ରେ ସହଯୋଗ କରିଥିବା ବେଳେ ସହ ପ୍ରଧାନ ଅଚର୍ଯ୍ୟା ଶୁଭଶ୍ରୀ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।
Sign in
Sign in
Recover your password.
A password will be e-mailed to you.