ବେଲଗୁଣ୍ଠା, -(ଶିବରାମ ଚୌଧୁରୀ )-, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷେତ୍ରିୟବରପୁରସ୍ଥିତ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୨୭ତମ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଅଧ୍ୟକ୍ଷ ବିଷ୍ଣୁ ପ୍ରସାଦ ପଟ୍ଟନାୟକଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉଦଘାଟନୀ କ୍ରୀଡା ଉତ୍ସବରେ ସୋରଡ଼ା ବିଧାୟକ ନୀଳମଣି ବିଶୋଇ ମୁଖ୍ୟ ଅତିଥିଭାବେ ଯୋଗଦେଇ ମସାଲ ଗ୍ରହଣ କରିବା ସହ କ୍ରୀଡା ପତାକା ଉତ୍ତୋଳନ କରି ଉତ୍ସବର ଉଦଘାଟନ କରିଥିଲେ। କ୍ରୀଡା ବିଭାଗର ଉପସଭାପତି ସୁଶାନ୍ତ କୁମାର ଲେଙ୍କା କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ସହ-ଉପସଭାପତି ସୌମେନ୍ଦୁ ପଣ୍ଡା କ୍ରୀଡା କାର୍ଯ୍ୟକ୍ରମ ପରିଚାଳନାର ତଦାରଖ କରିଥିଲେ। ଅବସରପ୍ରାପ୍ତ କ୍ରୀଡା ଶିକ୍ଷକ ସୁରେନ୍ଦ୍ର ବିଶ୍ୱାଳ, କ୍ରୀଡା ଶିକ୍ଷକ ଆଶୁତୋଷ ସ୍ୱାଇଁ ଏବଂ କାଁହୁ ଚରଣ ବିଶୋଇ ପ୍ରମୁଖ କ୍ରୀଡା ପରିଚାଳନାରେ ସହଯୋଗ କରିଥିଲେ। ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରିମାନେ ଶୃଙ୍ଖଳିତ କ୍ରୀଡା ଉତ୍ସବ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ ଅନୁଷ୍ଠିତ ଉଦଯାପନୀ ଉତ୍ସବରେ ଭଞ୍ଜନଗର ଆଞ୍ଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ ମୁଖ୍ୟ ଅତିଥି, ପ୍ରାକ୍ତନ ଅଧ୍ୟକ୍ଷ ବି. ଗୋବିନ୍ଦ ରାଓ ଏବଂ କ୍ଷେତ୍ରିୟବରପୁରସ୍ଥିତ ନୋଡାଲ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ଲୋପାମୁଦ୍ରା ରଥ ଯଥାକ୍ରମେ ସଂମ୍ମାନିତ ଅତିଥିଭାବେ ଯୋଗଦେଇ କୃତି ପ୍ରତିଯୋଗି ମାନଙ୍କୁ ମେଡାଲ, ମୁମେଣ୍ଟଓ ଓ ପ୍ରଶଂସା ପାତ୍ର ଦେଇ ସଂମ୍ମାନିତ କରିଥିଲେ। ବାଳିକା ବିଭାଗରେ ଆଶା ସ୍ୱାଇଁଙ୍କୁ ସର୍ବ ଶ୍ରେଷ୍ଠ କୃତି ପ୍ରତିଯୋଗି ଭାବେ ପୁରସ୍କୃତ କରାଯାଇଥିଲା। ସମସ୍ତ ଅତିଥି ଏବଂ କ୍ରୀଡା ଶିକ୍ଷକମାନଙ୍କୁ ପୁଷ୍ପଗୁଚ୍ଛ ଏବଂ ଅଙ୍ଗବସ୍ତ୍ର ଦେଇ ସଂମ୍ମାନିତ କରାଯାଇଥିଲା। ଶୃଙ୍ଖଳିତ ସହଯୋଗ ପାଇଁ ସମସ୍ତ କର୍ମଚାରୀ ଓ କ୍ରୀଡା ଶିକ୍ଷକମାନଙ୍କୁ କ୍ରୀଡା ବିଭାଗ ତରଫରୁ ସହ – ଉପସଭାପତି ସୌମେନ୍ଦୁ ପଣ୍ଡା ଧନ୍ୟବାଦ ପ୍ରଦାନ କରିଥିଲେ I
Sign in
Sign in
Recover your password.
A password will be e-mailed to you.