
ଜଗତସିଂହପୁର,ତା-୧୬.୧୨.୨୦୨୪/ସୁମନ୍ତ କୁମାର ଦାସ: ଜିଲ୍ଲାସ୍ତରୀୟ ବାଲବୈଜ୍ଞାନିକ ବିଜ୍ଞାନ ପ୍ରଦର୍ଶନୀ-୨୦୨୪-୨୫ ସ୍ଥାନୀୟ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଜଗତସିଂହପୁର ପରିସରରେ ମାନ୍ୟବର ବିଧାୟକ, ଜଗତସିଂହପୁର ଅମରେନ୍ଦ୍ର ଦାସ ଏବଂ ଜିଲ୍ଲାପାଳ ଜେ. ସୋନାଲଙ୍କ ଦ୍ଵାରା ବିଜ୍ଞାନ ପତାକା ଉତ୍ତୋଳନ ଓ ରିବନ କର୍ତ୍ତନ କରାଯାଇ ଉଦଘାଟନ କରାଯାଇଅଛି l ଜିଲ୍ଲା ଶିକ୍ଷାଧିକାରୀ ନିରଞ୍ଜନ ବେହେରାଙ୍କ ଅଧକ୍ଷତା ରେ ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଜଗତସିଂହପୁରର ମାନ୍ୟବର ବିଧାୟକ ଶ୍ରୀଯୁକ୍ତ ଅମରେନ୍ଦ୍ର ଦାସ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଶିଶୁ ବୈଜ୍ଞାନିକ ମାନଙ୍କୁ ମୂଲ୍ୟବନ ଉପଦେଶ ପ୍ରଦାନ କରିଥିଲେ l ଜିଲ୍ଲାପାଳ ଶ୍ରୀଯୁକ୍ତ ଜେ. ସୋନାଲ ମୁଖ୍ୟ ବକ୍ତା, ଅତିରିକ୍ତ ଜିଲ୍ଲା ଶିକ୍ଷାଅଧିକାରୀ ପରେଶ ଚନ୍ଦ୍ର ପାତ୍ର ଏବଂ ରାଜ୍ୟଶ୍ରୀ ସାହୁ ସମ୍ମାନୀୟ ଅତିଥି ଭାବରେ ଯୋଗଦେଇ ବିଜ୍ଞାନମେଳା ପିଲାମାନଙ୍କ ଜ୍ଞାନକୌଶଳକୁ କିପରି ତ୍ୱରାନ୍ୱିତ କରିଥାଏ ସେ ବିଷୟରେ ମାର୍ଗଦର୍ଶନ କରିଥିଲେ l ଜାତୀୟ ବିଜ୍ଞାନମେଳାରେ ପାରଦର୍ଶିତା ଦେଖାଇ ଇଣ୍ଡୋ ଜାପାନୀଜ ସାଇନସ ଏକ୍ସଚେଞ୍ଜ ପ୍ରୋଗ୍ରାମ ପାଇଁ ମନୋନୀତ ହୋଇଥିବା ଜଗତସିଂହପୁର କୁନି ବୈଜ୍ଞାନିକ ସୌମ୍ୟରଂଜନ ସାହୁଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ସମ୍ବର୍ଦ୍ଧିତ କରାଯାଇଥିଲା lସଭାରେ ଜିଲ୍ଲାବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ସ୍ୱାଗତ ଭାଷଣ, ଅତିଥି ପରିଚୟ ପ୍ରଦାନ କରିଥିଲେ l
ସେହିପରି ଜିଲ୍ଲାଶିକ୍ଷାଧିକାରୀଙ୍କ ସଭାପତିତ୍ବରେ ଆୟୋଜିତ ଉଦଯାପନୀ ଉତ୍ସବରେ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ପରେଶ ଚନ୍ଦ୍ର ପାତ୍ର ମୁଖ୍ୟ ଅତିଥି, ଜଗତସିଂହପୁର ମଣ୍ଡଳ ଶିକ୍ଷା ଅଧିକାରୀ ମଧୁସ୍ମିତା ପତି ମୁଖ୍ୟ ବକ୍ତା, ଶାରୀରିକ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଦାସ ସମ୍ମାନୀୟ ଅତିଥି ଭାବରେ ଯୋଗ ଦେଇଥିଲେ l ବିଜ୍ଞାନ ପରିଦର୍ଶକ ଜୀବନ କୁମାର ସାହୁ ବିବରଣୀ ପାଠ କରିଥିଲା ବେଳେ ପ୍ରଧାନ ଶିକ୍ଷକ ମିହିର କୁମାର ପାଲ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l ମଞ୍ଚ ପରିଚାଳନା କରିଥିଲେ ଜିଲ୍ଲା ବିଜ୍ଞାନ ସଂଯୋଜନା ମଣ୍ଡଳୀର ସଭ୍ୟ ଅମୂଲ୍ୟ କୁମାର ମିଶ୍ର ଏବଂ ସଭ୍ୟା ମନୀଷା ମିଶ୍ର ।
ସାହିଲ ବେହେରାଙ୍କ “ଏୟାର ପଲ୍ୟୁସନ”, ଆମ୍ବ୍ରିତ ସେଠୀଙ୍କ “”ଲାଇଫ କୁଲିଙ୍ଗ ସିଷ୍ଟମ “, ଆଦ୍ୟାଶା ସେଠୀଙ୍କ “ମଲଟି ପ୍ଲେୟାର ସବଜେଟ କୁଇଜ “, ବିଶ୍ୱରଂଜନ ଜେନାଙ୍କ “ଡେଭଲପଡ ଫାରମିଙ୍ଗ”, ଜ୍ୟୋତି ପ୍ରିୟଦର୍ଶିନୀ ଦାସଙ୍କ “ଓମେନ ସେଫଟି ମୋଟରବାଇକ “, ପଲକ ପ୍ରିୟଦର୍ଶିନୀ ବେହେରାଙ୍କ “ସେଲଫ ବର୍ନିଙ୍ଗ ଅଗରବତୀ “, ଏବଂ ସାଇ ଅଭିଷେକ ଆ ଚାର୍ଯ୍ୟଙ୍କ “ୱେଷ୍ଟ କଲେକସନ ଫ୍ରମ ୱାଟର ” ଜିଲ୍ଲା ସ୍ତରରେ ମନୋନୀତ ହୋଇଥିବାରୁ ପୁରସ୍ତୃତ କରାଯାଇଥିଲା ।ସେମାନେ ଆସନ୍ତା ୧୮ତାରିଖରେ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ ବରଗଡ଼ରେ ରାଜ୍ୟ ସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀରେ ଅଂଶ ଗ୍ରହଣ କରିବେ l ସେହିପରି ୟୁଥ୍ ପାରଲିୟାମେଣ୍ଟ ପ୍ରତିଯୋଗିତାରେ ସାଇ ସ୍ୱରୂପ ବିଶ୍ୱାଲ ପ୍ରଥମ, ଦିବ୍ୟାଶା ଦାସ ଦ୍ଵିତୀୟ ଏବଂ ଆଦ୍ୟାଶା ସେଠୀ ତୃତୀୟ ସ୍ଥାନ ଅଧିକାର କରି ପୁରସ୍ତୃତ ହୋଇଥିଲେ l ସଦାଶିବ ସ୍ବାଇଁ, ତ୍ରିଲୋଚନ ସାହୁ, ତ୍ରୈଲୋକ୍ୟନାଥ ବିଶ୍ୱାଳ, ଜ୍ଞାନରଞ୍ଜନ ଆଚାର୍ଯ୍ୟ, ତ୍ରିନାଥ ରାଉତ , ପ୍ରଗତି ପ୍ରିୟମ୍ବଦା ଜେନା, ସୌଭାଗ୍ୟ ମିଶ୍ର, ଶିଶିର କୁମାର ତ୍ରିପାଠୀ, ପ୍ରାଚୀପୁଣ୍ୟତୟା ପଟ୍ଟନାୟକ,ଏସ, ଡି ପ୍ଲାବନ କୁମାର, ସୁମିତ୍ରା ମଲ୍ଲିକ, ନରେନ୍ଦ୍ର କୁମାର ବେହେରା ଏବଂ ଦୀପକ ମିଶ୍ର ପ୍ରଭୂତି ବିଜ୍ଞାନ ପ୍ରଦର୍ଶନୀ ପରିଚାଳନାରେ ସହାୟତା ପ୍ରଦାନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.