ନନ୍ଦାହାଣ୍ଡି, ନବରଙ୍ଗପୁର, ଅଶୋକ ସାହୁ, ଶାସକ ପ୍ରଶାସକ: ନନ୍ଦାହାଣ୍ଡି ତହସିଲ ଅନ୍ତର୍ଗତ ବି ମାଳିଗୁଡ଼ା ଗ୍ରାମ ରେ ରାସ୍ତା ର ପ୍ରଶସ୍ତିକରଣ ଓ ନାଳ ଅବରୋଧ କୁ ହଟେଇବା ନିମନ୍ତେ ଆଜି ପ୍ରଶାସନ ଦ୍ବାରା ରାସ୍ତା କୋଡ ରେ ଥିବା ଜବର ଦଖଲ କୁ ଉଚ୍ଛେଦ କରାଯାଇଅଛି। ବହୁତ ଦିନରୁ ମାଳିଗୁଡ଼ା ଗ୍ରାମ ରେ ରାସ୍ତା କୋଡ ଜବରଦଖଲ ହୋଇ ଦିନକୁ ଦିନ ନାଳ ପୋତି ହୋଇ ଯାଉଥିଲା।ଯଦ୍ୱାରା ଗ୍ରାମ ରେ ବାରମ୍ୱାର ଗ୍ରାମ ବାସିନ୍ଦା ଡାଇରିଆ , ମ୍ୟାଲେରିଆ , ଜ୍ୱର ପରିସ୍ଥିତି ଉପୁଜୁ ଥିଲା। ଏଥି ପ୍ରତି ଗ୍ରାମ ର ଲୋକେ ପ୍ରଶାସନ ନିକଟରେ ଜବରଦଖଲ ଉଛେଦ ପାଇଁ ଅନୁରୋଧ କରିଥିଲେ। ୬ ମାସ ପୂର୍ବ ରୁ ନନ୍ଦାହାଣ୍ଡି ତହସିଲ କାର୍ଯ୍ୟାଳୟର ଅଧିକାରୀ ଗ୍ରାମ ର ପ୍ରାୟ ୮୬ ଜଣଙ୍କୁ ନୋଟିସ କରାଯାଇ ଶୁଣାଣି ପରେ ଜବର ଦଖଲ ତୁରନ୍ତ ପରିତ୍ୟାଗ ନିମନ୍ତେ ଆଦେଶ ଦିଆଯାଇଥିଲା। କିନ୍ତୁ ଏଥିରେ କୌଣସି ସୁଫଳ ନମିଳିବାରୁ ତହସିଲ କାର୍ଯ୍ୟାଳୟ ତରଫ ରୁ ମାନନୀୟ ଜିଲ୍ଲପାଳ, ନବରଙ୍ଗପୁର, ଆରକ୍ଷୀ ଅଧୀକ୍ଷକଙ୍କୁ ପତ୍ର କରାଯାଇ OP L E ଅଧିନିୟମ ୧୯୭୨ ଅନୁଯାୟୀ ଜବରଦଖଲ ଉଚ୍ଛେଦ ପାଇଁ ପୋଲିସ୍ ଫୋର୍ସ ପାଇଁ ପତ୍ର କରାଯାଇଥିଲା। ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ଗ୍ରାମ ରେ ସାଧାରଣ ନୋଟିସ ଦେଇ ରାସ୍ତା କୋଡ ରେ ଥିବା ଜବର ଦଖଲ ଥିବା ଜମି କୁ ତୁରନ୍ତ ପରିତ୍ୟାଗ ପାଇଁ ପୁର୍ନବାର ଜଣାଯାଇଥିଲା। ଏହା ପରେ ସୋମବାର ଦିନ ସକାଳ ପ୍ରାୟ ୧୧.୦୦ ଘଣ୍ଟିକା ସମୟ ରେ ନନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ପୁରୁଷୋତ୍ତମ ବେନୀୟା ଙ୍କ ତତ୍ତ୍ଵାବଧାନ ରେ ତହସିଲ କର୍ମଚାରୀ ଏବଂ ପୋଲିସ ପ୍ରଶାନର ର ଉପସ୍ଥିତି ରେ ଜବର ଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ କରାଯାଇଥିଲା । ଉଚ୍ଛେଦ ପ୍ରକ୍ରିୟା ରେ ନୋଟିସ ଦିଆଯାଇଥିବା ଜବରଦଲକାରୀ ଙ୍କ ଘରେ ପୂର୍ବ ରୁ ଚିହ୍ନଟ କରାଯାଇଥିବା ସରକାରୀ ଜମି କୁ ରାସ୍ତା ପ୍ରଶସ୍ତି କରଣ ଓ ଗ୍ରାମର ନାଳ କୁ ମୁକ୍ତ କରିବା ନିମନ୍ତେ ଜବର ଦଖଲ ମୁକ୍ତ କରାଯାଇଥିଲା। ଉକ୍ତ କାର୍ଯ୍ୟ ରେ ନନ୍ଦାହାଣ୍ଡି ରାଜସ୍ବ ପରିଦର୍ଶକ, ଶ୍ରୀ ମହମ୍ମଦ ଜାଭେଦ ଆଖତର,ବି ମାଳିଗୁଡା ରାଜସ୍ବ ନିରୀକ୍ଷକ ଶ୍ରୀ ଖେମରାଜ ପୂଜାରୀ , ସହକାରୀ ରାଜସ୍ଵ ନିରୀକ୍ଷକ ଶ୍ରୀମତି ମଞ୍ଜୁଲତା ନାୟକ,ସିନ୍ଧିଗୁଡ଼ା ରାଜସ୍ୱ ନିରୀକ୍ଷକବିଶ୍ୱଜିତ ଦାଶ, ଡଙ୍ଗରଭେଜା ରାଜସ୍ୱ ନିରୀକ୍ଷକ ଦିନକୃଷ୍ଣ ବେହେରା, ଝାଡବନ୍ଧଗୁଡା ରାଜସ୍ୱ ନିରୀକ୍ଷକ ଲାଳେନ୍ଦ୍ର ପ୍ରାସାଦ ଶରଣ, ମେଣ୍ଟ୍ରି ରାଜସ୍ୱ ନିରୀକ୍ଷକ, ନିରାକାର ସୌରା, ଅମିନ ପ୍ରଦୀପ ବିଶୋଇ ଏବଂ ଲୋକେଶ ମଣ୍ଡଳ ଏଠାରେ ଉପସ୍ଥିତ ରହିଥିଲେ। ଉକ୍ତ ଦଖଲ ଠାରେ ନବରଙ୍ଗୁର ଥାନା ASI ଶ୍ରୀ ଗୁଣନିଧି ବାଗ, ଏବଂ ଡଙ୍ଗରଭେଜା ଫାଣ୍ଡି ର ପୋଲିସ୍ କର୍ମୀ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ କରିଥିଲେ। ଜବର ଦଖଲ ଉଛେଦ ପରେ ନାଳ ଏବଂ ପରିମଳ ବ୍ୟବସ୍ଥା କାମ ଶୀଘ୍ର କରିବା ପାଇଁ ବିଭାଗୀୟ ଅଧିକାରୀ ଙ୍କୁ ଜଣେଇବେ ବୋଲି ନନ୍ଦାହାଣ୍ଡି ଅତିରିକ୍ତ ତହସିଲଦାର ଶ୍ରୀ ପୁରୁଷୋତ୍ତମ ବେନିଆ ପ୍ରକାଶ କରିଛନ୍ତି।
Sign in
Sign in
Recover your password.
A password will be e-mailed to you.
Prev Post